Jibanka Jibana

ଜୀବଙ୍କ ଜୀବନ

ନାହିଁ ତା’ର ରୂପ ଗନ୍ଧ ନାହିଁ ତା ଆକାର ତା ବିହୁନେ ସୃଷ୍ଟି ନାମ ଆଉ ସବୁ ନିମିତ୍ତ ମାତର । ସ୍ୱାଦହୀନ ହୋଇ ପୁଣି ସଭିଙ୍କର ପ୍ରିୟ ସୃଷ୍ଟି ହୁଏ ଆତଯାତ ଅଭାବରେ ହୋଇବ ବିଲୟ । ବିଚରଣ କରୁଥାଇ ସ୍ୱର୍ଗପୁରେ ପୃଥିବୀ ପୃଷ୍ଠରେ ନଈ ନାଳ ଝରଣାରେ ଅବା ସାଗରରେ । ତା’ କୋଳରେ ପଦ୍ମ ହସେ ହସୁଥାଏ କଇଁ ମୀନ ଖେଳେ ସରାଗରେ ବଗ ଥାଏ ଚାହିଁ । ବାଦଲରେ ଭାଷୁଥାଏ ବରଷିଲେ…

ଅଧିକ ପଢ଼ନ୍ତୁ
Janiparuni

ଜାଣି ପାରୁନି

ଏମିତି ରଙ୍ଗ ଲାଗିଛି ଦେହରେ କରି ପାରୁନାହିଁ କିଛି ସଞ୍ଜ ଆକାଶରେ ସୂର୍ଯ୍ୟ ମୁଁ ଦେଖୁଛି ଚିନ୍ତା ତ କରୁଛି ବସି । ବୈଶାଖର ଖରା ଭଲ ଲାଗୁଛି କଣ୍ଟା ଲାଗେ ଫୁଲ ପରି ସରମ ଫରମ ହଜିତ ଯାଇଛି ବଞ୍ଚିଅଛି ମରି ମରି । ଶ୍ରାବଣର ବର୍ଷା ଆଘାତ ଦଉଛି ଦିନରେ ଶୋଉଛି ଘୋଡି ସ୍ୱର୍ଗ ପାରିଜାତ ଆଣିବାକୁ ଜିବି ସାଇକେଲ ମୋର ଚଢ଼ି । ପକ୍ଷୀ ପରି ଡେଣା ଲଗାଇ ବୁଲିବି ଭାବେ ମୁଁ…

ଅଧିକ ପଢ଼ନ୍ତୁ
Chhota Prema Patra Joubanara Chhita

ଛୋଟ ପ୍ରେମ ପତ୍ରେ ଯୌବନ ଛିଟା

ଆଖି ପଲକ ମୋ     ଲାଖି ରହିଯାଏ ପ୍ରିୟା ତୋ ଗୋଲାପୀ ଓଠେ ତୋ ଓଠରୁ ମଧୁ     ଶୋଷି ନେବାପାଇଁ ମନ ମୋ କୁରୁଳି ଉଠେ ଝରକା ଫାଙ୍କେ ତୋ     କଣେଇ ଚାହାଣୀ ଖେଳେ ଲୁଚକାଳି ଖେଳ ତୋ ମନର କଥା     ଅଛପା ନାହିଁ ଲୋ ଆ’ କରିବା ଅନୁକୂଳ ଯୌବନ କାନନେ     ମଧୂପ ବଖାଣେ ହୃଦ ବେଦନାର ଭାଷା ଧାଇଁ ଧାଇଁ ପ୍ରାଣ     ବ୍ୟାକୁଳ ହେଲାଣି କେବେ ମେଣ୍ଟିବ ମୋ ତୃଷା ଅବୁଝା ମନ ମୋ     ଉଡ଼ିବୁଲେ ଆଜି ଅନ୍ତରେ ସଞ୍ଚାରେ ପ୍ରଶ୍ନ ପ୍ରେମ ଚଢ଼େଇଟା     କହେ ଆସି…

ଅଧିକ ପଢ଼ନ୍ତୁ
Gachhatie Kara Mote

ଗଛଟିଏ ମତେ କର

ଯେତେ ଯାହା କଲେ ହାଣିଲେ କାଟିଲେ ଗଛ କ’ଣ କିଛି କହିଛି ଖରା କି ବରଷା କାକର କୁହୁଡ଼ି ନୀରବରେ ସବୁ ସହିଛି ॥ ବିପଦ ଆପଦ ଜୀବନେ ଆସିଲେ ମଥା ପାତି ଆମେ ସହିବା; ଗଛ ଶିକ୍ଷା ଦିଏ ସହିବା ଗୁଣଟି ସଭିଙ୍କୁ ଏ କଥା କହିବା ॥ ଗଛ ଦାନ କରେ ଫଳ, ମୂଳ, କାଠ ମହୁ, ଲାଖ, ଝୁଣା, ଟସର କାହାର ଦାନରେ ମଣିଷ ବଞ୍ଚିଛି ନିଜକୁ ଏ ପ୍ରଶ୍ନ କର !!…

ଅଧିକ ପଢ଼ନ୍ତୁ
Krushna Kabari

କୃଷ୍ଣ କବରୀ

ତମ କୃଷ୍ଣ କବରୀର ଗୋଲାପ ପାଖୁଡ଼ା ମତୁଆଲା କରେ ମତେ । ସୁଗନ୍ଧରେ ତା’ର ମହକି ଉଠୁଛି ମୋ ପ୍ରେମ ଗମ୍ଭିରୀ ଭିତରେ ସାଇତା ସ୍ଥାନ ଯେତେ । ଚିର ଇପ୍ଷିତ ଚିର ଆକାଂକ୍ଷିତ ତମେ ମୋ ସ୍ୱପ୍ନର ରାଜଜେମା । ରୋମାଞ୍ଚିତ ମନ ନିବିଡ଼ ସମ୍ପର୍କ ତମେ ପୁଣି ମୋର କଳ୍ପନାର ଅପ୍ସରା । ହୃଦୟରେ ମୋର ସାଇତା ହୋଇଛି ତମ ଦେହର ସେଇ ତାତି । ପ୍ରେମ ପ୍ରଣୟରେ ଭରା ମୋ ଦେହର ସେଇ…

ଅଧିକ ପଢ଼ନ୍ତୁ