Odia Poem Pheriba Dina Na Dine (ଫେରିବ ଦିନେ ନା ଦିନେ) by Surya Prakash Nayak

ଫେରିବ ଦିନେ ନା ଦିନେ

କେତେ ଆଶା ଆଉ ଆକାଂକ୍ଷା ସହିତ ଚାହିଁ ରହିଥିଲି ଯେବେ ଦିନ ମାସ ଯାଇ ବର୍ଷ ବିତିଗଲା ନ ଫେରିଲ ତୁମେ ସେବେ ॥ ଛାଡ଼ିଗଲା ମନ ମଉଳିଲା ଆଶା ସ୍ଥିର କରିନେଲି ମନେ ଉଡ଼ିଗଲା ପକ୍ଷୀ ନ ଫେରିଲା ଭଳି ଫେରିବନି ଆଉ ଦିନେ ॥ ପ୍ରେମର ବନ୍ଧନ ଥିଲେ ଯେ ନିବିଡ଼ ଆସିଯାଏ ଉଡ଼ା ପକ୍ଷୀ ସେଇ ଭରସାରେ ପୁଣି ଆଉଥରେ ବସା ମୁଁ ଯେ ବାନ୍ଧିଅଛି ॥ ନୂଆ ଋତୁ ଆସି ହୃଦୟରେ…

ଅଧିକ ପଢ଼ନ୍ତୁ
Odia Poem Priaya-Prema (ପ୍ରିୟା-ପ୍ରେମ) by Sanjay Kumar Tripathy

ପ୍ରିୟା-ପ୍ରେମ

ଯେତେଟି ସାଧନା ମନର ଭାବନା ଆରମ୍ଭ ପ୍ରିୟା ତୁମଠୁ ପ୍ରୀତି ସଂରଚନା ମଧୁର ମୂର୍ଚ୍ଛନା ସଭିଙ୍କ ସୃଷ୍ଟି ତୁମଠୁଁ । ଆହ୍ଲାଦିତ ସବୁ ବିରଳ ମୁହୂର୍ତ୍ତ ବନ୍ଧା ତୋ ସନ୍ଧ୍ୟା ଆଳାପେ ସ୍ୱର୍ଗୀୟ ଶାନ୍ତିର ହୃଦ ଝରା ଧାରା ମିଳେ ତୋ’ ମିଳନ ସାଥେ । କଲେଜ ଜୀବନ ଚକ୍ର ମଧ୍ୟେ ମୋର ଅତୀବ ନିଜର ତୁମେ ଭଲ ଲାଗେ ତୁମ ମିଷ୍ଠ ପରିଭାଷା ଆଉ ଭଲ ଲାଗ ତୁମେ । କ୍ୟାଣ୍ଟିନ୍ ପାଖ ବଗିଚା ଆସର ଜମେ ପ୍ରତି ସନ୍ଧ୍ୟାବେଳେ…

ଅଧିକ ପଢ଼ନ୍ତୁ
Odia Poem Purusha (ପୁରୁଷ) by Chinmaya Kumar Sahoo

ପୁରୁଷ

“ପୁରୁଷ” ଏ ଶବ୍ଦର ସଂଜ୍ଞା ଖୋଜିବାକୁ ବୋଧେ ଅନେକେ ଅନେକ ଚେଷ୍ଟା କରିଥିବେ କାହା ପାଇଁ ସମାଜରେ ନାରୀର ଅନୁରୂପ ଓ ପରିପୂରକ ଏକ ସୃଷ୍ଟି, ସନ୍ତାନର ମେରୁଦଣ୍ଡ, ଭଉଣୀର ଆତ୍ମବିଶ୍ୱାସ, ତ ପରିଣତ ବୟସରେ ପିତାମାତାଙ୍କ ମଉଳା ଆଖିର ଝାପ୍ସା ଏକ ଦୃଷ୍ଟି । ଏମିତି ଏକ ଶବ୍ଦ ସମ୍ପୂର୍ଣ୍ଣ ରଚନାଟେ ହେଇ ବର୍ଣ୍ଣିତ ବି ହେଇପାରେ କିନ୍ତୁ ବିନା ଉଦ୍ଧୃତାଂଶରେ, ଶବ୍ଦହୀନ, ଅର୍ଥହୀନ ଆଉ ଭାବହୀନ ଯିଏ ପାଣି ପରି ଜୀବନ ତ ବଞ୍ଚେଇ ପାରେ…

