Odia Poem Samaya (ସମୟ) by Monalisa Mishra

ସମୟ

ସମୟ ସ୍ରୋତରେ ଭାସମାନ ଆମେ ଗତି ଯେ ସମ୍ମୁଖ ଦିଗକୁ, ଆଗାମୀ ଭବିଷ୍ୟ ଶୁଭେଚ୍ଛା ସ୍ୱାଗତେ ପାସୋରିଦେବୁ ଅତୀତକୁ । କାଳର କରାଳ ଗତି ବଳୀୟାନ ଶାସନ କରେ ସେ ସଭିଙ୍କୁ, ସୁଖ-ଦୁଃଖ ହାନି-ଲାଭ ଭଲ-ମନ୍ଦ ନକରେ ଅପେକ୍ଷା କାହାକୁ । ପୁରାତନ ସ୍ମୃତି ପୁରୁଣା ସପନ ସାଇତାଯେ ହୃଦୟରେ, ନବପଲ୍ଲବର ସମ ପୁଣି କିଛି ସ୍ଫୁରିବ ନବବେଳାରେ । ଅପେକ୍ଷା-ଉପେକ୍ଷା ପ୍ରୀତି-ପ୍ରତିଶୃତି ନୂତନ ଡେଣା ମେଲିବ, ହିଂସା-ଦ୍ୱେଷ-ଈର୍ଷା ରାଗ-ଅଭିମାନ ହୃଦରୁ ଅପସରିବ । ସମୟ ପ୍ରବାହ…

ଅଧିକ ପଢ଼ନ୍ତୁ
Odia Poem Adwitiya Odisha (ଅଦ୍ୱିତୀୟ ଓଡ଼ିଶା) by Rajshekhar Chima on Shubhapallaba Magazine

ଅଦ୍ୱିତୀୟ ଓଡ଼ିଶା

ଆସ ଗାଇବା ଓଡ଼ିଆ ଗୀତ, ଓଡ଼ିଶା ଦର୍ଶନରେ କିଛି ସମୟ କରିବା ଅତିବାହିତ । ଜୀବନର ଅମୂଲ୍ୟ କ୍ଷଣ ହେଉ ଅଭୁଲା ଅତୀତ, ଓଡ଼ିଶା ଅଦ୍ୱିତୀୟ ବୋଲି କରିବା ମନୋନୀତ । ପ୍ରବାହ ହେଉଛି ମହାନ‌ଦୀର ଅମୃତ ଧାରା, କଳିଙ୍ଗ ପ୍ରଦେଶର ଯାହା ଜୀବନ‌ ଧାରା । ପ୍ରାକୃତିକ ଅରଣ୍ୟ ସମ୍ପଦର ହାରିକା, ଅନ୍ୟତମ ନାମ ଆମ ଚିଲିକା, ଭିତର କନିକା । ଅଦ୍ଭୁତ ଶିଳ୍ପକଳା ସୌନ୍ଦର୍ଯ୍ୟର ଅଧିଷ୍ଠାତ୍ରୀ, ଐତିହାସିକ ମନ୍ଦିର ବାରସତ୍ତ୍ୱର ଶୀର୍ଷ ନେତ୍ରୀ ।…

ଅଧିକ ପଢ଼ନ୍ତୁ