kamala-sadhi

କମଳା ଶାଢ଼ୀ

କାଲି ଶାଢ଼ୀଟେ ମିଲିଲା ମୋତେ ମୋ ବିବାହ ବାର୍ଷିକୀ ଉପଲକ୍ଷେ | ରାତି ବାରଟା ବେଳକୁ ଇଂରାଜୀ ଷ୍ଟାଇଲିରେ ମୋ ହାତକୁ ବଢ଼ାଇ ଦେଲେ ଏଇ ଶାଢ଼ୀ ଖଣ୍ଡିକ | ଚିକମିକ କାଗଜରେ ବନ୍ଧା ପ୍ୟାକେଟଟିକୁ ମୁଁ ଭାରି ଉଛନ୍ନ ହେଇ ଖୋଲି ପକେଇଲି | ତା ଭିତରେ ଥିଲା କମଳା ରଙ୍ଗରେ ସବୁଜ ଫୁଲ ପକା ହାଣ୍ଡଲୁମ ଶାଢ଼ୀ ଖଣ୍ଡିଏ | ଏଇ ରଙ୍ଗ ମୋତେ ଜମା ପସନ୍ଦ ନୁହେଁ, ସେଥିରେ ପୁଣି ଏ କି…

ଅଧିକ ପଢ଼ନ୍ତୁ
asaranti-katha

ଅସରନ୍ତି କଥା

ରାଧିକା, ଏହି ନାଁଟି ମୋ ଜେଜେବାପା ବ‌ହୁତ ଶ୍ରଦ୍ଧାରେ ରଖିଥିଲେ । ଆମ ଓଡ଼ିଆ ଘରେ ତ’ ପ୍ରାୟ ସମସ୍ତଙ୍କର ଅତି କମ୍‌ରେ ୩/୪ଟି ନାଁ ଥାଏ, କିନ୍ତୁ ମୋର କେବଳ ଏହି ଗୋଟିଏ ହିଁ ନାଁ ଥିଲା ଆଉ ସମସ୍ତେ ମୋତେ ଏହି ନାଁରେ ହିଁ ଜାଣିଥିଲେ । କେବେ କେବେ ସାଙ୍ଗମାନଙ୍କର ଅଧିକ ନାଁ ଦେଖି ମୋତେ ବି ମୋ ନିଜ ଉପରେ ଆଉ ମୋ ଘର ଲୋକଙ୍କ ଉପରେ ରାଗ ଲାଗେ । ଆଉ ୩/୪ଟି ନାଁରେ…

ଅଧିକ ପଢ଼ନ୍ତୁ
Grisma Abakashante

ଗ୍ରୀଷ୍ମ ଅବକାଶାନ୍ତେ

କାଲି ସାକାଳୁ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କର ବଡ଼ ଚିନ୍ତା । ଦେଢ଼ମାସର ଅଧିକ ଦିନ ଧରି ସ୍କୁଲ ଛୁଟି ରହିଥିଲା । ଏହି ସମୟରେ କିଏ କେତେ କ’ଣ ନ କରିଛନ୍ତି । ପିଲାମାନେ ସ୍କୁଲରେ ପଢ଼ାହେବା ଆଗରୁ ଟିଉସନ ଯାଇ ଅଧିକ ପାଠ ପଢ଼ିଦେଇଛନ୍ତି ତ’ କେହି କେହି ବର୍ଷକର ପାଠ ପଢ଼ା ବି ଶେଷ କରିଦେଇଛନ୍ତି । ଆଉ ଛୁଟି ଖୋଲିବା ଆଗରୁ ବି ରଜ ଆସେ । ରଜରେ ବି ଏଥର ଭଲ ମଉଜ ହେଲା, କିନ୍ତୁ ରଜ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 3rd Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ତୃତୀୟ ସମ୍ପାଦକୀୟ

“ନମସ୍ତେ ଦାରୁ ରୂପାୟ ମହାପିପ୍ପଳ ମେବ ଚ, ସାକ୍ଷାତ ବ୍ରହ୍ମତରୋ ଦେବ ବ୍ରହ୍ମାକ୍ଷରସମନ୍ୱିତମ ।” ଓଡ଼ିଆ ଘରେ ଶୁଭ କାମଟିଏ ହେଲେ ପ୍ରଥମେ ଖୋଜାଯାଏ ନୀଳାଦ୍ରିବିହାରୀ ନୀଳକନ୍ଦରବାସୀ ପୁରୁଷୋତ୍ତମ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ । ସେ ଏ ଜାତିର ପରା ପ୍ରଥମ ବନ୍ଧୁ ! ସାନ ଭାଇର ବାହାଘର ବେଳେ ବାପାଙ୍କର କଡ଼ା ତାଗିଦ । ଜାଇବଡ଼ି ଅନୁକୂଳ ହେଲାପରେ ପ୍ରଥମ ନିମନ୍ତ୍ରଣ ଯେମିତି ଶ୍ରୀମନ୍ଦିର ଯାଏ ! ତା’ପରେ ଯାଇ ମଉଳା ତାଟ ଘରୁ ଉଠିବ । ସୁତରାଂ ନିମନ୍ତ୍ରଣ ନେଇ ଶ୍ରୀମନ୍ଦିର…

ଅଧିକ ପଢ଼ନ୍ତୁ
maa-pari-maa-tie

ମାଆ ପରି ମାଆଟିଏ

ସାଧୁ ବେହେରା ମେ ମାସର ଟାଣ ଖରାରେ ବି ଫୁଲ ଗଛ ଗୁଡ଼ିକର ଯତ୍ନ ନେବାରେ ବ୍ୟସ୍ତ ଥାଏ, ସବୁଦିନ ଭଳି । ମୁଖ୍ୟ ଅଧ୍ୟକ୍ଷ ମାଡାମଙ୍କ ପିଅନ ଆସି ଡାକ ଛାଡିଲା, “ସାଧୁ ତତେ ମାଡାମ ଡାକୁଛନ୍ତି, ସଅଳ ସଅଳ ଯା ।” ସଙ୍ଗେ ସଙ୍ଗେ ଶୁଣି, ପାଣି ପାଇପ୍‌ରେ ହାତଟା ଧୋଇ ସେ ଉଠି ପଡ଼ିଲା ଆଉ । ମାଡାମଙ୍କ ଅଫିସକୁ ରାସ୍ତା ତାକୁ ଯୋଜନ ଯୋଜନ ଦୂର ଭଳି ଲାଗୁଥିଲା । ସେ ମନେପକାଇବାକୁ ଚାହୁଁଥିଲା କ’ଣ ଭୁଲ…

ଅଧିକ ପଢ଼ନ୍ତୁ