Odia Story Tumaku Apeksha Kari (ତୁମକୁ ଅପେକ୍ଷା କରି) by Jyotiranjan Sahu

ତୁମକୁ ଅପେକ୍ଷା କରି

ଆଜି ଅନେକ ଦିନପରେ ଆଦିତ୍ୟ ପୁଣି ଫେରିଛି ନିଜ ଅତୀତ ପାଖକୁ ଯାହାକୁ କୋଡ଼ିଏ ବର୍ଷ ଆଗରୁ ସେ ଛାଡ଼ିଦେଇଯାଇଥିଲା । ବହୁତ ସାହସ ସଞ୍ଚୟ କରି ସିଏ ଆଜି ଆସିଛି କଲ୍ୟାଣୀ ପାଖକୁ । କିଛିପାଇବା ଆଶାରେ ନୁହେଁ କି କିଛି ଦେବା ଆଶାରେ ନୁହେଁ ଆସିଛି ପ୍ରାୟଶ୍ଚିତ ପାଇଁ । ହେଲେ କଲ୍ୟାଣୀ ! ସେ କ’ଣ ତାକୁ କେବେ କ୍ଷମା ଦେଇପାରିବ ! ଏମିତି ଅନେକ କଥା ଭାବିଭାବି ପାଦ ଯୋଡ଼ିଏ ଆଗକୁ…

ଅଧିକ ପଢ଼ନ୍ତୁ
Odia Poem Mun Chalijiba Pare (ମୁଁ ଚାଲିଯିବା ପରେ) by Sunita Patel

ମୁଁ ଚାଲିଯିବା ପରେ

ମୁଁ ଚାଲିଯିବା ପରେ ତୁ ନିଜକୁ ଭୁଲିଯିବୁ ଜାଣିଥିଲେ ମୁଁ ବଞ୍ଚିବା ପାଇଁ ଆହୁରି ସଂଘର୍ଷ କରିଥାନ୍ତି, ହଁ ଟିକିଏ କଷ୍ଟ ତ ହୋଇଥାନ୍ତା ହେଲେ ତୋ’ ପାଇଁ ଖୁସିରେ ହସି ହସି ସହି ଯାଇଥାନ୍ତି । ମୁଁ ଚାଲିଯିବା ପରେ ନା ହାତରେ ଚୁଡ଼ି ନା ମଥାରେ ଟିକିଲି ନା ପାଦରେ ତୋ’ର ପାଉଁଜି ଅଛି, ବୋଧେ ମୁଁ ଯିବାପରେ ମୋ ସ୍ମୃତିସବୁ ପାଷାଣ ପାଲଟିଛି, ସେଥିପାଇଁ ତୁ ସେସବୁ ନିଜଠାରୁ ଦୂରେଇ ଦେଇଛୁ ।…

ଅଧିକ ପଢ଼ନ୍ତୁ
Odia Poem Kasturi (କସ୍ତୁରୀ) by Binay Mohapatra

କସ୍ତୁରୀ

କାହାକୁ ଖୋଜୁଛୁ? ମୁଁ ଯିଏ, ତୁ ବି’ ସିଏ, କେବଳ ଫରକ୍ ଏତିକି ମୁଁ ମୋତେ ଜାଣିଛି ତୁ ତୋ’ ନିଜକୁ ଜାଣିବା ଏବେ ମଧ୍ୟ ବାକି ରହି ଅଛି । ନିଜର ସତ୍ତାକୁ ଭୁଲି, ଭ୍ରମରେ ଏ ମଣିଷ ନିଜେ ନିଜକୁ ଖୋଜୁଛି । ଅନନ୍ତ କୋଟି ବ୍ରହ୍ମାଣ୍ତ ମୁଁ ଯେ ତୋ’ ଅନ୍ତରେ ସ୍ଥାପିଛି ମୋତେ ଥରେ ନୁହେଁ କେତେ ଥର ମୁହଁ ଖୋଲି ପ୍ରମାଣ ଦେବାକୁ ପଡ଼ିଥିଲା, ତୋତେ କିନ୍ତୁ, ତୋ’ ନିଜ…

ଅଧିକ ପଢ଼ନ୍ତୁ
Odia Poem Akhabaya o Ame (ଅଖାବାୟା ଓ ଆମେ) by G. Krishna Reddy

ଅଖାବାୟା ଓ ଆମେ

ଅଝଟ ହେଉଥିବା, ଅରୁଚି ବୋଲି ଅଳି କରୁଥିବା ଦରୋଟି ଛୁଆଙ୍କୁ, ଅଖାବାୟାର ଭୟ ଓ ଭେଳିକି ଦେଖାଇ କେଉଁ ଅନାଦି କାଳୁ ମାଆମାନେ ସବୁ, ଆହାର ଦିଅନ୍ତି, ଆକଟ କରି ବୋଲକରା କରି ସରାଗେ ପଣତକାନିରେ, ସାଉଁଟି ସ୍ଵପ୍ନର ବୀଜ ବୁଣନ୍ତି ଜୀବନ ପଲାରେ ସବୁଜିମାର ରଙ୍ଗ ତୋଳନ୍ତି । ସେମାନେ ନିଜ ହାତରେ ବୋଉମାନଙ୍କ ନକଲ କରି ଅଖାବାୟାର ଖେଳ ରଚନ୍ତି, ବଡ଼ମାନଙ୍କୁ ଡରାଣ ଦେଖାଇ ସଜିଲ କରନ୍ତି ନିଜ ସରାଗ ଛୁଆଁରେ କଣ୍ଢେଇମାନଙ୍କୁ, ଚଳଚଞ୍ଚଳ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 39th Edition (ଶୁଭପଲ୍ଲବ ୩୯ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ନବତ୍ରିଂଶ ସମ୍ପାଦକୀୟ

ଆମ ସଂସ୍କୃତି ଓ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏହାର ପ୍ରତ୍ୟେକଟି ବିଷୟବସ୍ତ କେଉଁଠି ନା କେଉଁଠି ଆମ ଜୀବନଚର୍ଯ୍ୟା ସହିତ ଜଡ଼ିତ । ସେମିତି ଏକ ପର୍ବ ହେଉଛି ରଜ ପର୍ବ, ଯାହାକୁ କେବେଠାରୁ ଆଉ କିଏ ପାଳନ କରିବା ଆରମ୍ଭ କରିଥିଲା ଖୋଜିବା ମୂର୍ଖାମୀ ହେବ । କିନ୍ତୁ ଏହା ପଛରେ ଥିବା କାରଣ (ବୈଜ୍ଞାନିକ ହେଉ ବା ଧାର୍ମିକ ହେଉ) ଏକ ମହତ ଉଦ୍ଦେଶ୍ୟ ପ୍ରତିପାଦନ କରେ ।…

ଅଧିକ ପଢ଼ନ୍ତୁ