Odia Short story Gotie Dinara Raja (ଗୋଟିଏ ଦିନର ରାଜା) by Chinmaya Mahapatra

ଗୋଟିଏ ଦିନର ରାଜା

୧୦/୧୨ ବର୍ଷର ପିଲାଟିଏ, ଗୋଟେ ଛୋଟ ହୋଟେଲରେ କାମ କରେ । ତା’ର କ’ଣ ମନ ହେଲା ଯେ ସେ ଗୋଟେ ଦିନ ଛୁଟି ନେଲା… ସେଦିନ ସକାଳୁ ଦୋକାନରୁ ଗୋଟେ ୨ ଟଙ୍କିଆ ସାମ୍ପୁ କିଣି ଭଲକରି ଗାଧୋଇଲା । ପୂର୍ବ ଦିନରୁ ଆଇରନ୍ କରି ରଖିଥିବା ତା’ର ମାତ୍ର ଗୋଟେ ହଳ ପ୍ୟାଣ୍ଟସାର୍ଟ ପିନ୍ଧିଲା । ପକେଟରେ ଦରମା ଟଙ୍କା ତକ ରଖି ବୁଲିବାକୁ ବାହାରିଲା । ପାର୍କ ବୁଲିଲା, ବଜାର ବୁଲିଲା, ସିନେମା…

ଅଧିକ ପଢ଼ନ୍ତୁ
Odia Poem Asha (ଆଶା) By Sasmita Singh

ଆଶା

ଆଜି ଦୁଃଖର ମହାସମୁଦ୍ର ଅଛି ଡରିବାର ତୁମକୁ ତ ଜମା ବି ନାହିଁ ସୁଖକୁ ଆଣିବା ତୁମ ହାତରେ ଅଛି ପଛକୁ ଫେରିବାର ଜମା ବି ନାହିଁ ଆଜି ରାତି ଅଛି ଅନ୍ଧକାର କାଲି ସକାଳ ନିଶ୍ଚୟ ଆସିବ ଆଜି ବାଟ ଅଛି ବହୁ ଦୂର ସେ ଖରାରେ ଛାଇ ନିଶ୍ଚୟ ମିଳିବ ଆଜି କର୍ମରେ ସବୁ ଖୁଣ ଅଛି କାଲିକୁ ସବୁ ନିଖୁଣ କରିବ ଆଜି ଆଖି ଓଦା ଅଛି କାଲି ଓଠରେ ହସ ଭରିବ…

ଅଧିକ ପଢ଼ନ୍ତୁ
Odia Poem Sashu Maa (ଶାଶୁ ମାଆ) by Himanshu Bhusan Sahu

ଶାଶୁ ମାଆ

ବାସର ରାତିର ପରଠାରୁ ରାତ୍ରୀ ତା’ ଶାଶୁକୁ ହାଡ଼େ ହାଡ଼େ ଚିହ୍ନିଦେଇଛି । ପ୍ରେମ ବିବାହରେ ଅସନ୍ତୁଷ୍ଟ ଶାଶୁ; ପୁତ୍ରବଧୂର ଭୋର ୪ଟାରେ ନ ଉଠି ଅଳସ ଭାଙ୍ଗି ୫ଟା ବେଳକୁ ଉଠିବା ଅସହ୍ୟ ବୋଲି କଥାରେ ନକହି ସକାଳେ ଗୁରୁଗୁରୁ ହୋଇ ମୁହଁ ଝିଙ୍ଗାସି ବିନା ଚପଲରେ ଦୁଆର ମୁହଁ ଖରକିବା ବେଳେ ମୁଣ୍ଡି ପହଁରାର ପଛପଟ କିଳା ଖୋଷାକୁ ନୂଆ ଶିଳପୁଆରେ ପିଟିବା ଥିଲା ହୁଏତ ଶାଶୁପଣିଆ । ସହରର ହାୱାରେ ବାଜି ବଡ଼…

ଅଧିକ ପଢ଼ନ୍ତୁ
Odia Story Mo Bapa (ମୋ ବାପା) by Rajesh Kumar Barik

ମୋ ବାପା

ମ୍ୟାଟ୍ରିକ୍ ରେଜାଲ୍ଟ ବାହାରିବାର ଥାଏ, ହାତରେ ମୋବାଇଲ୍‌ଟାକୁ ଧରି ଏକାକୀ ପୋଲ ଉପରେ ବସିଥାଏ ରାଜୁ । ମନରେ ଥାଏ ଅନେକ ବିତୃଷ୍ଣାର ସମ୍ଭାବନା… କାହିଁକି ନା ବାପା ଭାରି ରାଗି, ପରୀକ୍ଷାର ରେଜାଲ୍ଟ ଖରାପ ହେଲେ ବହୁତ ଗାଳି କରିବେ, ବହୁତ ମାଡ଼ ମାରିବେ । ଖାସ୍ ସେଇଥିପାଇଁ ତ ସେ ଆଜି ଡିଉଟି ନ ଯାଇ ଘରେ ବସିଛନ୍ତି । ତାଙ୍କର ବିବେକ ବୋଲି କିଛି ନାହିଁ, ଯେତେବେଳେ ଦେଖିବେ ଯାହା ସହ ଦେଖିବେ…

ଅଧିକ ପଢ଼ନ୍ତୁ
Odia Poem Bapa (ବାପା) by Krushna Chandra Barik

ବାପା

ଆକାଶ ପରିକା ପ୍ରଶସ୍ତ ହୃଦୟ ଚମ୍ପା କଢ଼ି ପରି କର୍ମ, ସାଗରର ଢେଉ ନିର୍ବାକ ନିଶ୍ଚଳ କିଏ ବୁଝେ ତା’ର ମର୍ମ । କୁଳୁ କୁଳୁ ନାଦେ ବଣ ଝରଣା ସେ ତରୁ ଲତା ମାଳ ଛୁଇଁ, ଶୀତଳ ସମୀର ଶେଫାଳୀର ବାସ ବିତରିତ କରି ଦେଇ । ଅଝଟିଆ କେତେ ବରଷା ବିତାନ ନିର୍ଘାତ ସହିଛି ଅଙ୍ଗେ, ମୁରୁକି ହସଟେ ହସି ଦେଇ ସିଏ ଖେଳେ ଶସ୍ୟ ବିଲ ସଙ୍ଗେ । ଜହ୍ନି ଫୁଲ ପରି…

ଅଧିକ ପଢ଼ନ୍ତୁ