ବଉଳା ଗାଈ ଗପ
ହଠାତ୍ ସୁମିତ୍ରା ହାତରୁ ଫୋନ୍ ଖସିପଡ଼ିଲା । ଲଥ୍ କରି ଚେୟାରରେ ବସିପଡ଼ିଲା । ଗୋଡ଼ରୁ ମୁଣ୍ଡ ଯାଏଁ ଥରୁଥିଲା ସିଏ । କ’ଣ କରିବ? କାହାକୁ କହିବ? ଅମିତ୍ ହିଁ ତ’ ସେଠାକାର ଜିଲ୍ଲାପାଳ, ତାଙ୍କ ପାଇଁ ପୁଣି କାହାକୁ ଗୁହାରି କରିବ? ଆଜି ସକାଳୁ ତ’ କହିକି ଯାଇଥିଲେ, “ଦେହ ଟା ଭଲ ଲାଗୁନି, ଯଦି ହବ ଘରକୁ ଜଲ୍ଦି ଚାଲିଯିବି, ତୁମେ ପରେ ଡାକ୍ତରଖାନାରୁ ଆସିଲେ ଚଳିବ ।” କେମିତି ହେଇଗଲା ଏସବୁ? ସେତିକିବେଳେ ଧଇଁ ସଇଁ ହେଇ…

