Odia Poem Kakara (କାକର) by Sanjib Kumar Dash

କାକର

ରାତିସାରା ତୋଫା ଜୋଛନାକୁ ସାଉଁଟି ପିନ୍ଧି, ଲାଜେଇ ଯାଉଥିଲି… ଦୁର୍ବାର ବାସନା ମୋ, କୁହୁଡ଼ିରେ ପହଁରି ଲୁଚାଇଦେବାକୁ ତାକୁ, ମୁରୁକି ହସୁଥିଲେ ତାରା ! ଘୁରି ଘୁରି ଉଡ଼ୁଥିଲା ଜହ୍ନ, ଜଣା ନାଇଁ ମୋତେ, ମସଗୁଲ ସେ, ଉଜାଗର କୁମୁଦିନୀ ନୀଳ ନୀଳ ଆଖି !! ଅବଶ ମୁଁ, ଜଡ଼େଇ ଝରୁଛି ଟୋପା ଟୋପା… ନିଚ୍ଛକ ପ୍ରବଣତାର ଏ ଅଶ୍ରୁ, ଏବେ ସଜାଇଛି ! ଦୂବର ମୁକ୍ତାମୁକୁଟ, ସିକ୍ତକଢ଼ି ଶିରପାଟ, ବେଧଡ଼କ ଭାସିବାର ମୋ ସ୍ୱପ୍ନଯାକ ତରଳି ମାଟି ଭିଜାଉଛି… ଆଉଥରେ…

ଅଧିକ ପଢ଼ନ୍ତୁ
Odia Poem Baber Bansara Mahima (ବାବେର ବଂଶର ମହିମା) by Kumarlal Rana

ବାବେର ବଂଶର ମହିମା

କୁମ୍ଭକାର ଜାତି କୁଳରୁ ଉତ୍ପତ୍ତି ବାବେର ବଂଶ ମହିମା । ଗୋତ୍ର ପରାସର ଜାଗୃତି କରଇ କହି ନୁହେଁ ଗୁଣ ସୀମା । କୋମନା ଗଡ଼ରୁ ରହିବାରୁ ନାମ ଯେ କୁମୁନିଆ ବାବେର । ଖଡ଼ିଆର ଗଡ଼େ ହେଲେ ଖରଡ଼ିଆ ବାବେର ବଂଶ କୁମ୍ଭାର ସୋରଡ଼ାରୁ ବାସ ନାମ ସରଡ଼ିଆ ବାବେର ବଂଶ ବୋଲାଇ । ପାଟଣାଗଡ଼ରୁ ବଂଶ ପଟନିଆ ବାବେର ବୋଲି ଜଣାଇ ॥ କୋଡ଼େ ଘର ଗଙ୍ଗା କୁମ୍ଭାର ଜାତିରୁ ଉତ୍ପତି ବାବେର ବଂଶ । ପଶ୍ଚିମ ଓଡ଼ିଶା କୋଶଳ ଖଣ୍ଡରୁ…

ଅଧିକ ପଢ଼ନ୍ତୁ
Odia Poem Purnachheda (ପୂର୍ଣ୍ଣଚ୍ଛେଦ) by Arpita Mishra

ପୂର୍ଣ୍ଣଚ୍ଛେଦ

ବେଳେବେଳେ ହୃଦୟର ଅଭିବ୍ୟକ୍ତି ଅଧାରୁ ନୀରବିଯାଏ, ପରିସ୍ଥିତି ଆଉ ଔପଚାରିକତାର ବାଦଲ ପଛରୁ ଅପେକ୍ଷା କରିଥାଏ ଗୋଟିଏ ସୁଯୋଗର; ଯେବେ ପୁଣି କାଳି ବୋଳି ହୋଇ ନିଜ ଅସ୍ତିତ୍ୱର ପ୍ରମାଣ ଦେଇପାରିବ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଗରୁ । ମୁଁ ବି ବଞ୍ଚାଇ ରଖିଥାଏ କ୍ଷତବିକ୍ଷତ ଆଶାର ସ୍ପନ୍ଦନ, ଅଟକ ରଖିଥାଏ କାଗଜ ଉପରେ ମାଡ଼ିଯାଉଥିବା କଲମ ମୁନକୁ; କାଳେ ଗୋଟିଏ ପୂର୍ଣ୍ଣଚ୍ଛେଦ ପାଲଟିଯିବ ଗୋଟେ ଅଧା କାହାଣୀର ଲକ୍ଷ୍ମଣରେଖା !! ମଉନବ୍ରତୀ ସମ୍ପର୍କକୁ ବି ଅର୍ଦ୍ଧବିରାମର ସାହାରା ନେଇ ମୁଁ…

