ନଗ୍ନ ଚାହାଣୀ
କୁତ୍ସିତ ଦୃଷ୍ଟିରେ ଉଡ଼ିଯାଏ ଯେବେ ଅଳସୀ ସନ୍ଧ୍ୟା ଓଢ଼ଣି, ନଗ୍ନତାର ମୁଖା ପରଳ ପକାଏ ଶୃଗାଳ ନଗ୍ନ ଚାହାଣୀ । ଅଶ୍ରୁ ତର୍ପଣରେ ଭିଜୁଥାଏ ଗାଲ ବୁକୁ ଉହାଡ଼ରେ ଭୟ, ସଶରୀର ଧାରି ପିଶାଚଙ୍କ ରଡ଼ି ପାଦ ନ ହୁଅଇ ଥୟ । ସ୍ୱପ୍ନାଭିର ସିନା ଫଲ୍ଗୁ ଥାଏ ବୁଣି କଳ୍ପନା ଫରୁଆ ତଳେ, ମୁକ୍ତାକାଶ ତଳେ ବିହଙ୍ଗ ହେବାକୁ ମଉଳା ମନରେ ଭାଳେ । ନିଶିଦ୍ଧ ନିଶିର ଝାପ୍ସା ଆଲୁଅରେ ଶୁଭେ ଶୃଗାଳଙ୍କ ରଡ଼ି, ଅବରୋଧ…