You are currently viewing ଜୀବନ
ଜୀବନ

ଜୀବନ

ଜୀବନର ଚଲାପଥରେ କାହା ସହ
କେତେବେଳେ ଦେଖା ହୁଏ ଜାଣି ହୁଏନା,
କିଏ ଲାଗେ ଚିହ୍ନା ପୁଣି
କିଏ ଲାଗେ ଅଚିହ୍ନା
ଜୀବନର ବାଟରେ କେତେବେଳେ ଫୁଲ ପୁଣି
କେତେବେଳେ କଣ୍ଟା
ହୁର୍ଦୟର ଶୂନ୍ୟତାରେ
କାହା ନାମ ଲେଖି ହୁଏ ପଢ଼ି ହୁଏନା,
ଏ ଲାଗେ ଜଣା ପୁଣି
କିଏ ଲାଗେ ଅଜଣା
ମନର ସାଧା କାଗଜରେ
କାହା ସ୍ମୃତି କେତେବେଳେ ରହିଯାଏ
ଜାଣି ହୁଏନା,
କିଛି ମନେରହେ ପୁଣି
କିଛି ମନେ ରହେନା
ଯେଉଁ ସ୍ମୃତି ମନେରହେ ତାହା
କେବେ ଭୁଲି ହୁଏନା ।

ଅନନ୍ତ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନନ୍ତ କୁମାର ସାହୁ ଜଣେ ଓଡ଼ିଆ କବି, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।