You are currently viewing ଆହେ ଦୀନବନ୍ଧୁ
ଆହେ ଦୀନବନ୍ଧୁ

ଆହେ ଦୀନବନ୍ଧୁ

ଆହେ ଦୀନବନ୍ଧୁ ପ୍ରଭୁ କୃପାସିନ୍ଧୁ
କରୁଣା ସାଗର ହରି
ଭବ ସାଗରରୁ ପାରିକର ମୋତେ
ଦେଇ ତବ କୃପା ତରୀ ॥

ଅନାଥର ନାଥ ଆହେ ଜଗନ୍ନାଥ
ପ୍ରଭୁ ନୀଳାଦ୍ରି ବିହାରୀ
ମହୋଦଧି ତୀରେ ନୀଳ କନ୍ଦରରେ
ଅଛ ପ୍ରଭୁ ବିଜେ କରି ॥

ଜୟ ଆଦିମୂଳ ଭକତ ବତ୍ସଳ
ପରମ ବ୍ରହ୍ମ ମୁରାରି
ଶ୍ୱେତପଦ୍ମ ଡୋଳା ଦୁଃଖ-ସିନ୍ଧୁ ଭେଳା
ସିନ୍ଧୁ-ଜେମା ମନୋହାରୀ ॥

ପତିତପାବନ ପୁର୍ଣ୍ଣ ପରଂବ୍ରହ୍ମ
ପତିତ ପାତକ ହାରୀ
ତବ ଶ୍ରୀଚରଣ ତାମରସ ଯୁଗ୍ମ
ତଳେ ପ୍ରଣତି ମୋହରି ॥

ଅଶୋକ କୁମାର ପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।