Pranaya Rutu

ପ୍ରଣୟ ୠତୁ

ନବବଧୂ ସାଜି ଆସିଛ ଜୀବନେ ଢାଳୁଛ ପ୍ରୀତିର ବନ୍ୟା ଲାଗୁଛି ଯେମିତି ଜହ୍ନ ମୋ ବାହୁରେ ଅଙ୍ଗେ ଅଙ୍ଗେ ଲାଗେ ନିଆଁ ॥ ନିଦଚୋରୀ କରେ ପାଦର ପାଉଁଜି ରୁଣୁଝୁଣୁ ଶବ୍ଦ କରି ସତେକି ଯେମିତି ସୁରିଲା ବଇଁଶୀ ବାଜୁଅଛି ଥିରିଥିରି ॥ କାନର ଝୁମୁକା ବଢ଼ାଏ ସ୍ପନ୍ଦନ ନିଃଶବ୍ଦ ଏ ରଜନୀରେ ଭ୍ରମ ସୃଷ୍ଟିକରେ ବର୍ଷାଟୋପା କିବା ଲୋଟୁଅଛି ଧରଣୀରେ ॥ ଦେହର ମହକ କରେ ଶିହରୀତ ଅପୂର୍ବ ତା’ ସୁବାସରେ ସ୍ୱର୍ଗ ଛାଡ଼ି ବୋଧେ…

ଅଧିକ ପଢ଼ନ୍ତୁ
Jibana

ଜୀବନ

ଜୀବନ କେବେ ଗୋଲାପର ଶେଯ ତ କେବେ ତତଲାବାଲିର କଣ୍ଟକିତ ଚଲାପଥ । ମିଠା ମିଠା ସପନେ ରଙ୍ଗମୟ ଦୁନିଆରେ ଖୋଜିବୁଲେ ନିଜକୁ ହେଇ କ୍ଷତବିକ୍ଷତ । ଜୀବନ ଶ୍ରାବଣର ଉଛୁଳା ନଈ ବସନ୍ତର ମହକିତ ବନ ଆଉ ଶରତ ସନ୍ଧ୍ୟାର ଫୁଲେଇ ରୂପା ଜହ୍ନ । ଏ ଜୀବନ କୁହୁଡ଼ିର ପ୍ରହେଳିକା ପ୍ରେମ ଗୀତି ଗାଇ ଧାଏଁ ପଥେ ପଥେ ଖୋଜି ନିଜ ପଦ ଚିହ୍ନ । – ଧିରେନ୍ ବାଗ୍ ଧୀରେନ ବାଗଧୀରେନ ବାଗ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ
Tame Thile Pakhe Sathi

ତମେ ଥିଲେ ପାଖେ ସାଥି

ଦେଖୁଥିଲେ କେବେ ସ୍ୱପ୍ନ ସରିବନି ତମେ ଥିଲେ ପାଖେ ସାଥି ସ୍ୱପ୍ନ ଝରୁଥିବ ଗହନ ନିଦରେ ଦିନ ଲାଗୁଥିବ ରାତି । ହସୁଥିଲେ କେବେ ହସ ସରିବନି ତମେ ଥିଲେ ପାଖେ ସାଥି ମହୁ ଝରୁଥିବ ଶୁଖିଲା ଓଠରେ ଲୁହ ଲାଗୁଥିବ ମୋତି । କହୁଥିଲେ କେବେ କଥା ସରିବନି ତମେ ଥିଲେ ପାଖେ ସାଥି ଖୁସି ଝରୁଥିବ ହୃଦୟ ଦୁଆରେ ଦୁଃଖ ଲାଗୁଥିବ ସ୍ମୃତି । ଚାଲୁଥିଲେ କେବେ ବାଟ ସରିବନି ତମେ ଥିଲେ ପାଖେ ସାଥି ଫୁଲ ଝରୁଥିବ…

ଅଧିକ ପଢ଼ନ୍ତୁ
Saradiya Sparsha

ଶାରଦୀୟ ସ୍ପର୍ଶ

ଶରତ ଆଗମନରେ ଭୂଇଁରେ କାଶତଣ୍ଡୀ ସ୍ପର୍ଶ ମା’ ମହାମାୟାର ଆଗମନର ଦିଏ ସନ୍ଦେଶ । ମରୁ ପ୍ରାନ୍ତରକୁ ମନ୍ଦାକିନୀ ସ୍ପର୍ଶ, ଏ ଜଗତ ଲଭେ ମା ମହାମାୟାର ଆଶିଷ । ଶରତ ଅମ୍ବର କେଡ଼େ ନିରିମଳ ସତେ କି ନୀଳ ପାରାବାର, ପ୍ରକୃତି ସାଜଛି ରାଣୀର ବେଶ ଦିଶେ ଆହା କେତେ ମନୋହର । ଶରତସ୍ପର୍ଶ ସକାଳର କାକର ବେଳା, ମୋତି ସଦୃଶ ଦିଶେ ଘାସ ଉପରେ ଆଚ୍ଛାଦିତ କାକର ବିନ୍ଦୁର ମେଳା । ପରମେଶ୍ୱରୀଙ୍କ କରୁଣାର ସ୍ପର୍ଶ ଦୁଃଖସାଗରେ ମିଳେ ସେନେହ…

ଅଧିକ ପଢ଼ନ୍ତୁ
Panthasala o mun

ପାନ୍ଥଶାଳା ଆଉ ମୁଁ

କ୍ଲାନ୍ତ ଏକ ଅପରାହ୍ନ ଭଗ୍ନ ପାନ୍ଥଶାଳା ଆଉ ମୁଁ ଏକ ଅଦୃଶ୍ୟ ବୁଝାମଣା ଆମ ଭିତରେ । ଜରାଜୀର୍ଣ୍ଣ ତା’ ଶରୀର ଆଉ ଆତ୍ମଗ୍ଲାନିର ବହ୍ନିରେ ଲେଲିହାନ ମନ ମୋର । ସାଧନାର ପରିତୃପ୍ତି ନାହିଁ ଏଠି ନା ଅଛି ବିଚ୍ଛେଦର ଅବସାଦ । ଅନେକ ମିଳନର ମୁକସାକ୍ଷୀ ହୋଇବି ଆଜି ସେ ରାସ୍ତାକଡ଼ରେ ଏକା, ଏକ ଜାଗ୍ରତପ୍ରହରୀ ପରି । ଆଉ ମୁଁ !!! ଶୀତରାତି କାକରର ଆର୍ଦ୍ରତାରୁ ଶୋଷ ମେଣ୍ଟାଇବାକୁ ଚେଷ୍ଟାକରୁଥିବା ଏକ ତୃଷାର୍ତ୍ତ ପଥିକ । ସତରେ!!! କି ଅଦ୍ଭୁତ ଏ…

ଅଧିକ ପଢ଼ନ୍ତୁ