You are currently viewing କୋଟି ବ୍ରହ୍ମାଣ୍ଡ ସାଇଁ
କୋଟି ବ୍ରହ୍ମାଣ୍ଡ ସାଇଁ

କୋଟି ବ୍ରହ୍ମାଣ୍ଡ ସାଇଁ

କୃପା ବାରିଧି କରୁଣା ନିଧି
କୋଟି ବ୍ରହ୍ମାଣ୍ଡ ସାଇଁ
ବିଶ୍ୱ କରତା ଜଗତ ପିତା
ଜଗତ ନାଥ ତୁହି ॥

ତୁମେ ତ’ ପିତା ତୁମେ ତ’ ମାତା
ତୁମେ ଗୁରୁ ଗୋସାଇଁ
ତୁମେ ମୋ ବନ୍ଧୁ ତୁମେ ମୋ ସଖା
ତୁମେ ପରାଣ ସାଇଁ ॥
ତୁମର ସବୁ ହେ ମହାପ୍ରଭୁ
କି ଦେଇ ପାରିବି ମୁହିଁ
ପତର ଫୁଲ ଫଳ ଓ ଜଳ
ଏ ମଧ୍ୟ ମୋର ନୁହଇ ॥

କେବଳ ତୁମ ନାମ ଶ୍ରବଣ
କୀର୍ତ୍ତନ ଚିନ୍ତନ ଧ୍ୟାୟୀ
ଏ ଜୀବ ଯିବ ତୁମରି ଠାବ
ଏତିକି ଭିକ୍ଷା ମାଗଇ ॥

ଅଶୋକ କୁମାର ପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।