Odia Poem Paribartana o Pratisodha (ପରିବର୍ତ୍ତନ ଓ ପ୍ରତିଶୋଧ) by Sunita Patel

ପରିବର୍ତ୍ତନ ଓ ପ୍ରତିଶୋଧ

କାଗଜ ଫର୍ଦରେ ଲେଖାଅଛି ବୋଲି କୁହାଯାଉଛି ବରଷକେ ବାର ମାସ ଓ ଛଅ ଋତୁ ଅଛି ନା ଶରତ, ନା ହେମନ୍ତର ପ୍ରଭାବ ଅନୁଭବ ହେଉଛି । ଜଳ ଅଶାନ୍ତ ପୁଣି ବାୟୁ ଅଶାନ୍ତ ମୃତ୍ତିକା ବି କ୍ଳାନ୍ତ ତାତି ଯୋଗୁଁ ଧରା ବି ଆକ୍ରାନ୍ତ । ବିହଗର ବସା ପାଇଁ ପାଦପ ଅଭାବ ପ୍ରଶ୍ୱାସ ପାଇଁ ଅମ୍ଳଜାନ ଅଭାବ ତଥାପି ବଦଳୁ ନାହିଁ ଲୋକଙ୍କ ସ୍ୱଭାବ । ଧରଣୀ ଗର୍ଭକୁ ଚିରି ତା’ ଅଂଶକୁ କାଢ଼ି…

ଅଧିକ ପଢ଼ନ୍ତୁ
Odia Poem Tume (ତୁମେ) by Basanta Kumar Pradhan

ତୁମେ

ତୁମେ ତ ମୋହର ପ୍ରେମ ପୁଣ୍ୟତୋୟା ମୁଁ ତହିଁରେ ଅବଗାହି ତୁମେ ତ ମୋହର ପୁଣ୍ୟ ତୀର୍ଥଟିଏ ଦିଏ ମୁଁ ପାପ ଛଡ଼ାଇ । ତୁମେ ତ ମୋହର ଜୀବନ ସଙ୍ଗୀତ ମୁଁ ଅଟେ ତା’ର ମୂର୍ଚ୍ଛନା, ତୁମେ ତ ମୋହର ଅଟ ଆରାଧନା ମୁଁ ଅଟେ ତୁମ ସାଧନା । ତୁମେ କଳ୍ପନାର ମୋ ନୀଳ ନାୟନା ମୁଁ ତୁମ ରାଜକୁମାର, ପାହାନ୍ତି ନିଦରେ ଆସିପାର ତୁମେ ଶୁଣେ ମୁଁ ପାଦ ନୂପୁର । ମନର…

ଅଧିକ ପଢ଼ନ୍ତୁ
Odia Poem Jibana Nataka (ଜୀବନ ନାଟକ) by Tukuna Sahu

ଜୀବନ ନାଟକ

କେତେବେଳେ ଶେଷ ହେବ କାହା ଅଙ୍କ ନଥିବ ଜମାରୁ ଜଣା ଅଭିନୟ ଶ୍ରେୟ ନିଶ୍ଚୟ ହୋଇବ ଯାତ୍ରାର ଶେଷ ପାଉଣା । ଜିଣିବାକୁ ହେବ ଦର୍ଶକ ହୃଦୟ ଢାଳିବାକୁ ହେବ ଲୁହ ଲୁଚେଇ ନିଜର ହୃଦୟ ଯନ୍ତ୍ରଣା ଭୁଲି ଯାଇ ଲୋଭ ମୋହ । ବାସଲ୍ୟ ଚରିତ୍ର ନୁହଁଇ ସହଜ ଯଉବନ ଭାରି କଷ୍ଟ ବୃଦ୍ଧ ଚରିତ୍ରରେ ଉପନୀତ ହେଲେ ହୋଇବାକୁ ପଡ଼େ ଶିଷ୍ଟ । ବଢ଼ି ବଢ଼ି ଚାଲେ ରାତ୍ରିର ଆୟୁଷ ପଡ଼େ ନାହିଁ କିଛି…

ଅଧିକ ପଢ଼ନ୍ତୁ
Odia Poem Khojuchhi Mun Nijaku (ଖୋଜୁଛି ମୁଁ ନିଜକୁ) by Binay Kumar Das

ଖୋଜୁଛି ମୁଁ ନିଜକୁ

ଦୁନିଆ ଭିଡ଼ରେ ହଜି ଯାଇଥିଲି ଏବେ ମୁଁ ନିଜକୁ ଖୋଜୁଛି ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୦। ଯିଏ କହୁଥିଲା ଦେବରେ ଆନନ୍ଦ ସିଏ ନେଲା ସବୁ ଛଡ଼େଇ ନିଃସ୍ୱ କରି ମୋତେ ଦୁନିଆ ହାଟର ମଝିଦାଣ୍ଡେ ଦେଲା ଗଡ଼େଇ ପରାଜିତ ଏକ ସୈନିକ ପରି ମୁଁ ବଞ୍ଚିବା ପାଇଁକି ଯୁଝୁଛି ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୧। ଭଲପାଇବାଟା ସ୍ୱର୍ଗୀୟ ବିଭବ ଯିଏ କହିଥିଲା…

ଅଧିକ ପଢ଼ନ୍ତୁ
Odia Poem Kalankita Kaliyuga (କଳଙ୍କିତ କଳିଯୁଗ) by Rudra Narayan Panigrahi

କଳଙ୍କିତ କଳିଯୁଗ

କଳିରୁ ହିଁ ସୃଷ୍ଟି ଯୁଗ ତାଟ ଏହି ନାଁ ପୁଣି କଳିଯୁଗ । କଳଙ୍କିତ ହୋଇ ଚାଲିଥାଏ ସଦା ଧର୍ମର ଘୋର ଅଭାବ ॥ ଜୀବଙ୍କ ଭିତରେ ସର୍ବଶ୍ରେଷ୍ଠ ବୋଲି ମାନବ ଜାତିଟା ମହାନ । କଦର୍ଯ୍ୟ ପ୍ରକୃତି କଳୁଷିତ ମନ ନିଜକୁ କରୁଛି ହୀନ ॥ ବିପଦେ ପଡ଼ିଲେ ସଚେତନ ହେବା ଅଟେ ଆଜିର ନୀତି । କାମ ସରିଗଲେ ଭୁଲି ଯିବାଟା ତ ଏହି ମଣିଷର ପ୍ରକୃତି ॥ ଅଭାବ ପଡ଼ିଲେ ଈଶ୍ୱର ପ୍ରାର୍ଥନା…

ଅଧିକ ପଢ଼ନ୍ତୁ