ଅଧିକ ପଢ଼ନ୍ତୁ
Odia Poem Mo Gaan ra Basna (ମୋ ଗାଆଁର ବାସ୍ନା) by Manas Ranjan Nayak

ମୋ ଗାଆଁର ବାସ୍ନା

ଅତୀତ ଆଜି ଦଶନ୍ଧି ଦଶନ୍ଧି ତଳର ସେ ମାଦକୀୟ ଅଭୁଲା ମୂହୁର୍ତ୍ତ, ପ୍ରାପ୍ତି ଆତ୍ମତୃପ୍ତିର ଅମିମାଂସିତ ପ୍ରତିଦ୍ୱନ୍ଦିତାରେ ମନଟି ତୁଷାର୍ତ୍ତ, ଶୀତୁଆ ସକାଳେ ଗବାକ୍ଷ ଦେଇ ଛୁଟିଆସେ ଝରାଶେଫାଳୀର ବାସ୍ନା, ଗାଁ ମୁଣ୍ଡ ରାଧାମାଧବ ମନ୍ଦିରରୁ ଶୁଭୁଥାଏ ହରେ କ୍ରିଷ୍ଣା ହରେ କ୍ରିଷ୍ଣା । ରୋଷେଇ ଚାଳିରୁ ବୋହିଆସେ ବିରିଡାଲି ରସୁଣିଆ ଛୁଙ୍କ, ପଧାନପୁଅ ପାଖ ଗାଁ ମଉଛୁକ ଖାଇଯିବାକୁ ଧରେ ଝୁଙ୍କ, ଦଶହରା ଦୀପାବଳିର ପାର୍ବଣରେ ପୁଲକିତ ହୁଏ ପଲ୍ଲୀ ଜୀବନ, ଦନାସାହୁ ବାହୁନି କାନ୍ଦେ କରୋନାରେ…

ଅଧିକ ପଢ଼ନ୍ତୁ
Odia Poem Nilambu Chilika Tire (ନୀଳାମ୍ବୁ ଚିଲିକା ତୀରେ) by Rudranarayan Panigrahi

ନୀଳାମ୍ବୁ ଚିଲିକା ତୀରେ

ନୀଳାମ୍ବୁ ଚିଲିକା ତୀରେ ରକ୍ତବର୍ଣ୍ଣା ରବିଙ୍କ ଜ୍ୟୋତିରେ ବିହଗ ବାହୁଡ଼ା ବେଳାରେ ସାୟଂ କାଳେ ପ୍ରଦୋଷ ସମୟେ ମୋ ମନର ଗହନ ବନରେ ଉଙ୍କିମାରେ ଅନେକ ପ୍ରଶ୍ନ ! ମନର ମେଦିନିପୁରରେ । ଯାଯାବରର ପ୍ରଳାପ କିଏ ମୁଁ, କ’ଣ ପାଇଁ ମୋର ଜନ୍ମ, କୂଳ ଲଙ୍ଘିବାକୁ କାଗଜ ଡଙ୍ଗାର ଅସରନ୍ତି ଅସମାପ୍ତ ସ୍ୱପ୍ନ, ମନର ସିନ୍ଧୁରେ ଆଶାର ଉର୍ମିରେ କୂଳ ଲଙ୍ଘେ ଆଜି କାଳର କିଙ୍କର । ନାବିକ ଭାଇର ଅମୃତ ସଂଗୀତ ଦୂର ଦେବାଳୟ ଶଙ୍ଖ ଧ୍ୱନି ମନ୍ତ୍ର…

ଅଧିକ ପଢ଼ନ୍ତୁ