Odia Story Abaidha Samparka (ଅବୈଧ ସମ୍ପର୍କ) by Swatismita Barik

ଅବୈଧ ସମ୍ପର୍କ

ବାପା ଆଉ ବୋଉଙ୍କ ସମ୍ପର୍କର ବୈଧତା ବୋଧେ ମୋ ଜନ୍ମ ଯାଏ ଥିଲା । ନହେଲେ ବାପା କାହିଁକି ମୋତେ ଆଉ ବୋଉକୁ ଏକା କରି ଚାଲି ଯାଇଥାନ୍ତେ ! ଏମିତି କିଛି ବସି ଭାବୁଥାଏ ସମିତା । ସମିତା ଏବେ ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାସାୟନ ବିଜ୍ଞାନ ବିଭାଗରେ ପାଠ ପଢ଼ୁଛି । ସେଥିରୁ କିଛି ସମୟ କାଢ଼ି ଦୁଇ ପ୍ରାଣୀ ପୋଷିବା ପାଇଁ କିଛି କାମ କରୁଛି । ସକାଳୁ ଉଠି ଝିଅକୁ କଲେଜ୍…

ଅଧିକ ପଢ଼ନ୍ତୁ
Odia Poem Tela (ତେଲ) by Bijay Choudhury

ତେଲ

ଆଜ୍ଞା, ଭାବୁଛନ୍ତି ନା ତେଲ ମାନେ ପେଟ୍ରୋଲ ଡିଜେଲ ! ହଁ ନଭାବିବେ କାହିଁକି? ତେଲର ତାତି ଯେତେବେଳେ ଦିଲ୍ଲୀରୁ ପଲ୍ଲୀ, ପାର୍ଲିଆମେଣ୍ଟରୁ ଗାଁ ଚଉପାଢ଼ି ପର୍ଯ୍ୟନ୍ତ ମାଡ଼ିଗଲାଣି, ଚିତ୍କାର ହୋହଲ୍ଲା ଫୋଟ ନାଟ, ଆପଣ ବି ଭାବିବା ସ୍ୱାଭାବିକ । କିନ୍ତୁ ସମସ୍ତେ ଜାଣନ୍ତି ତେଲ ବୃଦ୍ଧିର ସଠିକ କାରଣ । ଯଦିଓ କେନ୍ଦ୍ର ରାଜ୍ୟକୁ ଓ ରାଜ୍ୟ କେନ୍ଦ୍ରକୁ ନିନ୍ଦା କରନ୍ତି ଓ ଚୁପ ରହନ୍ତି । କଥା ହେଲା ଦୁହେଁ ଏଥିରୁ ଯେଉଁ…

ଅଧିକ ପଢ଼ନ୍ତୁ
Odia Story Niara Prema (ନିଆରା ପ୍ରେମ) by Sarmistha Malla

ନିଆରା ପ୍ରେମ

ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର, ଚିର ସବୁଜ ବନାନୀ, ମନୋରମ ମଧୁଶାଳା । ଏ ସବୁର ସୌନ୍ଦର୍ଯ୍ୟରେ ବିମୋହିତ ରୀନି ଓ ରୌନକ । ସ୍କୁଲ ଜୀବନରୁ ଦୁହେଁ ଦୁହିଁଙ୍କ ଅତି ପରିଚିତ । ଦୁଇ ଜଣଙ୍କ ପରିବାର ଏକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମୟ ଚକ୍ରରେ ଦୁହେଁ ବଡ଼ ହେଲେ । ଦୂର ବିଦେଶରେ ଉଚ୍ଚଶିକ୍ଷା ସମାପନ କରି ଏବେ ଦୁହେଁ ସମାଜରେ ଲବ୍ଧ ପ୍ରତିଷ୍ଠିତ । କିନ୍ତୁ କିଛି ବର୍ଷ ତଳର ଏକ…

ଅଧିକ ପଢ଼ନ୍ତୁ
Odia Story Ae Ta Jibana (ଏଇ ତ ଜୀବନ) by Samyajit Patra

ଏଇ ତ ଜୀବନ

ଦିବସର ଆରମ୍ଭ ହୋଇସାରିଥିଲା ସୂର୍ଯ୍ୟଙ୍କଠାରେ ସୃଷ୍ଟି ହେଉଥିବା ହାଇଡ୍ରୋଜେନ ଗ୍ୟାସ, ହିଲିୟମ ଗ୍ୟାସରେ ପରିଣତ ହେବାରେ । ପତ୍ନୀ କହୁଥିଲେ, ତୁମ ଟିଫିନ୍ ଡବା ଓ ପାଣି ବୋତଲ ଟେବୁଲ ଉପରେ ରଖିଛି ଗଲାବେଳେ ନେଇଯିବ । କାମ ନ କଲେ ପୁଅକୁ ପଢ଼େଇବ କେମିତି? ରାଜୁ ବିଛଣାରେ ପ୍ରାଣାୟାମ ସାରି ଦାନ୍ତକାଠି ନେଇ ପୋଖରୀକୁ ଚାଲିଗଲା । ଶୌଚ ଓ ସ୍ନାନ କାର୍ଯ୍ୟ ସାରି ବାହାରି ପଡ଼ିଲା କଳକାରଖାନା, ତା’ ନିତିଦିନିଆ କର୍ମ ସଂସ୍ଥାନ ଅଭିମୁଖେ…

ଅଧିକ ପଢ଼ନ୍ତୁ
Odia Story Manishapania (ମଣିଷ ପଣିଆ) by Sanatan Das

ମଣିଷ ପଣିଆ

ମହାନ୍ତି ବାବୁ ମର୍ଣିଂ ୱାର୍କ ସାରି ରାସ୍ତା କଡ଼ ଚାହା ଦୋକାନରେ ନିଜ ସାଥୀମାନଙ୍କ ସହ ଚାହା ଓ ବିସ୍କୁଟ ଖାଉଥିଲେ । ଏତିକି ବେଳେ ଗୋଟେ ବୁଲା କୁକୁର ମହାନ୍ତି ବାବୁଙ୍କ ମୁହଁକୁ ଅନେଇ ରହିଥାଏ । ମହାନ୍ତି ବାବୁ କୁକୁରକୁ ଦେଖି ରାଗିକି ପଞ୍ଚମ ହୋଇଗଲେ । ଜୋତା ପିନ୍ଧା ଗୋଡ଼ରେ ଗୋଟେ ଶକ୍ତ ଗୋଇଠା ମାରିଲେ ସେ କୁକୁରକୁ । ବିଚରା କୁକୁରଟି କାଉଁ କାଉଁ ହୋଇ ଦଉଡ଼ି ଚାଲିଗଲା । “ଶଃ…

ଅଧିକ ପଢ଼ନ୍ତୁ