ଭସା ବାଦଲ
ରବିବାର ଦ୍ୱିପ୍ରହର.. ଉଦୁଉଦିଆ ଖରା କିନ୍ତୁ ଆକାଶରେ ଚାଲିଛି କିଛି ଧଳା ଭସା ବାଦଲମାନଙ୍କର ଲୁଚକାଳି ଖେଳ ଏବଂ ତାଙ୍କ ସହିତ ତାଳ ମିଳାଇ ନାଚିଯାଉଛି ଏକ ଛୋଟ କଳା ବାଦଲ । ସବୁ ରବିବାର ପରି ଆଜି ବି ମୀରା ରୋଷେଇ କରିଛି ରୋହି ମାଛ ବେସର, ଉଷୁନା ଚାଉଳ ଭାତ, ରସୁଣ ଛୁଙ୍କ ଦେଇ ମୁଗ ଡାଲି, ବଡ଼ି ବାଇଗଣ ଚକଟା ସାଙ୍ଗକୁ କଷି କାକୁଡ଼ି ଖଣ୍ଡ । “ଓଃ… କି ସୁନ୍ଦର ଖାଦ୍ୟ । ଲାଗୁଛି ସତେ…