ଅଧିକ ପଢ଼ନ୍ତୁ
Odia Poem Narira Apamana: Yuddhara Ahwan (ନାରୀର ଆପମାନ: ଯୁଦ୍ଧର ଆହ୍ଵାନ) by Swatismita Barik

ନାରୀର ଆପମାନ: ଯୁଦ୍ଧର ଆହ୍ଵାନ

ପ୍ରାଚୀନ ଯୁଗର ହସ୍ତୀନାପୁରରେ ଘଟିଲା ଏକ କାଣ୍ଡ, ନାରୀର ସମ୍ମାନ ବୁଝି ନପାରି ଭୋଗିଲେ ସବୁ ଦଣ୍ଡ ॥…୧ କେଶକୁ ଟାଣି ରାଜସଭାକୁ ଆଣିଲା ଦୁଃଶାସନ, ପ୍ରଜା କୁହନ୍ତି ଏହା କ’ଣ କୁରୁବଂଶର ଶାସନ?…୨ ପ୍ରତିଜ୍ଞାର ଦ୍ୱାହିଦେଇ ନୀରବ ରହିଲେ ପିତାମହ ଭୀଷ୍ମ, ଜାଣି ମଧ୍ୟ ଜାଜ୍ଞସେନୀର ନିଆଁରେ ହସ୍ତୀନାପୁର ହେବ ଭସ୍ମ ॥…୩ ଜଙ୍ଘକୁ ବାଡ଼େଇ ଦୁର୍ଯ୍ୟୋଧନ କରେ ପୁରୁଷତ୍ଵର ପ୍ରମାଣ, ଗାନ୍ଧାରୀକୁମାର ଅଜ୍ଞାନେ କରେ ମୃତ୍ୟୁର ଆମନ୍ତ୍ରଣ ॥…୪ କୁରୁ ବଂଶର କୁଳବଧୂକୁ କର୍ଣ୍ଣ…

ଅଧିକ ପଢ଼ନ୍ତୁ
Odia Poem Danga (ଦଙ୍ଗା) by Dr. Trupti Ranjan Das

ଦଙ୍ଗା

ଘର’ର ତାଟି କବାଟରେ ଭୟ ଆଉଜିକି ଥିଲା ସେମାନେ ସମସ୍ତେ ଖଣ୍ଡା ଧରିଥିଲେ ଯିଏ ଧରି ନଥିଲା ତା’ର ରକ୍ତ ଝରୁଥିଲା ଭଲ ହେଲା କାଲି ବଜାର ଯାଇଥିଲି କ୍ଷୀର ଆଗରୁ ନେଇ ଆସିଥିଲି ମୁଁ ଚାହା ପିଉଥିଲି, ବାହାରେ ସହର ଜଳୁଥିଲା କଅଁଳ ଛୁଆଟିଏ ଘର ପାଖରେ ଭୋକରେ କାନ୍ଦୁଥିଲା ସେମାନେ ଗୀତା ଆଉ କୋରାନ ନାଁ’ରେ ବାହାରେ ସହରକୁ ଶ୍ମଶାନ କରୁଥିଲେ ଯିଏ ଗୀତା ଆଉ କୋରାନ ବୁଝିଥିଲେ ଘରେ ଲୁଚିଥିଲେ ରୁକ୍ସାର’ର ଭିଡିଓ…

ଅଧିକ ପଢ଼ନ୍ତୁ