ଅଭିନେତ୍ରୀ- ଫୁଲ

ଇଶ୍ୱର ସୃଷ୍ଟି କି ବିଚିତ୍ର । କାହାର ପରମାୟୁ ଅଧିକ ତ କାହାର ପରମାୟୁ ଗୋଟିଏ ଦିନର । ସେହି ଗୋଟିଏ ଦିନରେ ଯେ ସେ ତା’ର ପ୍ରୟୋଜନ ସମସ୍ତଙ୍କ ପାଖରେ ହୋଇଥାଏ । “ସେ ହେଉଛି ଫୁଲ” । ତା’ର ସୁବାସ ଚତୁର୍ଦ୍ଦିଗରେ ମହକିତ ହୋଇଥାଏ । ସେ କେତେବେଳେ ଇଶ୍ୱରଙ୍କ ଗଳାର ହାର ତ କେବେ ମଥାରେ ଟାହିଆ ହୋଇ ସଜାଇ ହୁଏ । ପୁଣି ନାରୀର ଗଭାର ଗଜରା, ଗୃହର ସାଜସଜ୍ଜା ଓ ଅତୀଥି ସତ୍କାର, ସେ ନବଜୀବନର ଆରମ୍ଭରେ ଥାଏ…

ଅଧିକ ପଢ଼ନ୍ତୁ
Odia Poem Kehi Jane (କେହିଜଣେ) by Ashish Kumar Gouda

କେହିଜଣେ

ମତେ ଆଉ କେତେ ଅପେକ୍ଷାରେ ରଖିବୁ ଏ ଜହ୍ନରାତି ନଈକୂଳ କୃଷ୍ଣଚୂଡ଼ା ଗଙ୍ଗଶିଉଳି ତୋ ବିନା ସବୁ ଅଲୋଡ଼ା… ପବନର ଆହୁଲା ମାରି ମାରି ଛୁଇଁବାକୁ ହୁଏ ଆକାଶ ଆକାଶ ବୋଲି କ’ଣ ଅଛି ଯେ… କେବଳ ତୋ ହଳେ ଅନ୍ୟମନସ୍କ ଆଖି ଆଉ ଓଠ ଚିପା ହସ… ତୁ ଜାଣିଚୁ ଏ କେହିଜଣେ କିଏ କିଏ ବୋଲି ପ୍ରଶ୍ନ ଉଠେ ମୁଁ ବହୁତ ଡେରିଯାଏଁ ଚାହିଁ ରହେ ସମସ୍ତଙ୍କୁ ଆଉ ଫେରିଯାଏ ଆମ ଗାଁ ନଈପଠା…

ଅଧିକ ପଢ଼ନ୍ତୁ
Odia Poem Kanhua Bina Gopa Shunya (କାହ୍ନୁ ବିନା ଗୋପ ଶୂନ୍ୟ) by Srinibas Samal

କାହ୍ନୁ ବିନା ଗୋପ ଶୂନ୍ୟ

ଅଛି ସେ କଦମ୍ବ ବନ ଶୁଭୁନି ମୁରଲୀ ସ୍ଵନ ନଦୀ ପଠା ଲାଗେ ଖାଲି, ଶ୍ରୀହୀନ ଲାଗେ ମନ ବୃନ୍ଦାବନ କହ୍ନେଇ ନାହିଁତ ବୋଲି । ଲୁଚେଇ କାନ୍ଦେ ରାଧିକା ଚଉଦିଗ ହେଲା ଫିକା ଗହନ ଗୁମର ପ୍ରୀତି ସରଗ ସୁଷମା ହୀନ ତା ଉପମା ସରାଗେ ନଥାଏ ମତି । ପୁରିଛି ଲବଣୀ ହାଣ୍ଡି ଯଶୋଦା ପାରୁନି ଦଣ୍ଡି ବସି ଖୁଆ ବାଡ଼ି ପାଶେ ବାତ୍ସଲ୍ୟ ମମତା ନୟନ ଯୁଗଳୁ ଧାର ଧାର ବୋହି ଆସେ । ନିଛାଟିଆ କ୍ରୀଡ଼ାଭୂଇଁ…

ଅଧିକ ପଢ଼ନ୍ତୁ

କନ୍ଥା

ଆଜି ଯେତେ ଦୂରେଥିଲେ ଦୂରତା ସାଜେନା ବାଧକ 4ଜି ନେଟ୍ଓର୍କ କି ଜିଅ ଫୋନ୍ ସମସ୍ତଙ୍କଠାରୁ ଉର୍ଦ୍ଧ୍ୱରେ ଯାହାର କଥା, ସେ ମୋ ମା’ର ପୁରୁଣା ଲୁଗାରେ ତିଆରି କନ୍ଥା… ମା’ କୋଳରେ ଶୁଇବାର ନିଦ ତା’ ଆଲିଙ୍ଗନରେ ଅପୂର୍ବ ଶାନ୍ତି ସବୁ ଏବେ ଏବେ ଅନୁଭବ ହୁଏ ଦୂରେଇଯାଏ ବ୍ୟଥା, ଯେବେ ମୋ ପାଖରେ ଥାଏ ମୋ ମା’ ହାତତିଆରି କନ୍ଥା… ତା’ ପିନ୍ଧା ଲୁଗାର ବାସ ମୋ ପାଇଁ ତା’ ମମତାର ନିଶ୍ୱାସ ତା’…

ଅଧିକ ପଢ଼ନ୍ତୁ
Odia Poem Kana Boli Bhabicha Ki (କଣ ବୋଲି ଭାବିଚ କି) by Pallavi Pujapanda

କ’ଣ ବୋଲି ଭାବିଚ କି !

ଭାବିଚ କି, କର ନଜର ଦୂର ଦୂର ମନେ ମୋର ଟାଣିଦେବ ଲକ୍ଷ୍ମଣର ଗାର ! ଦିନରାତି ଏକ କରି ସବୁ କାମକୁ ପଛ କରି ନିଇତି ଘାଣ୍ଟୁଛି ତମ ପ୍ରୋଫାଇଲ, ମୁଁ ବି ଦେଖୁଛି ମ ଦେଉଅଛ କେଉଁ ଦେବାଦେବୀ ଚିତ୍ରରେ କମେଣ୍ଟ ଆଉ ଦିଲ୍ ! ନଜରରେ ପଡ଼ିଛି ବି ଡେଣା ଥାପି ସାରିଲାଣି ଫୁରଫୁର୍ ଫରେନ୍ ଚଢ଼େଇ, ଏସନ ଆସ ତ, ନଛାଡ଼ିଛି ଯଦି ହାତରେ ପାଦରେ ଡେଉଁରିଆ ପିନ୍ଧେଇ ମୋ ନାଁ ଦେବ ବଦଳାଇ !…

ଅଧିକ ପଢ଼ନ୍ତୁ