
ଅନୁଭୂତିର ଫର୍ଦ୍ଦ
ପ୍ରତିଦିନ ସକାଳ ଖବର କାଗଜରେ ଏମିତି ଖବର ପ୍ରକାଶ ପାଏ । “ପୁଲିସ ଗୁଳିରେ ୩ ମାଓବାଦୀ ନିହତ । ମାଲକାନଗିରିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ ।” ଆଉ ଏଇ ମାଓବାଦୀ ଆଦିବାସୀ ସମ୍ପ୍ରଦାୟର ବୋଲି ପ୍ରାୟ ଲେଖା ଥାଏ । ଆମ ରାଜ୍ୟର କେ.ବି.କେ ଜିଲ୍ଲା କହିଲେ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଆଦି ଜିଲ୍ଳାକୁ ବୁଝାଏ । ଏହିସବୁ ଜିଲ୍ଲାରେ ଅଧିକ ଜଙ୍ଗଲ ଅଛି ଆଉ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି ।…