Gupchup

ଗୁପଚୁପ

ଗଣେଶ ପୂଜା ଆଉ ଦୁଇ ଦିନ ବାକି ଅଛି । ରାସ୍ତାରେ ନାହିଁନଥିବା ଗହଳି । ସମସ୍ତେ ପୂଜା ଲାଗି କିଣାକିଣିରେ ବ୍ୟସ୍ତ । ଚାରିଆଡ଼େ ଗୋଟେ ଖୁସିର ବାତାବରଣ । ଦଳ ଦଳ ହେଇ ପୁଅ ଝିଅ ସବୁ ଦୁଇ ଚକିଆ ଗାଡି ପେଁ ପାଁ କରି ରାସ୍ତାରେ ଛୁଟିଛନ୍ତି, କାହାରିକୁ ତାଙ୍କର ଖାତିର ନାହିଁ । ସନ୍ଧ୍ୟା ସମୟ ହେଲାଣି । ରାସ୍ତା ପାର ହେଇ ଘରକୁ ଯିବ ବୋଲି ଶୋଭା ଠିଆ ହେଇଚି ଯେ ହେଇଚି । ଡର ମାଡ଼ୁଚି ତାକୁ ଆଜିକାଲିକା…

ଅଧିକ ପଢ଼ନ୍ତୁ
amba

ଆମ୍ବ

ପ୍ରଚଣ୍ଡ ଖରାଦିନେ ପାୱାର କଟ୍ !! ଓଃ ଯଉ ଡହଳ ବିକଳ ଲାଗେ ଆଉ କୁହନ୍ତୁନି । କିନ୍ତୁ ଟିଭି, ମିଉଜିକ ପ୍ଲେୟାର ଆଉ ପଙ୍ଖାର ଘାଉଁ ଘାଉଁ ବନ୍ଦ ହେଇଗଲା ବେଳେ ମନେ ପଡ଼େ ସେଇ ପିଲାବେଳ କଥା । ଲାଇନ କଟିଗଲେ ଯାଇ ବୁଢ଼ାବାପାଙ୍କ ଖଟରେ ଡିଆଁ ମରା ହେଉଥିଲା । ତାଙ୍କୁ ଦି’ପହରିଆ ନିଦରୁ ଉଠେଇ ଗପ କୁହ ବୋଲି ଫରମାଇଶ ହଉଥିଲା । ମୋ ବୁଢ଼ାବାପାଙ୍କୁ ଗପ କହି ଆସୁନଥିଲା । ହେଲେ ତାଙ୍କର ଗୋଟେ ଟ୍ରେଡ଼ମାର୍କ କଉତୁକିଆ ଖେଳ…

ଅଧିକ ପଢ଼ନ୍ତୁ
manisha-gachha

ମଣିଷ ଗଛ

ଅନ୍ୟମନସ୍କ ଭାବରେ ଗୋଡ଼ ଦୁଇଟାକୁ ଟିପୋଇ ଉପରେ ଥୋଇ ବେତ ଚୌକିରେ ବସିଥାନ୍ତି ସନାତନବାବୁ । ଜୀବନର ୬୫ଟି ବସନ୍ତ ବିତେଇ ସାରିଥିବା ଅବସରପ୍ରାପ୍ତ ଶିକ୍ଷକ ସନାତନ ମିଶ୍ର । ଧୋବ ଫରଫର ବାଳ ସାଙ୍ଗକୁ ଗାନ୍ଧିଜୀଙ୍କ ଭଳି ଚଷମା । କିଛି ଗୋଟାଏ ଗମ୍ଭୀର ଚିନ୍ତାରେ ବସିଥାନ୍ତି । “ଚା ପିଇଲ ନାହିଁ ଯେ, ଥଣ୍ଡା ହୋଇଗଲେ ମୁଁ ଆଉ ଗରମ କରି ପାରିବିନି ।” ପତ୍ନୀଙ୍କ କଥା ଶୁଣି ଚିନ୍ତା ରାଇଜରୁ ଫେରି ଆସିଲେ ସନାତନବାବୁ । ଚା’କପରୁ ଗୋଟେ ଚୁମୁକ ନେଇ…

ଅଧିକ ପଢ଼ନ୍ତୁ
andhabiswasara-naksa

ଅନ୍ଧବିଶ୍ୱାସର ନ‌କ୍ସା

ଗିନାଚାମଚ ରାଜସ୍ଥାନୀ ହେଲେବି ଶାଶୁକୁ ସବୁ ଓଡ଼ିଆ ଚାଲିଚଳଣୀ ଓ ଆଦବକାଇଦା ଜଣା । ବଡ଼ବୋହୂ ବେଳକୁ ସିନା ଭୁଲିଗଲାବୋଲି ଦିନଗଡ଼ି ଅସମୟରେ ପିଲାଟି ପେଟରେ ଚାଲିଗଲା, ହେଲେ ଏଥର ସାନବେଳକୁ ରାତିଅଧରେ ପିଲା ବୁଲୁନି ବୋଲି ଶୁଣିଦେଲାରୁ ଗିନାଚାମଚ ପେଟଉପରେ ଥୋଇ ଚଟାପଟ ଆରମ୍ଭ କରିଦେଲା ଋଣୁଝୁଣୁ ଶବ୍ଦ । ପିଲାଟି ବୁଲିଲା ବି ରାତିରେ, ଆଉ ତହିଁଆରଦିନ ମୁଁ ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ବି ସବୁ ଠିକ୍ ଠାକ୍ । କାଠିମାଳି ହଳଦିଆକାଆଁଳ ହଉ କି ମାଟିଆକାଆଁଳ, ଡାକ୍ତରିଓଷଦ ଯିଏ…

ଅଧିକ ପଢ଼ନ୍ତୁ
ghoda-dimba-odia-story

ଘୋଡ଼ା ଡିମ୍ବ

ପ୍ରାୟ ୨୮ କି ୨୯ ବର୍ଷ ତଳର କଥା । ମହାପାତ୍ର ବାବୁ, ତାଙ୍କ ଧର୍ମ ପତ୍ନୀ ଟୁନା ମାଉସୀ ଆଉ ତିନି ଜଣ ଛୁଆଙ୍କ ସ‌ହ ରହୁଥିଲେ ଏଇ ଆମ କଟକର ଡଗରପଡ଼ାର ବଣିଆ ସାହିରେ, ଆମ ଘରର ପଡିଶା ଘର ସେ । ଛୁଆ ତିନିଟା ଦୁଇ ଦୁଇ ବର୍ଷ ସାନ ବଡ଼ । ମହାପାତ୍ର ବାବୁଙ୍କୁ ଏଇ ୩୬ ବର୍ଷ ଆଉ ଟୁନାଦେବୀଙ୍କୁ ୨୭ କି ୨୮ ହେବ ଅତି ବେଶୀରେ, ସେ ସମୟରେ ଝିଅ ଗୁଡ଼ାକ…

ଅଧିକ ପଢ଼ନ୍ତୁ