Tuma Pain

ତୁମ ପାଇଁ

ମୁଁ ତ ଗଢ଼ିଥିଲି ଏକ ସୁନ୍ଦର ରାଜଉଆସ ଏ ହୃଦୟରେ କାହିଁ କେତେ ଧୈର୍ଯ୍ୟ ଆଉ ବିଶ୍ୱାସର ମୂଲ୍ୟରେ, ତୁମେ ହିଁ ଉପେକ୍ଷା କଲ ସେ ରାଜଉଆସକୁ ଆଉ ତୁଳନା କଲ ଧନ ଓ ଧନୀକ ସାଙ୍ଗରେ; ମୁଁ ତ ରଖିଥିଲି ସାଇତି କେତେଯେ ଶୀତଳ ଛାୟା ତୁମ କୋମଳ ହୃଦୟକୁ ଆଚ୍ଛାଦିତ କରିବା ଆଶାରେ, ତୁମେ ହିଁ ଉତ୍ତପ୍ତ କଲ ସେ ଶୀତଳ ଛାୟାକୁ ଆଉ ଜଟିଳ କଲ ତୁମ ହୃଦୟକୁ ଡହଡହ କ୍ରୋଧର ବହ୍ନିରେ;…

ଅଧିକ ପଢ଼ନ୍ତୁ
Tu au Mun

ତୁ ଆଉ ମୁଁ

ତୁ ବସା ଭାଙ୍ଗି ଉଡ଼ି ଯାଉଥିବା ଚଢ଼େଇ, ମୁଁ ବସା ବାନ୍ଧିବାକୁ ଯାଉଥିବା ବଢ଼େଇ । ତୁ ବାଟ ଭାଙ୍ଗି ଚାଲି ଯାଉଥିବା ନଈ, ମୁଁ ବାଟ ଚାହିଁ ରହୁଥିବା ବାଟୋଇ । ତୁ କିଛି ମାନୁନଥିବା ଅସାରାଏ ବର୍ଷା, ମୁଁ କିଛି ଖୋଜୁଥିବା ତୃଷାର୍ତ୍ତର ତୃଷ୍ଣା । ତୁ ନିତି ଦେଖୁଥିବା ଅଜଣା ରାତିର ସ୍ୱପ୍ନ, ମୁଁ ନିତି ଜିଉଁଥିବା ଝଡ଼ ବାତ୍ୟାର ବିପନ୍ନ । ତୁ କହି ପାରୁଥିବା ଅନେକ କାହାଣୀର କଥା, ମୁଁ…

ଅଧିକ ପଢ଼ନ୍ତୁ
Tu au Mun

ତୁ ଆଉ ମୁଁ

ତତେ ଦେଖିବାକୁ କିଛି ଆଧାର କି ଲୋଡ଼ା, ତତେ ପାଖରେ ପାଇବାକୁ କିଛି ମାଧ୍ୟମର କି ଲୋଡ଼ା, ତୋତେ ଅନୁଭବ କରିବାକୁ ତୋ ଛୁଆଁର କି ଲୋଡ଼ା, ତୁ ତ ଅଛୁ ମୋ ଭିତରେ… ମୋ ସତ୍ତାର ପ୍ରତ୍ୟେକ ବିନ୍ଦୁରେ କେବଳ ତୋର ହିଁ ତ ଅସ୍ତିତ୍ୱ, ପ୍ରତିଟି ଆବେଗ ସହ ବନ୍ଧା କେବଳ ତୁ ହିଁ ତ ତୁ, ପ୍ରତିଟି ପ୍ରଶ୍ୱାସ ସହିତ ତୁ ହିଁ ତ ନିଜକୁ ଜାହିର କରିଚାଲିଛୁ, ମୋ ହୃଦୟରେ… ତା’ହେଲେ,…

ଅଧିକ ପଢ଼ନ୍ତୁ
Tuma Pain Kabitie Mun

ତମ ପାଇଁ କବିଟିଏ ମୁଁ

କବି ନୁହେଁ ମୁଁ କିନ୍ତୁ ତମ ପାଇଁ କବି ସାଜି ଲେଖେ କବିତା ଶବ୍ଦ ପରେ ଶବ୍ଦ ଯୋଡ଼ି କାଗଜରେ ଧାଡ଼ି ଧାଡ଼ି ଖଞ୍ଜିଦିଏ ଭାବନା ଓ କଳ୍ପନାର ମଣି ମୁକୁତା । କବି ନୁହେଁ ମୁଁ କିନ୍ତୁ ତମ ପାଇଁ କବି ସାଜି ଲେଖେ କବିତା କିଛି ହସ ଲୁହ ଢାଳି କିଛି ସ୍ମୃତି ସ୍ୱପ୍ନ ତୋଳି ସାଜିଦିଏ ମିଳନ ଓ ବିରହର ନାଲି ଅଳତା । – ଭକ୍ତ ଚରଣ ସୁନାନୀ ଭକ୍ତ ଚରଣ…

ଅଧିକ ପଢ଼ନ୍ତୁ
Jibanara Modare

ଜୀବନର ମୋଡ଼ରେ

କ’ଣ ହେଇଯାଇଛି ଏ ହୃଦୟକୁ? କାହିଁକି ଆଉ କାହାର ଦୁଃଖ ଶୁଣିଲେ ସେତିକି କଷ୍ଟ ହେଉନି ନିଜକୁ ହଁ ଅବଶୋଷ ତ ହେଉଛି ବହୁତ ହେଲେ କାହା ଦୁଃଖରେ ସାମିଲ କାହିଁକି ହେଇପାରୁନି? ଏ ପରିବର୍ତ୍ତନ କେମିତି? କାହା ସହ ଦେଖା ହେଇଗଲେ ଅଜାଣତେ ହସ ତ ଆସୁଛି ଓଠ ପାଖକୁ ହେଲେ ହୃଦୟରୁ ଆସୁନି ବୋଲି ବେଇମାନି ଭାବରେ ମନ ଭିତରଟା ରୁନ୍ଧିହେଇଯାଉଛି ଏ କେଉଁ ପ୍ରକାରର ଦୌଡ଼ ଚାଲିଛି ଜୀବନରେ? ସଭିଏଁ ଦୌଡ଼ୁଛନ୍ତି ଅଣନିଶ୍ୱାସୀ…

ଅଧିକ ପଢ଼ନ୍ତୁ