Odia Poem Jibanara Chaupadi (ଜୀବନର ଚଉପଦୀ) by Sidheswar Tripathy

ଜୀବନର ଚଉପଦୀ

ବାଲି ଗୋଡ଼ି ଭାତ କାଦୁଅ ତର୍କାରୀ ଶଢ଼ାଇ ହାଣ୍ଡି କଡ଼େଇ ଗାଁ ଦାଣ୍ଡ ଧୂଳି କେତେ ବୋଳା ବୋଳି ସଞ୍ଜ ଆସୁଥାଏ ନଇଁ । ଚାଟଶାଳୀ ପାଠ କାନ୍ଧରେ ବସ୍ତାନି ଅବଧାନେ ବେତ ମାଡ଼ ବାପା ବୋଉ ଜେଜେ ସଭିଏଁ କୁହନ୍ତି ପାଠପଢ଼ ପାଠପଢ଼ । ପହିଲି ପୀରତି ମିଳନର ଗୀତି ବିରହ ଅଲିଭା ଦାଗ ଜୀବନ ଜଞ୍ଜାଳ ଛୋଟିଆ ସଂସାର କେତେ ରାଗ ଅନୁରାଗ । ବୟସର ଶେଷ କେତେ ଅବଶୋଷ କେତେ ମିଠା ଅନୁଭୂତି ଗାଁ ମଶାଣିରେ ଦେହ…

ଅଧିକ ପଢ଼ନ୍ତୁ
Odia Poem Kakara Topa (କାକର ଟୋପା) by Chikun Panda

କାକର ଟୋପା

ଦର୍ପଣର କାଚ ଟୁକୁରା ପରି ଚମକେ ଶୀତ ସକାଳର କାକର ଟୋପା ଗୁଡ଼ିକ, ସୂର୍ଯ୍ୟର ପହିଲି କିରଣରେ ଝଲସେ ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗର ସମାହାର । ସବୁଜ ଘାସର ଗାଲିଚା କାକର ଟୋପାର ପସରା ସତେ କି ଘାସ ରାଜା ମସ୍ତକେ ଶୋଭେ ମୁକୁଟ । ପ୍ରତି ଶୀତ ସକାଳରେ ତୋ’ର ସୃଷ୍ଟି ଇଚ୍ଛା ହୁଏ ରୂପା ଥାଳିଆରେ ତତେ ନେବି ସାଉଁଟି ହେଲେ ଜାଣେ ଇଚ୍ଛା ଇଚ୍ଛାରେ ରହିଯିବ, ସ୍ପର୍ଶ ମାତ୍ରେ ଯାଉ ମିଳେଇ । – ଚିକୁନ…

ଅଧିକ ପଢ଼ନ୍ତୁ
Odia Poem Dashabhujanku Nibedana (ଦଶଭୂଜାଙ୍କୁ ନିବେଦନ) by Krishna Biswanath

ଦଶଭୂଜାଙ୍କୁ ନିବେଦନ

ଅହଂକାରର ଅବଧି ସରି ସରି ଆସୁ, ପ୍ରତି କୋଣେ ଅନୁକୋଣେ ଶାନ୍ତି ପୁଷ୍ପ ବର୍ଷୁ ।୧ ହିଂସା, ଦ୍ୱେଷ, ଈର୍ଷା ମନୁ ହେଉ ଦୂର, ସବୁ ହୃଦେ ବିରାଜିତ ପ୍ରେମ ଭରପୂର ।୨ ଧରା ଧାମେ ସବୁଜିମା ଢେଉ ଖେଳି ଯାଉ, ସବୁରି ଓଠରେ ଚିର ଶ୍ୟାମ ହସ ଥାଉ ।୩ କେହି ବି ନ ଶୋଇ ଦେଇ ପେଟେ ଓଦା କନା, ସବୁ ଜୀବେ ପ୍ରାପ୍ତ ହେଉ ଦୁଇ ଓଳି ଦାନା ।୪ ପରାଜିତ ହେଇଯାନ୍ତୁ ଯେତେ ଦୁଃଶାସନ, ଜଣେ ବି…

ଅଧିକ ପଢ଼ନ୍ତୁ
Odia Poem Tume Asile (ତୁମେ ଆସିଲେ) by Pushpanjali Panda

ତୁମେ ଆସିଲେ

ମା’ ତୁମେ ଦୁର୍ଗତିନାଶିନୀ ତୁମେ ଆସିଲେ, ଅନ୍ଧାକାର ସରିବ ଆଲୋକ ଫିଟିବ ଦୁର୍ଗମ ଦୁର୍ଗତି ଦୂରେଇଯିବ । ନିର୍ଯାତିତର ପ୍ରତିଟି ନିର୍ଯାତନାର ତୁମେ ହିସାବ କରିବ । ତୁମକୁ କେମିତି ଆବାହନ କରିବୁ ମା’ କି ଉପହାର ଦେବୁ ! ତୁମେ ତ କାଶଫୁଲର, ସଫେଦ ଆକାଶର କମନୀୟ ଉପଲବ୍ଧି, ଶିଶିରଭିଜା ସକାଳର ଶ୍ରେଷ୍ଠ ପୂଣ୍ୟର, ସତ୍ୟର ଶକ୍ତି । ଏ ସୃଷ୍ଟିରେ, ଜଡ଼ ଜୀବରେ ତୁମେତ ଅଫୁରନ୍ତ ପ୍ରାଣବନ୍ତ ଚେତନାର ଛଳଛଳ ଭାବ । ଉର୍ଦ୍ଧ୍ୱଗାମୀ ଜୀବସତ୍ତା ଆତ୍ମସ୍ଥ ଅନାହତ ନାଦ । ଏହି…

ଅଧିକ ପଢ଼ନ୍ତୁ
Odia Poem Ashwina Asichhi (ଆଶ୍ଵିନ ଆସିଛି) by Mamata Sahu

ଆଶ୍ଵିନ ଆସିଛି

କାଶତଣ୍ଡୀ ଫୁଲେ ସଜ୍ଜିତ ପୃଥିବୀ ଧବଳ ଦିଶଇ ଧରା ଆଶ୍ଵିନ ଉତ୍ସବ ଲାଗଇ ଗହଳ ମେଲାଇ ଖୁସି ପସରା । ପାର୍ବଣର ଋତୁ ଅବତରି ଆସେ ଶାରଦୀୟ ଶୋଭା ନେଇ ଆବିର୍ଭାବ ଧରା ଧାମେ ମହାମାୟୀ ଦୁଃଖ ନିବାରିବା ପାଇଁ । ପୂଜା ମଣ୍ଡପଟି ଝଲସି ଉଠଇ ରୋଷଣୀରେ ହୋଇ ସଜା ଦେବୀ ନାରାୟଣୀ ମହିଷାମର୍ଦ୍ଦିନୀ ଅଦିଶକ୍ତି ଦଶଭୂଜା । ଆକାଶ ନିର୍ମଳ ସ୍ୱଚ୍ଛ ନଦୀଜଳ ପବିତ୍ର ଏ ଧରା ଧାମ ପିତୃ ପୁରୁଷଙ୍କୁ ବାଢ଼ି ଶ୍ରାଦ୍ଧ ପିଣ୍ଡ ଲଭନ୍ତି ଅପାର…

ଅଧିକ ପଢ଼ନ୍ତୁ