Odia Poem Poda Pithare Mana (ପୋଡ଼ ପିଠାରେ ମନ) by Sudam Charan Swain

ପୋଡ଼ ପିଠାରେ ମନ

ଷାଠିଏ ପଉଠି ଛପନ ଭୋଗ କି ଲାଗିଲାନି ତତେ ମିଠା । ଛେଚା କଚା ଖାଇ ଧାଇଁ ଆସିଛୁ କି ଖାଇବାକୁ ପୋଡ଼ ପିଠା ॥ ଲବଣୀ ଖିଆ ସେ ସୁକୋମଳ ଦେହ ଫୁଲ ବି ଲାଗେ କଣ୍ଟା । କେମିତି ସହୁଛୁ ଟଣା ଭିଡ଼ ଏତେ ଦଉଡ଼ି ବନ୍ଧା ସେନା ପଟା ॥ ଭାବ ସିନ୍ଧୁ ତୁ ଭାବର ସିନ୍ଦୁକ ପ୍ରତି ମାନବ ଜାତିର । ସେଇ ଭାବ ପାଇଁ ପତିତ ଉଦ୍ଧରି କଷ୍ଟ ସହି…

ଅଧିକ ପଢ଼ନ୍ତୁ
Odia Poem Sanetre Sunadian (ସନେଟରେ ସୁନାଦିଅଁ) by Madhumita Mishra

ସନେଟରେ ସୁନାଦିଅଁ

ସୁନା ଠାକୁର ମୋ ସୁନା ବେଶ ଧରି ହୋଇଅଛି ଉଭା ସତେ… ସୁନା ଠାକୁରର ସୁନାବେଶ ଦେଖି ଝଲସେ ନଜର କେତେ…!! ସୁନା ଗହଣା ତା’ ଅଙ୍ଗଦେଶେ ଲାଗି ଆହୁରି ଝଟକି ଯାଏ… ସୁନା ଠାକୁରର ସୁନାବେଶ ଦେଖି ଲୁହ ରୋକିପାରେ କିଏ…!! ସୁନା ପରି ସେ ତ ଶୁଦ୍ଧ ସୁନାଦିଅଁ ତା’ ପରି କିଏ ସେ ହେବ… ସୁନାବେଶ ଧରି ରଥ ପରେ ଜଗା ସଭିଙ୍କୁ ଦର୍ଶନ ଦେବ…!! ସୁନା ତା’ ମୁକୁଟ ସୁନା ଗଳାହାର…

ଅଧିକ ପଢ଼ନ୍ତୁ
Odia Story Mo Gaon Galimunda (ମୋ ଗାଆଁ ଗଳି ମୁଣ୍ଡ) by Manas Ranjan Nayak

ମୋ ଗାଆଁ ଗଳି ମୁଣ୍ଡ

ବେସ୍ ସହଜ, ସରଳ, ସାବଲୀଳ ପରିଚୟଟିଏ ତା’ର; ମୋ ଗାଁ ଗଳି ମୁଣ୍ଡ । କେଉଁ ବାପ ଗୋସବାପ କାଳରୁ ଗାଁ’ଟିର ପୀଢ଼ି ପରେ ପୀଢ଼ି ଅଳିକ ଜୀବନର ସକଳ ସାକ୍ଷୀ ହୋଇ ଏଯାବତ୍ ବଞ୍ଚିରହିଛି । ବହୁରୂପୀ ଏଣ୍ଡୁଅ ପରି ବଦଳିଛି ତା’ର ପାରିପାର୍ଶ୍ୱିକ ଅବୟବ, ହେଲେ ସାଇତି ରଖିଛି ସେ ମନ ସିନ୍ଦୁକରେ ରାଶି ରାଶି ହସ ଲୁହର ଅପାଶୋରା ଅନୁଭୂତିକୁ ସ୍ମୃତିର ଫାସ ପକେଇ । ଆଜିବି ଆକାଶରେ ରଙ୍ଗର ଫୁଆରା, ମୁହୂର୍ମୁହୂ…

ଅଧିକ ପଢ଼ନ୍ତୁ
Odia Poem Tume hin Tume (ତୁମେ ହିଁ ତୁମେ) by Manjurani Mishra

ତୁମେ ହିଁ ତୁମେ

ତୁମେ ଅନନ୍ତ ଅବିଭକ୍ତ ମନ୍ଦାକିନୀ ସ୍ରୋତ ତୁମେ ବିଶ୍ୱାସର ବିଦେହୀ ସଂକେତ ଭୂମି ଠାରୁ ଭୂମା ପର୍ଯ୍ୟନ୍ତ । ତୁମେ ଆବୃତ୍ତ ପୁଣି ଅନାବୃତ୍ତ ତୁମେ ଦାରୁବ୍ରହ୍ମ ସଂକ୍ଷିପ୍ତ ପୁଣି ବିସ୍ତାରିତ । ତୁମେ ସୃଷ୍ଟି ପରିବ୍ୟାପ୍ତ ଯୋଜନ ଯୋଜନ ତୁମେ ସମୟର ସଞ୍ଜୀବନୀ ଉତ୍ଥାନ ପତନ । ତୁମେ ବିଶ୍ୱ ରୂପରେ ଉଦ୍ଭାସିତ ତୁମେ ଅନନ୍ତ ଶୟନରେ ବିରାଜିତ କୋଟି ବ୍ରହ୍ମାଣ୍ଡର ଆଭା ପରିତୃପ୍ତ ଅକ୍ଷୟ ଅବ୍ୟକ୍ତ । ତୁମ ଓଁ-କାର ଧ୍ଵନିରେ ମୁଁ ବିଗଳିତ…

ଅଧିକ ପଢ଼ନ୍ତୁ
Odia Poem Sesha Anurodha (ଶେଷ ଅନୁରୋଧ) by Snigdha Panda

ଶେଷ ଅନୁରୋଧ

କବିତା, ତୋ’ର ମୋର କଥା ଥିଲା ତୁ ମତେ ନିଦ ଦେବୁ ନ ହେଲେ ସ୍ୱପ୍ନ ଦେବୁ ହେଲେ ତୁ ନା ଦେଲୁ ନିଦ, ନା ଦେଲୁ ସ୍ୱପ୍ନ ଏବେ କହ ମୋ’ ଆଖିକୁ ଚାହିଁ ତୁ କ’ଣ ପ୍ରତାରଣା କଲୁନାହିଁ?? ମୁଁ ଯେବେ ବାଟ ଚାଲୁଥିଲି ତୁ ମୋର ସାଥୀ ହେଲୁ ସବୁଦିନ ଚାଲିବୁ ମୋ’ ସାଥେ ବୋଲି ଆକାଶକୁ ସାକ୍ଷୀ ରଖି କଥା ଦେଇଥିଲୁ ଅଥଚ ଆକାଶର ବର୍ଷାସବୁ ଝରାଇଲୁ ଆଖିଦେଇ ମୋର ଅଭିଯୋଗ…

ଅଧିକ ପଢ଼ନ୍ତୁ