
ପ୍ରଣୟ
ଆସ ! ହଜିଯିବା ନିବିଡ଼ତାର ପ୍ରୀତି ପ୍ରଣୟରେ ଚାଲ ସଖୀ, ଲୀନ ହୋଇଯିବା ଯୌବନର ଉତ୍ତାଳ ଲହଡ଼ିରେ… । ଏବେ ତ ଯୌବନ ଜୁଆର ଚରମ ସୀମାରେ… ଏଥର ଲୀନ କରିଦିଅ ତୁମ ନିଥିର ଆବେଗକୁ ମୋ ଆୟୁଷ୍ମାନ ଯୌବନରେ । ଏଥର, ସମୟ ତ୍ୟାଗର ଜାଳିଦିଅ ବାଧା-ବନ୍ଧନ ସମାଜର ନୀତି-ନିୟମ ପ୍ରେମର ବହ୍ନିରେ… ଲାଜର ଓଢ଼ାଣା କାଢ଼ି, ସାଜିଯାଅ ଶୃଙ୍ଗାରିତ କୋଣାର୍କ, ନିଜେ ବୁଡ଼ିବା ସହ ମୋତେ ବି ବୁଡ଼େଇ ଦିଅ ପ୍ରେମର ସାଗରରେ ।…