ପ୍ରଣୟ କବିତା
ଲେଖିବି ଲେଖିବି ଭାବିଥିଲି ସିନା ଅଧୁରା ରହିଲା ଗପ ନାୟକ ସାଜିଲା ଖଳନାୟକ ସେ ସଂପର୍କ ହୋଇଲା ଶାପ । କଲମର ଗାର ଶୁଖିଗଲା ସତେ ମନ ହେଲା ମରୀଚିକା ଜହ୍ନର ହସରେ କିଏ ଭରି ଦେଲା ଏତେ ବିଷ ବିଭୀଷିକା? ସେଇ ବିଷ ପିଇ କବି ବନି ଗଲି ପ୍ରେମର କାଳିମା ଶିରେ ସ୍ମୃତି ଶାମୁକାରେ ମୁକୁତା ପାଇଲି ସାଗର ବାଲୁକା ତୀରେ । ପଦପଦ ଯୋଡ଼ି ଲେଖି ଦେଲି ଯେଉଁ ପ୍ରେମର କାବ୍ୟିକ ଧାରା ଯୁଗ ଯୁଗ…

