Odia Poem Prakrutira Daka (ପ୍ରକୃତିର ଡାକ) by Prabhat Mishra

ପ୍ରକୃତିର ଡାକ

ବିକାଶ ପଥରେ ଆଗେଇ ଚାଲିଛି ଆଜି ତ ଜଗତ ଯାକ, ବିକାଶ ସ୍ରୋତରେ ଶୁଣି ପାରୁନାହୁଁ ଆମେ ତ ପ୍ରକୃତି ଡାକ । ଗଛ ସବୁ କାଟି ପଦା କରୁଅଛୁ ଆମେ ତ ଜଙ୍ଗଲ ତକ, ବିକାଶ ନାମରେ ଆହ୍ୱାନ କରୁଛୁ ଅକାଳ ବିପତ୍ତି ଯାକ । ଜଙ୍ଗଲ ଭୂଇଁକୁ ପଦା କରି ଆଜି ଅରଜୁଛି ଶିଳ୍ପ ତକ, ସେହି ଯୋଗୁଁ ଗଜ ମାଡ଼ି ଖାଇଯାଏ ଚାଷୀର ଫସଲ ଯାକ । ଅଳିଆ ବିଷରେ ପ୍ରଦୂଷିତ ଆଜି ନଦୀ ନାଳ ଜଳ…

ଅଧିକ ପଢ଼ନ୍ତୁ
Odia Poem Pahanti Swapna (ପାହାନ୍ତି ସ୍ୱପ୍ନ) by Tapan Kumar Sahu

ପାହାନ୍ତି ସ୍ୱପ୍ନ

ପାହାନ୍ତି ସ୍ୱପ୍ନ କାଳେ ସତ ହୁଏ ଶୁଣିଥିଲି ସେଥିପାଇଁ ତ ସାରା ରାତି ଚେଇଁରହେ ଜହ୍ନ ଦେଖି ଦେଖି ଶୋଇବାକୁ ପାହାନ୍ତି ରାତିରେ ଭ୍ରମ ପାଳେ ମନେ ସତ ହେବ କାଳେ ସପନର ଗଳ୍ପ….! ପକ୍ଷୀ ସାଜି ଉଡ଼େ ମନ ତୁମ ପ୍ରୀତି ଅଗଣାରେ ଯାଇ ଗୁଡ଼ି ହୋଇ ମାପେ ସେ ଦୂରତା ମୋ ଛାତରୁ ତୁମ ଛାତ ଯାଏଁ….! ବେଳେ ବେଳେ ଝରକା ଫାଙ୍କରୁ ଆକାଶ ମୁହାଁ ମନ ଭିଜିଯାଏ ଅସରା ଅସରା ବର୍ଷା ଛିଟାରେ…

ଅଧିକ ପଢ଼ନ୍ତୁ
Odia Poem Parahata Samaya (ପରାହତ ସମୟ) by Subhashree Mohanty

ପରାହତ ସମୟ

କେଉଁ ଏକ କ୍ରଶବିଦ୍ଧ ସମୟର ଆହତ କପୋତିନୀ ଥିଲା ସେ ! ସେ ଜାଣିନଥିଲା ଏଠି ଆଞ୍ଜୁଳେ ଚାଉଳର ମୂଲ୍ୟ ଗୋଟାପଣ ବିଷ, ଓଠ ମେଲି ହସୁଥିବା କିଛି କିଛି ଚରିତ୍ର ଏଠି ଜଣେ ଜଣେ ଜହ୍ଲାଦ । ଦୂର ପରବତ ସୁନ୍ଦର ! କିଏ ଜାଣେ ଏଇ ଇନ୍ଦ୍ରଧନୁର କେତେ ରଙ୍ଗ !? ଜହ୍ନଟା ଜହ୍ନ ନା ଫିଲାମେଣ୍ଟ ବଲବ !? ଧଳା ଜହର ଏଠି ବଞ୍ଚିବାର ସଞ୍ଜିବନୀ, ଭୋକ ଏଠି ଦେହ ଆଉ ବିରିୟାନୀ, ହସ ଏଠି ମିଛ ହ୍ୱାଟ୍ସ୍‌ଆପ ସ୍ମାଇଲି……

ଅଧିକ ପଢ଼ନ୍ତୁ
Odia Poem Naritwa (ନାରୀତ୍ୱ) by Chandrakanti Pradhan

ନାରୀତ୍ୱ

ଗର୍ଭାଶୟରେ ଯନ୍ତ୍ରପାତିର ଅତ୍ୟାଚାର, ଆଖି ନଫିଟୁଣୁ ହତ୍ୟା ହୁଏ ତା’ର । ମାଆର ଇଚ୍ଛାରେ ବା ଅନିଚ୍ଛାରେ, ଅଧାଗଢ଼ା ଦେହ ପଡ଼ୁଛି ଅଳିଆ ଗଦାରେ । କେହି ଯଦି ଆୟୁ ବଳେ ଜନ୍ମିଯାଏ । କେହି ଆଦରିନିଏ ତ କେହି ଫୋପାଡ଼ି ଦିଏ, ନଦୀରେ, ଜଙ୍ଗଲରେ ଅବା ବାଉଁଶ ବୁଦାରେ । ଅସ୍ତିତ୍ୱର ସୁରକ୍ଷା ପାଇଁ ସଂଘର୍ଷ କରୁଛି, କେତେ ନିନ୍ଦା ଅପବାଦ ସହେ, ଏନ୍ତୁଡ଼ିରୁ ଶ୍ମଶାନରେ ପାଉଁଶ ହେବାଯାଏ । କେଉଁଠି ବା ନାରୀ ସୁରକ୍ଷିତ?? ରାତିରେ ଘରକୁ ଫେରିବାକୁ ଛାତି ଥରହର,…

ଅଧିକ ପଢ଼ନ୍ତୁ
Odia Poem Duhita (ଦୁହିତା) by Tukuna Sahu

ଦୁହିତା

ସିନ୍ଦୂର ଦିଅଇ ନୂତନ ଠିକଣା ଆପଣାଙ୍କୁ କରେ ପର, ବାପା ଭାଇ ପୁଣି କୁଣିଆ ହୁଅନ୍ତି ଗଲେ ଝିଅ ଶାଶୁଘର । ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା ନିତି ହୁଏ ଦହଗଞ୍ଜ, ସଭିଙ୍କ ମନକୁ ଖୁସି କରିବାରେ ବିତେ ସକାଳରୁ ସଞ୍ଜ । ବୁଝେ ନାହିଁ କେହି ତା’ ହୃଦ ଯନ୍ତ୍ରଣା ଶୁଣିଛି କେ ତା’ର କାନ୍ଦ, ଆଖିର ଲୁହକୁ ଓଠେ ଦିଏ ସଦା ଭୁଲି ନିଜ ଭଲ ମନ୍ଦ । ଆଞ୍ଜୁଳେ ଖୁସିକୁ ପାଇବା ନିମନ୍ତେ ତେଜି ନିଜର ଆହାର,…

ଅଧିକ ପଢ଼ନ୍ତୁ