Odia Poem Rasta (ରାସ୍ତା) by Sunalata Parida

ରାସ୍ତା

ଅନ୍ଧାର ରାସ୍ତା, ରାସ୍ତା ପୂରା ଶୂନ୍‌ଶାନ୍ ସେ ରାସ୍ତାରେ ମୁଁ ଏକା ହଠାତ୍, ବର୍ଷା ଆକାଶରେ କେଉଁଠୁ ଆସିଲା?? ଖାଲି ବର୍ଷା ନୁହେଁ ତା’ ସହ ବିଜୁଳି ଚକ୍ ଚକ୍… ଠିକ୍, ସେହି ଅନ୍ଧାର ରାସ୍ତା ଓ ବର୍ଷା ଆକାଶରେ କେଉଁଠି ସେ ଥିଲା ମୋ ପାଖରେ ଆସି ଠିଆ ହେଲା… ସେ ସମୟରେ ହଠାତ୍ ଆକାଶରେ ଘଡ଼ଘଡ଼ି । ଘଡ଼ଘଡ଼ ହେଲା ବୋଲି ସେ ଆସିଲା ନା, ସେ ଆସିଲା ବୋଲି ଘଡ଼ଘଡ଼ି??? ମୁଁ ତା’…

ଅଧିକ ପଢ଼ନ୍ତୁ
Odia Poem Mane Achhi (ମନେ ଅଛି) by Kanhu Charan Sahu

ମନେ ଅଛି !

ମନେ ଅଛି ତମର ସେଦିନ ସୋସିଆଲ ମିଡ଼ିଆରେ ପରିଚୟ ହୋଇଥିଲା ଆମର । ବୋଧେ ଭୁଲିଯାଇଥିବ ଭୁଲିଯିବା କଉ ବଡ଼କଥା ଯେ ଏ ମାଟି, ଏ ଆକାଶ ଏ ପୃଥ୍ୱୀ, ଏ ନିଶ୍ୱାସ ବଦଳିବ ଦିନେ, କେବଳ ରହିଥିବ ଅଧା ଗଢ଼ା ତାଜମହଲ ତୁମେ ହସୁଥିବ ଆଉ କା’ ବାହୁରେ ମୁଁ ଶୋଇଥିବି ଶ୍ମଶାନରେ ! ନିଶ୍ଚୟ, ପରିବର୍ତ୍ତନ ଆବଶ୍ୟକ ପୋଡ଼ିବାକୁ, ଗଢ଼ିବାକୁ ନୂଆ ଏକ ରାଇଜ ଯେଉଁଠି ତମେ ଆଉ ମୁଁ ହେଇଥିବା ନିଖୋଜ !…

ଅଧିକ ପଢ଼ନ୍ତୁ
Odia Poem Bhabara Ranga (ଭାବର ରଙ୍ଗ) by Ganesh Raut

ଭାବର ରଙ୍ଗ

ରଙ୍ଗ ଅବିର ଧରି ମୋ ତନୁ ପ୍ରାଙ୍ଗଣରେ ଆଶିଯା’ ଥରେ କହ୍ନେଇ । ତୋ’ ପ୍ରେମ ରଙ୍ଗରେ ରଙ୍ଗୀନ୍ କରିଦେ ମୋ ଜୀବନର ଯମୁନା ନଈ ॥ ନାହିଁ ମୋର ମୀରା ପରି ଭାବ ହୋଇ ପାରିବି ନାହିଁ ମୁଁ ରାଧା । ତଥାପି ସବୁ କଳଙ୍କ ମୁଣ୍ଡେ ବୋଳି ଦେବି ନାହିଁ ମୋର ତିଳେ ଅସୁବିଧା ॥ ଶାଶୁ, ନଣନ୍ଦର ଝିଙ୍ଗାସ ହୃଦେ ପୋଛି ଦେବି ତୋ’ ସାଥୀରେ କରିବି ମୁଁ ଦେଖା । ତୋ’…

ଅଧିକ ପଢ଼ନ୍ତୁ
Odia Poem Madua Kahani (ମଦୁଆ କାହାଣୀ) by Arjun Das

ମଦୁଆ କାହାଣୀ

ନାଲି ପାଣି ଟିକେ ତୁଣ୍ଡରେ ବାଜିଲେ ଭୁଲେ ସେ ସାରା ଦୁନିଆ । ଦିନରେ ପୁଣି ସେ ଦେଖେଇ ଦିଅଇ କେତେ ଜହ୍ନତାରା ମାନିଆ ॥ ଠିକଣାଟା ତା’ର ନିର୍ଦ୍ଧିଷ୍ଟ ନୁହଁଇ । କେତେବେଳେ ନର୍ଦ୍ଦମାରେ । କେତେବେଳେ ପୁଣି କୁକୁର ସାଥିରେ ପଡ଼ିଥାଏ ମଝି ରାସ୍ତାରେ ॥ ଭାବୁଥାଏ ମୁହିଁ ରଜା ଏ ଦେଶର ସଭିଏଁ ମୋହର ପ୍ରଜା । ମୋ କଥା ଟିକିଏ ନ ଶୁଣିଲେ କେହି ବଜେଇ ଦେବି ମୁଁ ବାଜା ॥…

ଅଧିକ ପଢ଼ନ୍ତୁ
Odia Poem Jibana Rangamancha (ଜୀବନ ରଙ୍ଗମଞ୍ଚ) by Jagan Behera

ଜୀବନ ରଙ୍ଗମଞ୍ଚ

ଏ ରଙ୍ଗମଞ୍ଚରେ ନାୟକ ସାଜିଛି କଣ୍ଟକିତ ପଥେ ଶକ୍ତ ଆଘାତେ ଅଜଣା ବାଟର ବାଟୋଇ ସେ ସାଜେ, ରଙ୍ଗମଞ୍ଚ ଏ ରଙ୍ଗୀନ୍ ଦୁନିଆଁ ନିଜକୁ ହରାଇ ନିଜକୁ ବି ଖୋଜେ । ସ୍ୱପ୍ନ ଦରିଆରେ ଭାସି ଯାଇଛି ମାୟାନଗରୀରେ ବାୟା ସେ ସାଜିଛି, ବଞ୍ଚି ବି ମରିଛି ନିଜକୁ ପାଇଛି ତଥାପି ହସୁଛି… ଜୀବନର ପଥେ ଆଗେଇ ଚାଲିଛି… ଦୁଃଖରେ ହସି ସେ ସୁଖ ଖୋଜିଛି ପ୍ରତାରଣା ସାଥେ ଜିଇଁବା ଶିଖିଛି, ଝୁଣ୍ଟି ପଡ଼ିଛି ଥକି ଯାଇଛି…

ଅଧିକ ପଢ଼ନ୍ତୁ