ପୁରୀ ବଡ଼ଦାଣ୍ଡେ ଚାହିଁ ସେ ବସିଛି
ହୃଦୟ ପସରା ଧରି
ପ୍ରେମ ବିନିମୟେ ହୃଦୟ ଦିଏ ସେ
ଭକତର ଭାବଗ୍ରାହୀ
କେହି ଆସୁନାହିଁ କେହି ମାଗୁନାହିଁ
ସମୟ ଯାଉଛି ସରି
(ଦିନେ) ଫେରିବାକୁ ହେବ ସଭିଙ୍କୁ ଘରକୁ
କାଳିଆ ଖୋଜୁଛି, କାଳିଆ ଚାହୁଁଚି
କରନ୍ତା କି କେହି ଫେରିବା ଆଗରୁ ହୃଦୟଟା ତା’ର ଚୋରି !
ଦେଖୁଚି କାଳିଆ ଜାଣୁଛି କାଳିଆ
ହୃଦୟର ଏଠି ଏତେଟା ଆଦର ନାହିଁ
ଭାବୁଛି ଭକ୍ତକୁ କହିବ ଯାଇ ସେ
“ମିଛ ଜରିଲଗା ସପନ ବେଉସା
ମୁଁ କରି ପାରିବି ନାହିଁ !”
ହୃଦୟେ ବସନ୍ତି ବ୍ରହ୍ମ ପରଂବ୍ରହ୍ମ
ଭକତ କି ଜାଣେ ନାହିଁ
ଜାଣିବି ମଣିଷ କାହିଁକି ଏ ସତ୍ୟ
ଭୁଲେ ଜନ୍ମ ଜନ୍ମାନ୍ତର ପାଇଁ?
– ମୋନାଲିସା ଦାଶ
Comments
