ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ
ଭାରତ ସ୍ୱାଧୀନ ହେବା ପୂର୍ବରୁ ଯେତେବେଳେ ନାରୀମାନଙ୍କୁ ପାଠପଢ଼ିବାର ଅନୁମତି ମିଳିବା କଷ୍ଟକର ହୋଇଯାଉଥିଲା ସେହି ସମୟରେ କଟକ ଡାକ୍ତରୀ ବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି. ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହୋଇଥିଲେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ତଥା ସମ୍ପାଦିକା ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ । ୧୯୦୧ ମସିହାର ଫେବୃଆରୀ ମାସ ୮ ତାରିଖରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଜନ୍ମଗ୍ରହଣ…