Chitralipi (ଚିତ୍ରଲିପି) Odia poem by Mrutyunjay Patra

ଚିତ୍ରଲିପି

ସାମାଜିକ ବହିର ଚିତ୍ରକୁ ଦେଖି ଝିଅ ପଚାରିଲା ବାପାଙ୍କୁ “ଏଇ ଦେଖ ବାପା, କେଡ଼େ ସୁନ୍ଦର ଏ ଗାଁ । ଚାରିପଟେ ତୋଟା ମାଳ, ଗାଁ ପଛପଟେ ଧାଡ଼ି ଧାଡ଼ି ପାହାଡ଼ ପାହାଡ଼ ପଛରେ ଲୁଚି ଯାଉଥିବା ସୂର୍ଯ୍ୟ, ସୁନାର ସୋରିଷ କ୍ଷେତ, ଗାଁ ଦାଣ୍ଡର ଦି’ପଟେ ଘର କେଉଁଠି କେମିତି କୂଅ, ତୁଳସୀ ଚଉରା ଦି ପଟେ ପହରାଦାର ପରି ଠିଆ ହୋଇଛନ୍ତି ନଡ଼ିଆ ଗଛ । କି ପରିଷ୍କାର ଏ ରାସ୍ତା ସବୁ !…

ଅଧିକ ପଢ଼ନ୍ତୁ
ନୂଆ ବରଷ (Nua barasha) Odia poem on the New Year by Jangyash Kumar Rout

ନୂଆ ବରଷ

ଆସିଛି ଯେ ଆଜି ନୂଆ ବରଷ, ସଙ୍ଗେ ଆଣିଅଛି କେତେ ହରସ; ଭରିଯାଉ ମନେ ହର୍ସ ଉଲ୍ଲାସ, ହୋଇଯାଉ ଆଜି ହିଂସା ବିନାଶ; ଆଲୋକମାଳାରେ ହୋଇ ସଜ୍ଜିତ, ନୂଆବର୍ଷ ଗାଉ ଉଲ୍ଲାସ ଗୀତ; ହୋଇ ନୂଆବର୍ଷ ସ୍ୱର୍ଗୀୟ ପରୀ, ଆଣିଦେଉ କେତେ ସୁନାମ ଶିରୀ; ପ୍ରତି ମନେ ଆସୁ ଭକ୍ତି ଓ ନିଷ୍ଠା, ଦେଖାଇବାକୁ ଶକ୍ତି ପରକାଷ୍ଠା; ଉଡ଼ୁ ଗଗନରେ ଶାନ୍ତିର ବାର୍ତ୍ତା, ଖୋଲିଯାଉ ଆଜି ପ୍ରେମର ରାସ୍ତା; ନୂଆବର୍ଷ ଆଣୁ ଶାନ୍ତି ସୌଭାଗ୍ୟ, ଗଢ଼ିଉଠୁ ଧରାରେ…

ଅଧିକ ପଢ଼ନ୍ତୁ
Sita Ase (ଶୀତ ଆସେ) Odia poem by Padmini Barik

ଶୀତ ଆସେ

ଶୀତ ଆସେ ଦୀପାବଳୀ ଝିଲି ମିଲି ରୋଷଣୀରେ ଗୋଲାପ କଢ଼ିକୁ ଛୁଇଁ ରଜନୀ ଗନ୍ଧାର ବାସ୍ନା ଦେହରେ ପକାଇ, ବିନ୍ଦୁ ବିନ୍ଦୁ ତୁଷାରରେ ସତେ ଅବା ଦୁବ ଘାସ ଯାଆନ୍ତି ଲାଜେଇ । ଶୀତ ଆସେ ଲୁଚି ଲୁଚି ଶେଫାଳୀର ଓଠ ଛୁଇଁ, କୁଆଁରୀ ଜହ୍ନର ସାଥେ ଦୂର ଗାଆଁ ଖଳା ମେଢ଼ି ପାହାଡ଼ି ଝରଣା ଡେଇଁ । ହସି ହସି ଶୀତ ଆସେ ସୋରିଷ ଫୁଲର ସାଥେ ପାଖ ଚାଷ କ୍ଷେତ ଡେଇଁ, ଗର୍ଭଣୀ ଧାନର…

ଅଧିକ ପଢ଼ନ୍ତୁ
A travel blog by Dr. Amrita Pani on Scotland's compact, the hilly capital Edinburgh (ଦୁର୍ଗ ନଗରୀ ଏଡିନବରା)

ଦୁର୍ଗ ନଗରୀ ଏଡିନବରା (Edinburgh)

ପୂର୍ବରୁ ମୋର ଲଣ୍ଡନ ଅନୁଭୂତି ଲେଖାରେ ମୁଁ ସମ୍ୟକ ସୂଚନା ଦେଇଥିଲି ମୋର ସ୍କଟଲାଣ୍ଡ ଯାତ୍ରା ବିଷୟରେ । ତେଣୁ ସ୍ଥିର କଲି ଏଥର ସେହି ଅନୁଭୂତିରୁ କିଛି ବାଣ୍ଟିବି ଆପଣ ମାନଙ୍କ ସହ । ସ୍କଟଲାଣ୍ଡ ଯିବା ଲାଗି ଦିଲ୍ଲୀରୁ ସିଧା ସଳଖ ବିମାନ ବ୍ୟବସ୍ଥା ଥିଲେ ମଧ୍ୟ ଆମର ଗସ୍ଥ ପ୍ରାଚୁର୍ଯ୍ୟର ସହର ଦୁବାଇ ମାଧ୍ୟମରେ ସ୍ଥିର ହୋଇଥିଲା । ସେହି ଅନୁଭୂତି ମୁଁ ଆଉ କେବେ ବର୍ଣ୍ଣନା କରିବି । ଦୁବାଇରୁ ଏମିରେଟସ…

ଅଧିକ ପଢ଼ନ୍ତୁ
Hunkar (ହୁଙ୍କାର) Odia Story by Saswt Routray

ହୁଙ୍କାର

ରାତି ୧୨ଟା । ଚାରିଆଡ଼େ ଉନ୍ମତ୍ତ ଝଡ଼ର ପୈଶାଚିକ ତାଣ୍ଡବ- ମନେ ହେଉଛି ପୃଥିବୀର ବକ୍ଷରେ ମାଡ଼ି ଆସୁଛି ଗୋଟେ ଅମଙ୍ଗଳର ଅପଛାୟା । ରହି ରହି ବିଜୁଳି ଝଲକାନିରେ ଚମକି ଉଠୁଛି ମୁଁ । ବଜ୍ର-ବିଦ୍ୟୁତରେ ମୋର ଡର ନାହିଁ, ମୁଁ ଶିହରିତ ହେଉଛି ମୋ ଅଦୃଷ୍ଟର କଥା ଭାବି । ହାତରେ ସମୟ ବେଶୀ ନାହିଁ, ସେଥିପାଇଁ ଯିବା ଆଗରୁ ସବୁ କିଛି ଖୋଲି କିରି କହି ଯିବି ଆପଣମାନଙ୍କୁ । ମୁଁ ଆଉ…

ଅଧିକ ପଢ଼ନ୍ତୁ