corona

କରୋନା

ଆଶା, ଅଭିଳାଷା, ଅଭିଯୋଗ କେତେ ଆସେ ଜୀବନ ପଥରେ, ତଥାପି ଭୁଲିନି ତୁମକୁ ମୁଁ ଆଜିର ସପନରେ । ସପନର ବଣିକ ସାଜି ଆସିଥିଲ ମୋ ମନେ, ହେଲେ କହିବାକୁ ଡର ଲାଗେ ସତ କଥା ତୁମ କାନେ । ସବୁ ବୁଝି ନବୁଝିଲା ପରି ଅଭିନୟ କରି, ସୃଷ୍ଟି କଲ ମନେ କେତେ ଆଶା ଅସୁମାରୀ । ଆଉ ସାହସ ନାହିଁ କହିବାକୁ ସବୁ ସତ, କାରଣ କରୋନାର କରାଳ ପରିସ୍ଥିତି କରିଛି ମର୍ମାହତ ।…

ଅଧିକ ପଢ଼ନ୍ତୁ
balye-ta-bhul

ବାଲ୍ୟେ ତା’ ଭୁଲ

ହଁ, ଏହାହିଁ ଭୁଲ… ଜନନୀ ଗର୍ଭେ ଶଶିକଳା, ନାଭି ମୁଣ୍ଡାରେ ଧରି କଳା, ଆଈ ମା’ର ନିଆଁ ପୁଳା, ସବୁ ପାଶୋରି ଆସେ ଧଳା, କ’ଣ? ଏଇଟା ଭୁଲ ।…(୧) ସୁଖ ନିଦ୍ରାରେ ଥାଏ ନୟନ, ନଥାଏ ତା’ପାଖେ କକ୍ଷ ଶୟନ, ଜନନୀ ଅନ୍ତ ହିଁ ସ୍ୱର୍ଗ ଆସନ, କ’ଣ? ଏଇଟା ଭୁଲ ।…(୨) ଅନ୍ତ ଚିରି ସେ କରେ ଗମନ, ଛୁଇଁ ମାତୃଭୂମି କରେ କ୍ରନ୍ଦନ, ଚକ୍ଷୁ ଖୋଲି ସେ ଦେଖେ ଗଗନ, ଜାଣେ ନାହିଁ…

ଅଧିକ ପଢ଼ନ୍ତୁ
Abaloki Tate

ଅବଲୋକି ତୋତେ…

ସୁରାରଙ୍ଗି ଓଠି କୋକିଳ କଣ୍ଠି ଗୋ ସରୋଜ ଉରଜି ବାଳା ମଦନ ଶରେ ଯା’ ପରାହତ ତୋର ଏ ଛାର କିଙ୍କର ବେଳା, ଘନ ଜଘନି ହେ ସୁଡୋଳ ନିତମ୍ବି ଆଜ କି ! ବିଚିତ୍ର ଶୋଷ ଦେଖି ଉଡ଼େ ହୋସ- ଅବଶେ ବିବଶ ବକ୍ଷେ – ଲକ୍ଷି ମଧୁବାସ, ଢଳି-ଢାଳି-ତୋଳି ଅଙ୍କେ-ବାଙ୍କେ-ରଙ୍କେ ନ ଭାବ ଛାରେ କାମୁକ ଘନ-ଜଘନ-ସ୍ତନ-ଭାର-ଭରେ କଣ୍ଠେ ତୃଷ୍ଣା ଅହେତୁକ, ସୁମୁଖୀ ବିମୁଖ ହେଲେ କେ ହରିବ ବିରହୀ ବିରହ ଦୁଃଖ କେ…

ଅଧିକ ପଢ଼ନ୍ତୁ
Apeksha

ଅପେକ୍ଷା

କେବେ ତୁ ଆସିବୁ ମୋ ପାଖକୁ ଧାଇଁ ଅନେଇ ବସିଛି ମୁହିଁ ସେ ଅଭୁଲା ହସ ସେ ଅଭୁଲା ବେଶ ମନେ ପଡ଼େ ନୀତି ରାତି । କଥା ଦେଇଥିଲି କଥା ଦେଉଅଛି ପର କରିବିନି କେବେ ସାରା ଜୀବନ ମୁଁ ତୋ ସାଥେ ଚାଲିବି କଣ୍ଟା ଅବା ଫୁଲ ବାଟେ । କିପରି ବଞ୍ଚିବି ତୋ’ଠାରୁ ଦୂରେଇ କେମିତି ଭାବୁ ସେ କଥା ମୋ ହୃଦୟ ଝୁରେ ପ୍ରତିକ୍ଷେଣେ ତୋତେ କିପରି କହିବି ବ୍ୟଥା ।…

ଅଧିକ ପଢ଼ନ୍ତୁ
Kalia Kalijugare

କାଳିଆ କଳିଯୁଗରେ

କିଏ କହେ ଜଗା, କିଏ ଜଗନ୍ନାଥ, କୋଟି କୋଟି ନାମ ତୋ’ର, ତୁହି ରାମଚନ୍ଦ୍ର, ତୁହି ପର୍ଶୁରାମ, ସହସ୍ର ରୂପ ତୋହର ।।୧।। ଅପଲକ ନୟନେ ରହିଛୁ ଅନାଇ, ତୋହର ଭକତ ଗଣଙ୍କୁ, ଭକତିରେ ବନ୍ଧା ଭାବର ଠାକୁର, ଟଙ୍କା ପଇସା ଅଲୋଡ଼ା ତାକୁ ।।୨।। ଶହେ ଆଠ ଗରା ପାଣିରେ ଗଧାଏ, ଦେବସ୍ନାନ ପୂର୍ଣ୍ଣିମାରେ, ଦେବ ଶରୀରରେ ମଣିଷ ପରାଏ, ଜରରେ ତା’ ଦେହ ଥରେ ।।୩।। ଅଣସର ଘରେ ରୁହେ ତ ସେ ଯାଇ,…

ଅଧିକ ପଢ଼ନ୍ତୁ