ଘଟାନ୍ତର – ଇଚ୍ଛାମାନଙ୍କର
ଭାରି ବଦମାସ ଏ ଇଛାଗୁଡ଼ାକ ! ମସ୍ତିଷ୍କରୁ ଆରମ୍ଭ ହୁଅନ୍ତି, ଆଉ ଖୁବ ଓସ୍ତାଦ ଭଳି ହୃଦୟକୁ ଚିପୁଡ଼ି ଦିଅନ୍ତି ଏଇ ଯେମିତି, ଇଚ୍ଛା ହୁଏ କେବେ ଉଡ଼ିଆସନ୍ତି କି ମିଶରର ସେଇ ଐତିହାସିକ ମରୁଭୂମିର ଉତ୍ତପ୍ତ ବାଲୁକା ରାଶି ଉପରକୁ, ଯେଉଁଠି ପିରାମିଡ୍ରେ ଶୋଇଛନ୍ତି ଆଦିମ ମମ୍ମି ସବୁ ଚିରନ୍ତନ ମୁକ୍ତିର ଅପେକ୍ଷାରେ, ପୁଣି ଇଚ୍ଛା ହୁଏ, ବିହଙ୍ଗ ହୋଇ ଉଡୁଥାନ୍ତି କି ନୀଳ ଭୂମଧ୍ୟ ସାଗର ଉପରେ ସିଗଲମାନଙ୍କ ସାଥିରେ ଛୁଇଁଯା’ନ୍ତି ଆକାଶର ସୀମାହୀନ ଦିଗବଳୟକୁ…

