ଆକାଂକ୍ଷା
ତୁମେ ଭାଙ୍ଗିଦେଇ ପାର ବୃହତାକାର ମହାଦ୍ରୁମ… କିନ୍ତୁ ରୋକି ପାରିବନି ତା’ର କ୍ଷୁଦ୍ର ଅଙ୍କୁରୋଦ୍ଗମ… ଲିଭେଇ ଦେଇପାର, ଆଶାର ପ୍ରଜ୍ୱଳିତ ଅଗ୍ନି, ହେଲେ ପ୍ରଶମିତ ହେବ ନାହିଁ ବୃହଦାକାଂକ୍ଷା ବହ୍ନି… ଭାବିବନି କେବେ, ଏ ତ’ ସାମାନ୍ୟ ବାରି, ବନ୍ୟା ରୂପେ ହୋଇପାରେ, ମହାପ୍ରଳୟଙ୍କରୀ… – ସସ୍ମିତା ସାହୁ ସସ୍ମିତା ସାହୁସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।

