
ଦାନବ
ଝିପିଝିପି ବର୍ଷାରାତି । ଜହ୍ନ ଓ ମେଘର ଲୁଚକାଳିରେ ପୃଥିବୀର ଛାତିରେ କେବେ ଆଲୁଅ କେବେ ଛାଇର ପଟ୍ଟାପଟ୍ଟା ଚିହ୍ନ । ପୁରା, ଫିଲ୍ମହଲ୍ର ସ୍କ୍ରିନ୍ ଉପରେ ଯେମିତି କଳା-ଧଳା ଚଳଚ୍ଚିତ୍ର । ମନସ୍ଵିନୀ ଚାହିଁଛି ଝରକା ସେପାଖର ପୃଥିବୀକୁ । ଏକଦମ ଏକୁଟିଆ ସେ କୋଠରୀ ଭିତରେ । ଗଛମାନେ ଛିଡ଼ା ହୋଇଛନ୍ତି ଅନ୍ଧାରରେ ଦାନବ ପରି । କେବେକେବେ ସନ୍ସନ୍ ପବନରେ ଝରକାର ଧଳାପରଦା ଚିରି ଭାସିଆସୁଛି ଗହଳ ପତ୍ରମାନଙ୍କର ଖିସିମିସି ଶବ୍ଦ ।…