nian-phula

ନିଆଁ ଫୁଲ

୧. ଅଳସୁଆ ଖରାବେଳ ଅଗନା ଅଗନି ବନସ୍ତ ନହେଲେ ବି ଘଞ୍ଚ ଜଙ୍ଗଲ । ଶୀତ ଦିନିଆ ଦିପହର ! ଜଙ୍ଗଲ ଭିତରେ ଦିନ ବେଳରେ ବି କାଲୁଆ ପବନ । ଦେହ ଶୀତେଇ ଯାଉଛି । ଗଛ ଆଢ଼ୁଆଳ କି ବୁଦା ପଛ ଛାଡ଼ି ଫର୍ଛାରେ ଖରା ପଡ଼ିଥିବା ପଥର ଉପରେ ପେଟେଇ ଉଷୁମ ଟାଣୁଛି ବାଘୁଣୀ । କେତେ ରାତି ହେଲାଣି ଗୋଟେ ବାର୍‌ହା ପଛରେ ପଡ଼ି ନିଦ ଠିକରେ ହେଇନଥିଲା । କାଲି ରାତିରେ ପାଣି ପାଖରେ ଛକି ଛକି ଠିକ…

ଅଧିକ ପଢ଼ନ୍ତୁ
aphera-pathara-pathika

ଅଫେରା ପଥର ପଥୀକ

ବାଣୀବିହାର ବାଣୀବିହାର…. ବସ୍ ଯାଇ ପହଞ୍ଚିଲା ବାଣୀବିହାର ବସ୍‌ଷ୍ଟାଣ୍ଡରେ । ମୋତେ ବି ଟିକେ ନିଦ ଲାଗିଯାଇଥିଲା । କଣ୍ଡକ୍ଟର ପାଟି ଶବ୍ଦରେ କାନ ଫାଟିପଡ଼ୁଥାଏ । ମୁଁ ବ୍ୟସ୍ତ ହୋଇ ଉଠିପଡ଼ିଲି । ଲଗେଜ୍ ବାହାର କରିବି କ’ଣ, ହଠାତ୍ ମୋ ଦୃଷ୍ଟି ଯାଇ ପଡ଼ିଲା ଆଗ ସିଟରୁ ଓହ୍ଲାଉଥିବା ଜଣେ ଯୁବତୀଙ୍କ ଉପରେ । ସତେ ଯେପରି ତାଙ୍କୁ ଆଗରୁ ବହୁବାର ଦେଖିଛି କେଉଁଠି ! ଅନେକ ଦିନର ଯେପରି ସମ୍ପର୍କ ଅଛି ତାଙ୍କ ସହ । ସେହି ଗୋରା ମୁଁହ, ତା’ରି ପରି…

ଅଧିକ ପଢ଼ନ୍ତୁ
ashara-alokaku-apeksha

ଆଶାର ଆଲୋକକୁ ଅପେକ୍ଷା

ସୁନୀତା ଝରକାବାଟେ ବାହାରକୁ ଚାହିଁ Bergen ସ‌ହରର ଦୃଶ୍ୟ ଉପଭୋଗ କରିବାକୁ ଚେଷ୍ଟା କରୁଥିଲା । ଡେସେମ୍ବର ମାସ ପନ୍ଦର ତାରିଖ । ଆସନ୍ତ ଖ୍ରୀଷ୍ଟମାସ ପର୍ବ ଓ ଛୁଟି ପାଇଁ ସ‌ହରବାସୀ ବ‌ହୁତ ଉତ୍ସାହିତ ଓ ଖୁସି ଥିଲେ । ରଙ୍ଗୀନ ଆଲୋକମାଳାରେ ପୁରା ସ‌ହର ସଜା ହୋଇ ସାରିଥିଲା । ଛୁଟିକୁ ଆଖି ଆଗରେ ରଖି ସପିଙ୍ଗ୍ ମଲ୍‌ମାନଙ୍କରେ ଡିସ୍‌କାଉଣ୍ଟ ଅଫର ମଧ୍ୟ ଆରମ୍ଭ ହୋଇସାରିଥିଲା । ବନ୍ଧୁମିଳନ, ଲଞ୍ଚ୍ ଓ ଡିନର ପାର୍ଟୀ ଇତ୍ୟାଦିରେ ସମସ୍ତେ ମସ୍‌ଗୁଲ ଜଣା ପଡ଼ୁଥିଲେ ।…

ଅଧିକ ପଢ଼ନ୍ତୁ
ସ୍ନେହାଶ୍ରିତ ଦେବତା

ସ୍ନେହାଶ୍ରିତ ଦେବତା

ଜହ୍ନାଲୋକରେ ଆଲୋକିତ ହୋଇଯାଇଥିବା ସେଦିନର ରାତି ଯେପରି ଏକ ବିଶାଳ ପରିବର୍ତ୍ତନ ଆଣିଥିଲା ସତ୍ୟଦେବଙ୍କ ପାଇଁ । ନୂଆ ଆଶାର ଆଲୋକକୁ ନେଇ ଏକ ସୁନ୍ଦର ପଥର ପଥିକଟିଏ ହୋଇଗଲେ ସେ । ପିତାଙ୍କ ଚରଣ ତଳେ ଶୋଇଯିବା ପରେ ଆଖିରୁ ବହିଯାଉଥିବା ଲୁହ ଯେମିତି ମରୁଭୂମି ପାଲଟି ଯାଇଥିଲା । ଜୀବନର ଚଲାପଥ ଏମିତିବି ହୋଇପାରେ ବୋଲି ସତ୍ୟଦେବ ଅନୁଭବ କରି ଏକ ନୂଆ ଜୀବନଟିଏ ଆରମ୍ଭ କରିଥିଲେ । ଗ୍ରୀଷ୍ମର ପ୍ରକୋପରେ ଗାଁ ଶେଷମୁଣ୍ଡରେ ଥୁଣ୍ଟା ହୋଇଯାଇଥାଏ ବରଗଛଟିଏ । ବରଗଛରୁ…

ଅଧିକ ପଢ଼ନ୍ତୁ
ଅଫେରା ବାଦଲ

ଅଫେରା ବାଦଲ

ବାଦଲର (ସ୍ନେହର ନାମ ବୁଲା) ଫୋନ୍ ଆସିଥିଲା । ପଡ଼ିଶା ଘର ମିନତୀ କହିଯାଇଥିଲା କି କାଲି ରାତିକୁ ବୁଲା ଆସି ଘରେ ପହଞ୍ଚିବ । ବୁଢ଼ାବୁଢ଼ୀ ଦୁଇଜଣଙ୍କ ଆନନ୍ଦ କହିଲେ ନ ସରେ । ବୁଢ଼ୀ, ଘର ବାଡ଼ି ସଫା ସୁତୁରାରେ ଲାଗିଥାଏ ଆଉ ମନେ ମନେ ଗୁଣୁ ଗୁଣୁ ହେଉଥାଏ, “ଆମେ ସିନା ଗାଆଁରେ ରହୁଛୁ, ଆମ କଥା ଛାଡ଼; ହେଲେ ବୁଲାଟା ବିଦେଶରେ ରହିଲାଣି, ଆଉ କିଛି ଦିନ ଗଲେ ଚାକିରୀ କରିବ…… ତେଣୁ ସେ କେମିତି…

ଅଧିକ ପଢ଼ନ୍ତୁ