ଆହେ ମୋ’ ଭାବବିନୋଦିଆ ପ୍ରଭୁ ଜଗମୋହନ
ନିସ୍ତରିଲି ପ୍ରଭୁ ତୁମର ଦେଖି ବେନି ନୟନ ॥
ସ୍ନାନ କଲ ତୁମେ ଯମୁନା, ଗଙ୍ଗା ପବିତ୍ର ଜଳେ
ଶହେ ଆଠ ସ୍ୱର୍ଣ୍ଣ କଳସ ବିଶ୍ୱ ଦେଖେ ଆଦରେ ॥
ଶରୀରେ ଧାରଣ କଲ ହେ, ବସନ ପୀତାମ୍ବର !
ସ୍ନାନବେଦୀ ଠାରେ ଭକତ ଦେଖି ହୁଏ ବ୍ୟାକୁଳ ॥
ଝରୁଛି ଭକ୍ତଙ୍କ ଚକ୍ଷୁରୁ ଖୁସିର ଅଶ୍ରୁଜଳ,
ଭକତଙ୍କ ସିଂହ ଦୁଆରେ ପଡ଼େ ଜଗା ଚହଳ ॥
ବଡ଼ ଦିଅଁ କହି ବୋଲାଏ ତତେ ସାରା ଦୁନିଆ,
ତୁ କାହିଁ ବୁଝୁନୁ ଭକ୍ତଙ୍କ ଅଭାବରେ ହଟିଆ !!
ଭୁଞ୍ଜୁଛୁ ମନ୍ଦିରେ ବସି ତୁ ତୋ’ ଷାଠିଏ ପଉଟି
ତୋ’ ଭକ୍ତ ପାଇଁ ତା’ ସପନ , ତତେ ଭଜୁଛି ନିତି ॥
ଲୀନ କର ସର୍ବ ବିପତ୍ତି ତୋ’ର ମହୋଦଧିରେ,
ଏତେ ନାଟ କାହିଁ ଲଗାଉ ଏଇ ଭବ ସଂସାରେ ॥
– ମମତା ବାରିକ
Comments
ମମତା ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।