Odia Poem Tu Gala Pare (ତୁ ଗଲାପରେ) by Ramakanta Das

ତୁ ଗଲାପରେ

ତୁ ଗଲାପରେ ବେରଙ୍ଗ ଲାଗେ ଏ ଜୀବନ ତୋ’ର ଅଭୁଲା ସ୍ମୃତି ସବୁ ପ୍ରତିମୁହୂର୍ତ୍ତରେ ମତେ ଦ୍ଵନ୍ଦରେ ପକାଇ ଅନେକ କଷ୍ଟ ଓ ଯନ୍ତ୍ରଣା ଦିଏ ଆଖି ଆଗେ ଖୁସି ଦେଖିଲେ ବି ମୁଁ ହସିପାରେ ନାହିଁ । ତୋ ବିନା ଭାରି ଏକା ଏକା ଲାଗେ ମୋ ହୃଦୟର କୋହ ସବୁ ବୁନ୍ଦା ବୁନ୍ଦା ହୋଇ ଝରିପଡ଼େ ଶୁଖିଲା ଓଠ ଉପରେ ମୋ ବୁନ୍ଦାବୁନ୍ଦା ଲୁହରେ ଭାଙ୍ଗିଯାଏ ତତେ ନେଇ ଦେଖିଥିବା ସ୍ୱପ୍ନ ସବୁ ॥ –…

ଅଧିକ ପଢ଼ନ୍ତୁ
Odia Poem Jibanara Chaupadi (ଜୀବନର ଚଉପଦୀ) by Sidheswar Tripathy

ଜୀବନର ଚଉପଦୀ

ବାଲି ଗୋଡ଼ି ଭାତ କାଦୁଅ ତର୍କାରୀ ଶଢ଼ାଇ ହାଣ୍ଡି କଡ଼େଇ ଗାଁ ଦାଣ୍ଡ ଧୂଳି କେତେ ବୋଳା ବୋଳି ସଞ୍ଜ ଆସୁଥାଏ ନଇଁ । ଚାଟଶାଳୀ ପାଠ କାନ୍ଧରେ ବସ୍ତାନି ଅବଧାନେ ବେତ ମାଡ଼ ବାପା ବୋଉ ଜେଜେ ସଭିଏଁ କୁହନ୍ତି ପାଠପଢ଼ ପାଠପଢ଼ । ପହିଲି ପୀରତି ମିଳନର ଗୀତି ବିରହ ଅଲିଭା ଦାଗ ଜୀବନ ଜଞ୍ଜାଳ ଛୋଟିଆ ସଂସାର କେତେ ରାଗ ଅନୁରାଗ । ବୟସର ଶେଷ କେତେ ଅବଶୋଷ କେତେ ମିଠା ଅନୁଭୂତି ଗାଁ ମଶାଣିରେ ଦେହ…

ଅଧିକ ପଢ଼ନ୍ତୁ
Odia Poem Kakara Topa (କାକର ଟୋପା) by Chikun Panda

କାକର ଟୋପା

ଦର୍ପଣର କାଚ ଟୁକୁରା ପରି ଚମକେ ଶୀତ ସକାଳର କାକର ଟୋପା ଗୁଡ଼ିକ, ସୂର୍ଯ୍ୟର ପହିଲି କିରଣରେ ଝଲସେ ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗର ସମାହାର । ସବୁଜ ଘାସର ଗାଲିଚା କାକର ଟୋପାର ପସରା ସତେ କି ଘାସ ରାଜା ମସ୍ତକେ ଶୋଭେ ମୁକୁଟ । ପ୍ରତି ଶୀତ ସକାଳରେ ତୋ’ର ସୃଷ୍ଟି ଇଚ୍ଛା ହୁଏ ରୂପା ଥାଳିଆରେ ତତେ ନେବି ସାଉଁଟି ହେଲେ ଜାଣେ ଇଚ୍ଛା ଇଚ୍ଛାରେ ରହିଯିବ, ସ୍ପର୍ଶ ମାତ୍ରେ ଯାଉ ମିଳେଇ । – ଚିକୁନ…

ଅଧିକ ପଢ଼ନ୍ତୁ
Odia Poem Dashabhujanku Nibedana (ଦଶଭୂଜାଙ୍କୁ ନିବେଦନ) by Krishna Biswanath

ଦଶଭୂଜାଙ୍କୁ ନିବେଦନ

ଅହଂକାରର ଅବଧି ସରି ସରି ଆସୁ, ପ୍ରତି କୋଣେ ଅନୁକୋଣେ ଶାନ୍ତି ପୁଷ୍ପ ବର୍ଷୁ ।୧ ହିଂସା, ଦ୍ୱେଷ, ଈର୍ଷା ମନୁ ହେଉ ଦୂର, ସବୁ ହୃଦେ ବିରାଜିତ ପ୍ରେମ ଭରପୂର ।୨ ଧରା ଧାମେ ସବୁଜିମା ଢେଉ ଖେଳି ଯାଉ, ସବୁରି ଓଠରେ ଚିର ଶ୍ୟାମ ହସ ଥାଉ ।୩ କେହି ବି ନ ଶୋଇ ଦେଇ ପେଟେ ଓଦା କନା, ସବୁ ଜୀବେ ପ୍ରାପ୍ତ ହେଉ ଦୁଇ ଓଳି ଦାନା ।୪ ପରାଜିତ ହେଇଯାନ୍ତୁ ଯେତେ ଦୁଃଶାସନ, ଜଣେ ବି…

ଅଧିକ ପଢ଼ନ୍ତୁ
Odia Story Ja Devi Sarbabhuteshu (ୟା ଦେବୀ ସର୍ବଭୂତେଷୁ) by Manas Ranjan Nayak

ୟା ଦେବୀ ସର୍ବଭୂତେଷୁ

ଆଖିରେ ପାଣି, ଧମନୀରେ ରକ୍ତ । ଜୀବନ ଏହି ପାଣିରୁ ରକ୍ତ ପୁଣି ରକ୍ତରୁ ପାଣି ମଧ୍ୟରେ ଆବର୍ତ୍ତି ହେଉଥାଏ କାଳ ଅକାଳ । ସମୟର ସ୍ୱାକ୍ଷରରେ ସ୍ୱପ୍ନରୁ ବାସ୍ତବତାର ବାଟ ଖୋଜୁଥାଏ ନିରୁଦ୍ଦିଷ୍ଟ ପାହାନ୍ତାରୁ ଗୋଧୂଳି ଯାଏଁ… ଅଭୀପ୍ସାର ଉଡ଼ାଣ ଭରୁଥାଏ ଭୂମିରୁ ଭୂମା ଯାଏଁ । ଜୀବନ ଜଞ୍ଜାଳରେ ନିଜ ଅସ୍ମିତାକୁ ଜଳାଞ୍ଜଳି ଦେଇ ଗଢ଼ି ଚାଲିଥାଏ ସ୍ମୃତି କୋଣାର୍କ । ମୋହର ପରଳ ତଳେ ଚେତନାର ଦିଗନ୍ତ ଦିଶେ ଧୂମ୍ରାଭ । ଜୀବନର ଅମୃତ ଆଶ୍ଳେଷ ଟିକକ ଦ୍ରବୀଭୂତ ହେଉଥାଏ…

ଅଧିକ ପଢ଼ନ୍ତୁ