Astamangala

ଅଷ୍ଟମଙ୍ଗଳା

ଲୋକଟା କେତେବେଳେ ବି ଚୁପ୍ ରହେନି । ସବୁବେଳେ ବକର ବକର ହେଉଥିବ । ଗାଡ଼ିକୁ ଫାଙ୍କା ରାସ୍ତାରେ ଫୁଲ୍ ସ୍ପିଡ୍‌ରେ ଦୌଡ଼ାଇବା ବେଳେ ହେଉ ବା ଭିଡ଼ ଭିତରେ ଫସିଥିବା ବେଳେ ହେଉ, ସବୁଠି ତା’ଗପ ଚାଲିଥିବ । ଏମିତି ଗପୁଡ଼ି ମୁଁ ଜୀବନରେ ଆଉ କେଉଁଠି ଦେଖିନି । ତା’ର ଏଇ ଗୁଣପାଇଁ ମୁଁ ପ୍ରାୟ ତା’କାର୍‌ରେ ଯିବାକୁ ପସନ୍ଦ କରେନାହିଁ । ଯେଉଁଦିନ ଅନ୍ୟ ସବୁଆଡ଼ୁ ନିରାଶ ହୁଏ, ସେଦିନ ବାଧ୍ୟହୋଇ ତାକୁ ଫୋନ୍ କରେ । ତା’ର ଗପଗୁଡ଼ାକ ମୋର…

ଅଧିକ ପଢ଼ନ୍ତୁ
Abhishapta Aaina

ଅଭିଶପ୍ତ ଆଇନା

ବିଶ୍ଵଜିତର ଥିଲା ଭୁବନେଶ୍ଵର ସହରରେ ଏକ ଘର ସାଜସଜ୍ଜା ସାମଗ୍ରୀର ଦୋକାନ । ତା’ ଦୋକାନରେ ପୁରୁଣା ସାମଗ୍ରୀ ଯେପରି ପୁରାତନ ମୁଦ୍ରା, ମୂର୍ତ୍ତି, ବାସନକୁସନ କାଠରେ ନିର୍ମିତ ଆସବାବପତ୍ର ଆଦି ଥିଲା । ପୁରାତନ ସାମଗ୍ରୀର ସେ ଥିଲା ଜଣେ ସଂଗ୍ରାହକ । ତା’ ଦୋକାନରେ ପୁରୁଣା ଜିନିଷ ସହିତ ନୂତନ ଧରଣର ହସ୍ତଶିଳ୍ପ କାରୁକାର୍ଯ୍ୟର ଥିଲା ଅପୂର୍ବ ସମ୍ଭାର । ଯେତେସବୁ ନୂଆ ଡିଜାଇନ୍ ବଜାରକୁ ଆସେ ଆଗ ତା’ ଦୋକାନରେ ହିଁ ଉପଲବ୍ଧ ହୋଇଥାଏ । ତା’ର କିଛି ଗ୍ରାହକ…

ଅଧିକ ପଢ଼ନ୍ତୁ
Osha Mausa

ଓଷ ମଉସା

ମଦନା ଗାଆଁର ସବୁଠୁ ହୁସିଆର ପିଲା ଥିଲା । ମଦନ ପରି ପିଲା କୋଟିଏରେ ଗୋଟିଏ ॥ ରାତିଦିନ ପାଠପଢ଼ି ପରିଶ୍ରମ କରି ମଦନା ବନିଲା ଡାକ୍ତର ମଦନ ମୋହନ ପାଟ୍ଟଶାଣୀ । ବାପାର ତ ଯେମିତି ପାଦ ମାଟିରେ ଲାଗୁନଥିଲା । ଗର୍ବରେ ଛାତି ଫୁଲେଇ ମୋ ପୁଅ ଡାକ୍ତର ବୋଲି ସମସ୍ତଙ୍କ ଆଗେ କୁହନ୍ତି । ସବୁ ବାପାଙ୍କ ପରି ମଦନ ବାପା ବି ପୁଅ ପାଇଁ ସ୍ଵପ୍ନ ଦେଖିଥିଲେ । ଖୁସି ନ ହୁଅନ୍ତେ ବା କିପରି । ଘର ଆଗର…

ଅଧିକ ପଢ଼ନ୍ତୁ
Biraha

ବିରହ

ଆଦ୍ୟ ଆଷାଢ଼ରେ ମୌସୁମୀର ପହିଲି ଛୁଆଁରେ ଆକାଶଟା ପୁରା ନିର୍ମଳ ଦେଖାଯାଉଛି ଆଉ ସେ ଫାଳେ ଜହ୍ନକୁ ବେଢି଼ ରହିଛନ୍ତି ମିଞ୍ଜି ମିଞ୍ଜି ଜଳୁଥିବା ଅନେକ ତାରା । ଜହ୍ନ ସହ ଟିକେ ଏକାନ୍ତରେ କଥା କରେଇ ଦେବେନି ନା କ’ଣ? ଅଦେଖା ଦରଜ ଅକୁହା କଥା ସେ କହିବ କାହାକୁ, ସମୁଦ୍ରର ଢେଉ ଭଳି ମନକୁ ଆନ୍ଦୋଳିତ କରୁଥିବା ସେ ପ୍ରଶ୍ନର ଉତ୍ତର ଦେବ କିଏ? ପ୍ରଶ୍ନର ଉତ୍ତର ତ ମିଳିବନି ହେଲେ ଅକୁହା ବେଦନାକୁ ଜହ୍ନକୁ…

ଅଧିକ ପଢ଼ନ୍ତୁ
Tama Pari Sathi Nahin

ତୁମ ପରି ସାଥୀ ନାହିଁ

ବର୍ଷା ଦିନିଆ ପାଗଟା ଭାରି ସିକିସିକିଆ ଲାଗେ । ଘରୁ ବାହାରକୁ ଯିବାକୁ ଯମା ଇଛା ହୁଏନି । ଆକାଶ ମେଘାଛନ୍ନ ହୋଇ ରହେ ଓ ସୂର୍ଯ୍ୟଙ୍କର ଦେଖା ମିଳିବା କଷ୍ଟକର ହୋଇଯାଏ । କାରଣ ସକାଳ ନପାହୁଣୁ ବର୍ଷା ଆରମ୍ଭ ହୋଇଯାଏ ଆଉ ଛାଡ଼ିବାର ନାଁ ଧରେନି । ଶ୍ରାବଣ ମାସରେ ଶୈବ ପୀଠମାନଙ୍କରେ କାଉଡ଼ିଆଙ୍କ ଭିଡ଼ ଜମେ । କଟକର ବାଦାମବାଡ଼ି ଓ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡର ପରିସ୍ଥିତି ଅସମ୍ଭାଳ ହୋଇପଡ଼େ ବର୍ଷାରେ । ସେଦିନ କ୍ଳାସରୁ ଆସିବା ପରେ ଝରକା ପାଖରେ…

ଅଧିକ ପଢ଼ନ୍ତୁ