nistabdhatara-swara

ନିସ୍ତବ୍ଧତାର ସ୍ୱର

ଏକ ଭାଇ ଡାକିଥିଲେ – ଆ ପ୍ରଭା, ଯିବା ଦେଖିବୁ, କାହାର ଯାତ୍ରା ବାହାରିଛି ! ସେ ଜାଣି ନ ଥିଲେ, କାହାର ଯାତ୍ରା ବାହାରିଛି । କେମିତି ଜାଣିଥାନ୍ତେ? ଆଠ–ନଅ ବର୍ଷର ଝିଅ ଥିଲେ ସେ, ସ୍କୁଲରେ ନୂଆନୂଆ ଇଂରାଜୀ ଶିଖୁଥିଲେ । ଭାଇ ସିନା ଜି.କେ. ପଢୁଥିଲେ ଯେ କାହାର ଯାତ୍ରା ବାହାରିଛି ସେ ଜାଣିଛନ୍ତି ! ଭାଇଙ୍କ ହାତ ଧରି  ଗହଳି ଭିତରେ ପଶିଥିଲେ ସେ । ଗୋଟିଏ ଖୋଲା ଶଗଡ ଗାଡ଼ିକୁ ତୋରଣ ଦେଇ ସଜା ଯାଇ ତା…

ଅଧିକ ପଢ଼ନ୍ତୁ
banamalli

ବଣମଲ୍ଲୀ

ସକାଳ ସାତଟା । ହାୱଡ଼ା–ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱରର ଚାରି ନମ୍ବର ପ୍ଲାଟଫର୍ମରେ ଲାଗିଲା । ଟ୍ରେନ ପହଞ୍ଚିବା ସମୟରୁ ଦୁଇ ଘଣ୍ଟା ଡେରି ଥିଲା । ଟ୍ରେନରେ ଆଜି ନାହିଁ ନଥିବା ଭିଡ଼ । ଆଗକୁ ଚାରି ପାଞ୍ଚ ଦିନ ଛୁଟି ଥିବାରୁ ବଙ୍ଗାଳି ଯାତ୍ରୀ ପୂରା ଟ୍ରେନ ଉପରେ  କବ୍ଜା କରିନେଇଛନ୍ତି । ଅଧିକାଂଶ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥାନ ପୁରୀ । ନିଜର ବ୍ୟାଗକୁ ସିଟ ତଳୁ ବାହାରକରି ଟ୍ରେନ ବାହାରକୁ ଆସିଲା ସିଦ୍ଧାର୍ଥ । ଷ୍ଟେସନ ବାହାରେ ଦେଖିଲା ଝିପି ଝିପି…

ଅଧିକ ପଢ଼ନ୍ତୁ
mendagola-katha

ମେଣ୍ଢାଗୋଲା କଥା

ବହୁ ବର୍ଷ ପୂର୍ବେ ଉପକୂଳ ଅଞ୍ଚଳରେ ତିନୋଟି ଗାଁ ଥିଲା —  କରମାପୁର, ମହାଚତୁରପୁର, ଅତିଚତୁରପୁର । ସେତବେଳର ସମାଜରେ ସମସ୍ତେ ପରିଶ୍ରମ କରୁଥିଲେ ଓ ଭଲରେ ଚଳୁଥିଲେ । କିଏ ଚାଷ କରୁଥିଲା ତ‘ କିଏ ମେଣ୍ଢାଗୋଲା ପାଳନ କରୁଥିଲା । ମେଣ୍ଢାଗୋଲା ବୋଲି ଗୋଟେ ଗୃହପାଳିତ ପଶୁ ସେତବେଳେ ଥିଲା । ତା’ ଦେହ ଦେଖିବାକୁ ମେଣ୍ଢା ଭଳି କିନ୍ତୁ ମୁଣ୍ଡଟି ପୂରା ଗୋଲିଆ ଥିଲା । ମେଣ୍ଢାଗୋଲା କ୍ଷୀରର ଭଲ ବ୍ୟବସାୟ ହେଉଥିଲା ।…

ଅଧିକ ପଢ଼ନ୍ତୁ
Prapteshu

ପ୍ରାପ୍ତେଷୁ

ମୁଁ ସେଦିନ ଯାଇଥାଏ ଓଡ଼ିଶା ଷ୍ଟେଟ ଲାଇବ୍ରେରୀ । ଯେତେବେଳେ ଖାଲି ସମୟ ପାଏ ମୁଁ ଚାଲିଆସେ ଏଠିକି । ସେଦିନ ସାମ୍ୟବାଦ ଉପରେ ଆଧାରିତ କାର୍ଲମାକ୍ସଙ୍କ ‘Das Capital’ ବ‌ହିଟି ପଢ଼ିବାକୁ ଭାବିଲି । ବ‌ହୁତ ଖୋଜା ଖୋଜି ପରେ ବ‌ହିଟି ଆଣିଲେ ଲାଇବ୍ରେରୀ କର୍ମଚାରୀ । ବ‌ହି ନମ୍ୱର, ନାଁ, ମୋ ନାଁ ଓ ଦସ୍ତଖତ କରି ବ‌ହିଟି ଆଣି ବସି ପଢ଼ିଲି ପାଖରେ ଥିବା ଟେବୁଲ ପାଖରେ । କିଛି ଲୋକ ମଧ୍ୟ ପଢ଼ୁଥାନ୍ତି । ମୁଁ ଆଣିଥିବା ବ‌ହିଟି ବ‌ହୁତ…

ଅଧିକ ପଢ଼ନ୍ତୁ
Surabhi

ସୁରଭି: (…. କିଛି ସମ୍ପର୍କର)

“ଶୁଣୁଛ ସୁରଭି ! ସେ ଦିନ ତୁମ କଥା ନ ମାନି ସେ ବାଇଆଚଢ଼େଇର ବସାଟିକୁ ଭାଙ୍ଗି ଦେଲି ବୋଲି ବୋଧହୁଏ ଆଜି ଆମ ବସାଟିକୁ ସମୟର ସୁଅଟା ଭାଙ୍ଗି ଦେଲା । ଆଉ ସେଇ ରାଗରେ ତୁମେ ବି ମୋତେ…।” ଏତିକି ବେଳେ ଶୀତଳ ପବନର ଏକ କୋମଳ ସ୍ରୋତଟା ନିରୁ ଜେଜେଙ୍କ ଶରୀରକୁ ସ୍ପର୍ଶ କରି ଚାଲିଗଲା । ମୃଦୁ ହସଟିଏ ହସିଦେଇ ନିରୁ ଜେଜେ କହିଲେ “ତୁମେ ମୋ କଥା ଶୁଣୁଛ ନା ସୁରଭି ! ମୁଁ ଜାଣେ…

ଅଧିକ ପଢ଼ନ୍ତୁ