ସ୍ମୃତି
ସ୍ମୃତି କେବେ ଘନ ଅନ୍ଧକାରରେ ସ୍ୱପ୍ନ ହୋଇ ଆସେ,
ସ୍ମୃତି କେବେ ସୁନେଲି ସକାଳ କିରଣେ ଆସେ ।
ସ୍ମୃତି କେବେ ପ୍ରେମର ପ୍ରଥମ ଛୁଆଁରୁ ତାଜମହଲ ଗଢ଼ିହୋଇଆସ,
ସ୍ମୃତି କେବେ ପତାରକ ମଣିଷ ଭାବନାରୁ ଆସେ ।
ସ୍ମୃତି କେବେ କୋମଳ ଶିଶୁର ହସରୁ ଝରିଆସେ,
ସ୍ମୃତି କେବେ ବେଳାଭୂମିର ବାଲି ଶଜ୍ୟାରେ ମନ୍ଦିର ଗଢ଼ିହୋଇ ଆସେ ।
ସ୍ମୃତି କେବେ ପଥଚଲା ପଥିକର ବିଶ୍ରାମ ଜାଗାରୁ ଆସେ,
ସ୍ମୃତି ମୋ ହୃଦୟ ଗହନେ ସବୁବେଳେ ରହି ଆଖି ଲୁହ ହୋଇ ଝରି ଆସେ ।
– ପ୍ରମୋଦ କୁମାର ବିଶ୍ୱାଳ
Comments
ପ୍ରମୋଦ କୁମାର ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।