ଆରବ୍ୟ ରଜନୀର ରାଇଜ
ପୂର୍ବରୁ ମୋର ସ୍କଟଲାଣ୍ଡ ଅନୁଭୂତିରେ ମୁଁ ଜଣାଇଥିଲି ଯେ ଭାରତରୁ ଏଡ଼ିନବର୍ଗ ଗସ୍ତ ଦୁବାଇ ମାଧ୍ୟମରେ ସ୍ଥିର କରାଯାଇଥିଲା ଏବଂ ପ୍ରତ୍ୟାବର୍ତ୍ତନ ଥିଲା ଆବୁ ଧାବି ମାଧ୍ୟମରେ । ତେଣୁ ଏହି ସଂଖ୍ୟାରେ ମୁଁ ଦୁବାଇ ନଗରୀ ଭ୍ରମଣର ଅନୁଭୂତି ବର୍ଣ୍ଣନା କରୁଛି । ଆବୁ ଧାବି ଅନୁଭୂତି ଜାଣିବାକୁ ହେଲେ ଆଗାମୀ ଅଧ୍ୟାୟକୁ ଅପେକ୍ଷା କରିବାକୁ ହେବ । ଯେହେତୁ ଦୁବାଇ ନଗରୀର ଚାକଚକ୍ୟ ବିଷୟରେ ବହୁତ କିଛି ଶୁଣି ଥିଲି, ତେଣୁ ପ୍ରତକ୍ଷ ଅନୁଭୂତି…