Prema

ପ୍ରେମ

ଜୀବନ ସଙ୍ଗୀତେ ଏକ ଅଭୁଲା ସ୍ୱର କହିକି ପାରିବ ନାମଟି ତା’ର ସୁନ୍ଦର ରୂପଟି ସତେ ଅନୁପମ ଅଢ଼େଇ ଅକ୍ଷର ନାମଟି ଯେ ପ୍ରେମ… ସବୁତ ସରିବ ମଣିଷ ମରିବ ପ୍ରେମ ନ ସରିବ କେବେ ନ ହାରିବ… ପ୍ରେମ କରେ ଯିଏ ସେ ହୁଏ ପ୍ରେମିକ ହସି ଉଠେ ମୁଖ ଆହାକି ଚମକ… ପ୍ରେମ ଯେ ଅମର ସ୍ୱର୍ଗୀୟ ସୁନ୍ଦର ପ୍ରେମମୟ ହେଲେ ଜଗତ ସୁନ୍ଦର… ଜୀଇଁବା ମରିବା ଅଟେ ଧ୍ରୁବ ସତ ପ୍ରେମର ଅର୍ଥ…

ଅଧିକ ପଢ଼ନ୍ତୁ
Samayara Gati Pathe

ସମୟର ଗତି ପଥେ

ସମୟର ଗତିପଥ ସତେ ଅବା କେତେ କଣ୍ଟକିତ, କିଏ ପହଞ୍ଚେ ଲକ୍ଷ୍ୟ ସ୍ଥଳରେ ତ, କିଏ ରହିଯାଏ ଅଧ ରାସ୍ତାରେ, ଜୀବନର ଝଡ଼ଝଞ୍ଜା ଭିତରେ କେତେ ଖାଲ ଢିପ ଜଣାପଡ଼େନି, ସମୟ ସହିତ ତାଳ ଦେଇ ମାଡ଼ିଚାଲିଥାଏ ଆଗକୁ ଆଗକୁ, ଜର୍ଜରିତ ଏଇ କଳେବର ଚାହେଁନା କେବେ ହାରିବାକୁ, ଜିତିବାର ପ୍ରବଳ ଆଗ୍ରହରେ ବଶୀଭୂତ ହୋଇ ଚାଲିଥାଏ ନିର୍ଭୟରେ, ବୁଝିପାରେନା କେହି ନୀରିଖେଇ ଦେଖୁଛି ତା’ର ବ୍ୟକ୍ତିତ୍ୱକୁ, କେବେ କେଉଁଠି ହୋଇଗଲେ ଟିକିଏ ଭୁଲ, ହଠାତ୍ ତା’…

ଅଧିକ ପଢ଼ନ୍ତୁ
Meghua Akasha

ମେଘୁଆ ଆକାଶ

ବର୍ଷା ଧୁଆ ସକାଳରେ, ଭିଜା ମାଟି, ଓଦା ମାଟି କାନ୍ଥ, ଓଳି ପାଣି ଆଉ ଝରକା ସେପଟ ଓସ୍ତ ପତ୍ରରେ ପାଣି ଫୋଟକା ଦେଖି, ତମେ କହିଲ… “ଏଇ.. ଦେଖ ରାତିଯାକ କାଲି କେତେ ବର୍ଷା ହେଇଚି” ମୁଁ, ସାରି ନଥିବା ନିଦକୁ, ଆଖି କଣେ ଆଉଜେଇ ଦେଇ… ତମ ବଉଦଠୁ କଳା, ଗହନା କେଶ, ଅସଜଡ଼ା ବାଦାମୀ ରଙ୍ଗ ଶାଢ଼ୀ ଆଉ ଦୁଇ ଦେହର ମାଧ୍ୟାକର୍ଷଣ ବଳରେ, ଲିଭିଯାଇଥିବା ସିନ୍ଦୁର ଟୋପା ଦେଖି, କହିଲି.. “ହଁ…..

ଅଧିକ ପଢ଼ନ୍ତୁ
Manaswatwa

ମନସ୍ତତ୍ତ୍ୱ

ହଜିଯାଏ ମୁଁ ମୋ ମନ ମଧ୍ୟରେ ଖୋଜିଥାଏ ମନକୁ ହୃଦୟର ପରିସୀମା ମଧ୍ୟରେ ॥ ରହିଛିକି, ସେ କେଉଁ ସ୍ଵପ୍ନରେ ବିଳାସୀତାରେ ନା, ରହିଅଛି ମୋ ହୃଦୟର କଳ୍ପନା ଭିତରେ ॥ ମଧୁର ସେ ସ୍ଵପ୍ନର ମୂହୁର୍ତ୍ତକୁ ଖୋଜିପାଇ ନାହିଁ, ପାରୁନାହିଁ, ମୁଁ କସି ତା’ର ପରିସଂଖ୍ୟାନକୁ ॥ ଜାଣିବାର ଇଚ୍ଛା ଟାଣି ନେଉଛି ମୋତେ ସେହି ସ୍ଵପ୍ନର ଗନ୍ତାଘରକୁ ଏକାକୀ କସିବାକୁ ମନର ମାନସାଙ୍କକୁ ॥ ହଜିଯାଇଛି ପୁଣି ମୋ ମନ ଆଉ ସ୍ଵପ୍ନର ସମସ୍ତ…

ଅଧିକ ପଢ଼ନ୍ତୁ
Kaha Pain Lekhibi

କାହା ପାଇଁ ଲେଖିବି?

ମୋ ପ୍ରେମଭରା, ମଧୁଝରା କବିତା???? ପ୍ରଥମେ ଲେଖୁଥିଲି ନିଜ ସ୍ୱପ୍ନ ପାଇଁ ମୋ ସ୍ୱପ୍ନର ନାୟିକା ପାଇଁ ଆଉ ସେ ନାୟିକା କିଏ ଜାଣିଛ କି?? ସେ ତୁମ ବିନା ଆଉ କିଏ ବା ହୋଇପାରେ???? ତୁମେ ହିଁ ସାଜିଥିଲ ମୋ ଶବ୍ଦର ଗ୍ରନ୍ଥାଗାର ସେଥିରୁ ଚୋରେଇ ଆଣିଥିବା କିଛି ଶବ୍ଦରେ ବୁଣି ଚାଲିଥିଲି ମୋ ରଙ୍ଗୀନ ସ୍ୱପ୍ନକୁ ଆଉ ସେ ରଙ୍ଗୀନ ସ୍ୱପ୍ନ ତୁମେ ହିଁ ଥିଲ ଯା ପାଇଁ ବିଶ୍ଵକର୍ମା ସାଜି ଶବ୍ଦରେ ଶବ୍ଦରେ…

ଅଧିକ ପଢ଼ନ୍ତୁ