ତୁମକୁ ମୁଁ
ଦେଖୁଥାଏ ପରସ୍ତ ପରସ୍ତ ମେଘ ଉହାଡ଼ରେ, କୁଞ୍ଚିତ କବରୀ କୃଷ୍ଣ, ହସର ଲାବଣ୍ୟ, କେବେ ସାଜ ଇନ୍ଦ୍ରଧନୁ ସାତ ରଙ୍ଗ ମାଖି, ବିଜୁଳି ଚମକେ ତୁମ, ଖେଳେ ଶିହରଣ ! ପାଇଯାଏ ଥିରି ଥିରି ମଳୟ ବାସ୍ନାରେ, ମଧୁମାଳତୀର ମିଠା ଗୋଧୂଳି ଲଗନ, କୋଇଲିର କୁହୁ ତୁମ ପ୍ରୀତି ଡାକବାଜି, ଆମ୍ରକାନନରେ ଅବା ଲୁଚିଛ ମଉନ ! ଅନୁଭବେ ଦିଗନ୍ତର ପାହାଡ଼ ଶିଳାରେ, ଦେଖୁଛି ସହୁଛି ସେ ତ ସମୟର ଖେଳ, ତଥାପି ତା’ ଚିତ୍ତ ଶାନ୍ତ, ଅବିଶ୍ରାନ୍ତ ମନ,…

