ଏମିତି କିଛି କଥା ନାହିଁ

ଏମିତି କିଛି କଥା ନାହିଁ

ଏମିତି କିଛି କଥା ନାହିଁ, ତତେ କିଛି ଭେଟି ଦେବା ପାଇଁ… ଏମିତି କିଛି କଥା ନାହିଁ, ତୋ’ ଛବିକୁ ସାଇତିବା ପାଇଁ- ଏମିତି କିଛି କଥା ନାହିଁ, ତୋ ଓଠରେ ମୁଁ, ହସ ହୋଇ ଲାଖିଯିବା ପାଇଁ… ଏମିତି କିଛି ତ’ କଥା ନାହିଁ, ତୋ ଆଖି ତଳେ ମୁଁ, ଲୁହ ହୋଇ ଲୁଚିଯିବା ପାଇଁ- ଏମିତି କିଛି କଥା ନାହିଁ, ଭଙ୍ଗା ସ୍ୱପ୍ନ ତତଲା ବାଲି ନିଆଁରେ, ତୋ’ କୋମଳ ବିଶ୍ୱାସର ଅଙ୍ଗୀକାର ପାଇଁ……

ଅଧିକ ପଢ଼ନ୍ତୁ
ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

ଆଜି ବି ଜୁଆର ଆସେ ଏ ଜୀବନ ବେଳାଭୂମି ପରେ, ଆଜି ବି ଆସଇ ଝଡ଼ ଏ ଜୀବନ ପ୍ରାନ୍ତରେ । ଲୁଚକାଳି ଖେଳେ ଜହ୍ନ ତାର ଛାଇ ଆଲୁଅକୁ ଘେନି, ଶ୍ରାବଣ ଧାରାରେ ବା କେବେ ଭିଜିଯାଏ ମୋର ଦେହ ପୁଣି । ମୋ ମନରେ ଉଙ୍କିମାରେ ତୁମର ସେ ଗଲାଦିନ କଥା, କାହିଁକି କେଜାଣି କୁହ ଆଜି ପୁଣି ମୋ ମନରେ ବ୍ୟଥା । ହଜିଲା ଦିନର ସ୍ମୃତି ଖୋଜେ କିଆଁ ପାରେ ନାହିଁ…

ଅଧିକ ପଢ଼ନ୍ତୁ
tuma-apekshayre

ତୁମ ଅପେକ୍ଷାରେ

କେତେ ବସନ୍ତ ପରେ ଆସିଛି ଆଉ ଏକ ବସନ୍ତ ତଥାପି ହୋଇ ନାହିଁ ଅପେକ୍ଷାର ଅନ୍ତ ॥ ଶୀତଳ ମଳୟ ଯେବେ ତନୁକୁ ମୋ ଶିହରେଇ ଦିଏ ଝରକା ଖୋଲି ଦେଖେ ତୁମେ ତ ନ ଥାଅ ସେଠାରେ ॥ ଅସ୍ତ ହୁଏ ରବି ଯେବେ ଗଗନକୁ କରି ପୀତ ବର୍ଣ୍ଣ ଆଖିରେ ମୋ ନାଚି ଉଠେ କାହିଁ ତୁମ ହସ ହସ ମୁହଁ ॥ ଅଜାଗା କ୍ଷତକୁ ତ’ ଦେଖାଇ ହୁଏ ନା ହୃଦୟରେ ଅଛ…

ଅଧିକ ପଢ଼ନ୍ତୁ
sakala

ସକାଳ

କଅଁଳିଆ କଞ୍ଚା ସୁନେଲି କୀରଣ ଲୁଚକାଳି ଖେଳୁଥାଏ ସେ ଅଧାଖୋଲା ଝରକାରୁ, କୋଇଲିର ମଧୁସ୍ୱର ତାଳେ ତାଳେ କିଛି ଅମାନିଆ ଶୀତଳ ପବନ ଛୁଇଁଯାଏ ଥକ୍କା ଦେହଟାକୁ ମୋର ସକାଳ, ତମେ ଆସିଲା ପରେ ପରେ… ସକାଳ ! ତୁମେ ଆସ ପୂର୍ବ ଆକାଶର ରକ୍ତିମ ଆଭାରେ, ଧରାବୁକେ ବିଞ୍ଚି ହୋଇଯାଏ ସୁନେଲି ଅବିର ଶିତଳତା ଭରିଯାଏ ମନ ଅଗଣାରେ ସ୍ନିଗ୍ଧ ମଳୟର ଶୀତଳ ସ୍ପର୍ଶରେ, କିନ୍ତୁ, କୋଳାରବ ଭଙ୍ଗକରେ ମୋ ମନ ନୀରବତା !! ଶେଜ…

ଅଧିକ ପଢ଼ନ୍ତୁ
sesha-katha

ଶେଷ କଥା

କିଏ ଜାଣିଛି ଆଉ ଥରେ ଆସିବା, ହେବ ଅବା ନାହିଁ? ଯଦି ବି ଫେରିଆସେ, କିଏ ଜାଣିଛି, କେଉଁଠି, କେମିତି, କି ଭାବେ ଆସିବି? ତୁମ ସହ ଆଉଥରେ ଦେଖାହେବ ଅବା ନାହିଁ? ସେଥି ପାଇଁ କହୁଛି, ଯାହା ଦବା ନବା କଥା ଏଇ ଥରରେ ସାରି ଦିଅ, ଯାହା କହିବା ଶୁଣିବା କଥା ଶୁଣି ଯାଅ ଆଉ ଶୁଣେଇ ଯାଅ, ଆଉ ଥରେ ମଉକା ମିଳିବ କି ନାହିଁ । ଯିବାଟା ତ ସୁନିଶ୍ଚିତ, ପୁଣି…

ଅଧିକ ପଢ଼ନ୍ତୁ