କର୍ତ୍ତବ୍ୟ
ଏକ ଅଳସଭରା ବେଳାରେ, ଜହ୍ନ ଯେବେ ଉଙ୍କି ମାରେ ମନର ଆକାଶେ । ଆଉ କେତେଯେ ଯାତରା ଚାଲେ, ଇଚ୍ଛାର ବେଳାଭୂମି ଠାରେ । ହେଲେ କାହୁଁ ମାଡ଼ି ଆସେ ବାସ୍ତବିକତାର ବତାସ, ଆଉ ଉଜାଡ଼ି ଦିଏ ସବୁକିଛି । କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ବି, ଲାଗେ ଭୀଷଣ ବଜ୍ରଧ୍ୱନି, ଧମକ ଦିଏ ସମୟ, ବାକିଥିବା ଦାୟିତ୍ୱର ହିସାବ ମାଗି ପଚାରେ, ଆଉ କେବେ??? ଆଉ କେବେ??? – ଆଲୋକ ତ୍ରିପାଠୀ ଆଲୋକ ତ୍ରିପାଠୀଆଲୋକ ତ୍ରିପାଠୀ ଓଡ଼ିଆ ଭାଷାରେ…

