ବ୍ୟଭିଚାରିଣୀ
ରବିବାରଟା ଛୁଟି ବୋଲି ଯୋଉ ମହାପୁରୁଷମାନେ କହି ଯାଇଛନ୍ତି ସେମାନେ କେବେ ବି ବାହା ହେଇନଥିବେ । ବାହା ହବା ଲୋକମାନଙ୍କ ପାଇଁ ଯଦି କେବେ କୌଣସି ସମ୍ୱିଧାନଟିଏ ତିଆରି କରାଯାଏ ସେଥିରେ ମୌଳିକ ଅଧିକାରରୁ ଛୁଟିକୁ ନିଶ୍ଚୟ ବାଦ୍ ଦିଆଯାଇଥିବ । ମୁଁ ଯେମିତି କାଲିଠୁ ଭାବିକି ରଖିଥିଲି ଆଜି ରବିବାର ଖାଲି ସକାଳୁ ଖାନ୍ ଚାଚା ପାଖରୁ ଖାସି ମାଂସ ଅଧକିଲେ ଆଣି ମାମୁନୀଙ୍କୁ ଧରେଇ ଦେବି, ବାସ୍ ଦିନ ଯାକ ଲମ୍ୱ ହେଇ ଶୋଇ କ୍ରିକେଟ…

