Odia Bhajan He Bhaba Nabika (ହେ ଭବ ନାବିକ) by Manoranjan Surujal

ହେ ଭବ ନାବିକ

ମଙ୍ଗଳମୟ ହେ ଭବ ସୌଦାଗର ହାଟର ତୁମେ ହାଟୁଆ । ଭବ ରଙ୍ଗ ତଳେ ଅବନୀ ମଣ୍ଡଳେ ରଙ୍ଗମଞ୍ଚର ନାଟୁଆ ॥ ସମର୍ପି ଦେଇଛି ଭଲ ମନ୍ଦ ଯେତେ ଟେକି ନିଅ ବେନି ଭୁଜେ । ହେ ଦୁଃଖୀ ସଙ୍ଖାଳି ଜଞ୍ଜାଳରେ ଜଳି ଆରତେ ତୁମ୍ଭଙ୍କୁ ଖୋଜେ ॥ ଆଗତ ବିଗତ ଜଣା ନାହିଁ ମୋତେ ତୁମ୍ଭେ ଯେଣୁ ଅନ୍ତର୍ଯ୍ୟାମୀ । ଫେଡ଼ିବ କଷଣ ଜୀବ ମୋକ୍ଷ ଧାମ ମନଟି ମରେ ଭରମି ॥ ଚଲା ପଥେ…

ଅଧିକ ପଢ଼ନ୍ତୁ
Odia Poem Bujhi Galini (ବୁଝି ଗଲିଣି) by Binay Mohapatra

ବୁଝି ଗଲିଣି

ବୁଝି ଗଲିଣି ମୁଁ ଦୁନିଆଁ ହାଟରେ ବାଣ୍ଟିଦେଲି ଯେତେ ସେତିକି ମୋ ଭାଗେ ଆସିବ ନାହିଁ, ଦେଲାବେଳେ କେବେ ଭାବି ମୁଁ ନ ଥିଲି ପ୍ରତିଦାନ କିଛି ମିଳିବ ବୋଲି । ତଥାପି କେମିତି କହିଦେବି ଆଜି ମିଛ କଥାଟିଏ, ମୋହେ ବୁଡ଼ିରହି ନିଷ୍କାମ ଥିଲା ମନ, ମନ ଗହନରେ ଶୁପ୍ତ କାମନା ଜାଗି ନାହିଁ କେବେ ପାଇବାକୁ ପ୍ରତିଦାନ? ସେନେହ ଯତନ ବାତ୍ସଲ୍ୟ ମମତା ଯେତେ ଯାହା କଲି ସେ ସବୁ ଯେ ମୋର ଧରମ…

ଅଧିକ ପଢ଼ନ୍ତୁ
Odia Poem Banchibaku Dia Mote (ବଞ୍ଚିବାକୁ ଦିଅ ମୋତେ) by Satyanarayan Padhan

ବଞ୍ଚିବାକୁ ଦିଅ ମୋତେ

କନ୍ୟା ଭୃଣଟେ ମୁଁ କି ଦୋଷ କରିଲି ପେଟରେ ପକାଅ ମାରି, ଦୁନିଆ ଦେଖିବା ଆଗରୁ କିମ୍ପାଇଁ ଦେଉଅଛ ହତ୍ୟା କରି !? ନିଷ୍ପାପ ଭୃଣ ମୁଁ କଲି କା’ର କ୍ଷତି ଦିଅ ଏତେ ବଡ଼ ସଜା, କଲବଲ ହୋଇ ଜୀବନ ମୋ ଯାଏ ତିଳେ ନାହିଁ ତୁମ ଦୟା । ଏଡ଼େ ନିରିଦୟ ହୁଅ କାହିଁ ପାଇଁ ଝିଅଟିଏ ବୋଲି ସତେ, ତୁମ ପରି ମୁହିଁ ଦୁନିଆ ଦେଖିବି ବଞ୍ଚିବାକୁ ଦିଅ ମୋତେ । ବଡ଼ହୋଇ…

ଅଧିକ ପଢ଼ନ୍ତୁ
Odia Poem Shita (ଶୀତ) on Winter by Mrutyunjay Patra

ଶୀତ

ଶୀତ ଋତୁ ନୁହେଁ ତ ବରଂ ଗୋଟେ ମିଠା ଆଶ୍ଳେଷଟେ, ଅଧାମରା ସମ୍ପର୍କକୁ ଯେ ନିଶ୍ୱାସଟେ ଫେରେଇଦିଏ, ଅଲୋଡ଼ା ଶବ୍ଦକୁ ଲୋଡ଼ିବାପଣର ଲୁହରେ ଭିଜେଇଦିଏ ଓଠରେ ନାଲି ବୋଳିବାକୁ ସାହସଦିଏ । ହଁ, ମୁଁ ରଙ୍ଗବୋଳେ ମୁହଁରେ ଆଉ ଗାଢ଼ ନାଲି ଓଠରେ ପଶୁତ୍ୱର ଦାଗକୁ ମୋ ଦେହରୁ ଲୁଚେଇଦବା ଚେଷ୍ଟାରେ, ଶୀତ ଲୁଚେଇଦିଏ ମୋ ଫଟା ଓଠ ପଛରେ ହିଂସ୍ରତାର ଗୋଟେ ନଗ୍ନ ରହସ୍ୟକୁ, ଆଉ ମୁଁ ପୁଣି ହଜିଯାଏ ରଙ୍ଗରେ, ନାଲିରେ ଫି ଦିନ…

ଅଧିକ ପଢ଼ନ୍ତୁ
Odia Poem Priti Parabare (ପ୍ରୀତି ପାରାବାରେ) by Gupteswar Chand

ପ୍ରୀତି ପାରାବାରେ

ତିରସ୍କାର କା’ରେ କର ନାହିଁ ଭାଇ ଆମେ ତ ସରବେ ବିଭୂ ସନ୍ତାନ । ତିରସ୍କାର କଲେ ବଢ଼ିଯିବ କି ହେ ସମାଜରେ ଆମ ମାନ ସମ୍ମାନ ।୧। ଯେହ୍ନେ ଉପବନେ ନାନା ଜାତି ପୁଷ୍ପ ବିକଶିତ ହୋଇ ବିତରେ ବାସ । କେଉଁ କୁସୁମଟି କରେ ଅଭିମାନ ଦେଖିଛକି କେବେ ହୁଏ ବିଶ୍ୱାସ ।୨। ରୂପ ରଙ୍ଗ ସିନା ଅଲଗା ଫୁଲର ପରିଚୟ ପରା ଏକଇ ତା’ର । ଜୀବନର ଲକ୍ଷ୍ୟପଥେ ଆଗେଇ ସେ ହସି…

ଅଧିକ ପଢ଼ନ୍ତୁ