You are currently viewing କରୋନା ପୁରାଣ
କରୋନା ପୁରାଣ

କରୋନା ପୁରାଣ

କହୁଛି କରୋନା ପୁରାଣ
ସଭିଏଁ ମନ ଦେଇ ଶୁଣ ॥ (୧)
ଅଜବ ରୋଗ ଏ କରୋନା
ଉତ୍ପତ୍ତି ସ୍ଥଳ ତା’ ଚାଇନା ॥ (୨)
ସାରା ବିଶ୍ୱକୁ ଗ୍ରାସ କରି
ଲୋକଙ୍କୁ ଦେଉଅଛି ମାରି ॥ (୩)
ମିଳୁନି ତାହାର ଔଷଧ
ଉପାୟ ଏକା ପ୍ରତିରୋଧ ॥ (୪)
ମାସ୍କ ଯେ ପିନ୍ଧିବ ମୁହଁରେ
ହାତକୁ ଧୁଅ ସାବୁନରେ ॥ (୫)
ସତର୍କ ସଦା ଯେ ରହିବ
ଦୂରତା ବଜାଇ ରଖିବ ॥ (୬)
ସରକାରଙ୍କ କଥା ମାନ
ସର୍ବଦା ରୁହ ସାବଧାନ ॥ (୭)
ପୋଲିସ ଆଉ ଯେ ଡାକ୍ତର
ନିର୍ଦ୍ଦେଶ ମାନିବ ତାଙ୍କର ॥ (୮)
ଯଦି ଏ ନିୟମ ମାନିବ
କରୋନା ନିଶ୍ଚୟ ହାରିବ ॥ (୯)
ଏତିକି କରି ନିବେଦନ
ରହୁଅଛି ମୁଁ ପର୍ଶୁରାମ ॥ (୧୦)

ପର୍ଶୁରାମ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପର୍ଶୁରାମ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।