
ଅଦୃଶ୍ୟ ସମ୍ପର୍କ
ସହରର ଶେଷ ପ୍ରାନ୍ତରେ ଥିଲା ମୋ ଘର, ସହର କହିଲେ ଛୋଟ ସହରଟିଏ, ଆଠ–ଦଶ ହଜାରରୁ ଅଧିକ ଜନବସତି ନୁହେଁ ବୋଧେ । ଘରର ସାମନାରେ ମୋରମ ପଡ଼ିଥିବା ଲାଲ୍ ରାସ୍ତା, କଂକ୍ରିଟ କି ପିଚୁ ହୋଇନଥିଲା, ବୋଧେ ସରକାରଙ୍କ ରାସ୍ତା ଯୋଜନାସବୁ ଲାଗୁହୋଇନଥିଲା ସେତେବେଳେ । ରାସ୍ତାର ଆରପଟେ ଥିଲା ସରକାରୀ ଜଙ୍ଗଲ, ଆଗରୁ ଘଞ୍ଚ ଜଙ୍ଗଲ ଥିବା କଥା ଶୁଣିଥିଲି, ସମୟକ୍ରମେ ସେସବୁ ଗଛ କଟା ହୋଇ ସ୍ଥାନୀୟ ଲୋକଙ୍କ ଘର ଓ ଆସବାବପତ୍ର…