ନିଦାଘରେ ପ୍ରଭୁ
ବିଷୁବ ରେଖା ଉପରେ ତେଜ ବନ୍ତ ଆଦିତ୍ୟ, ଚତୁର୍ଦ୍ଦିଗେ ଆରମ୍ଭିଲା ପ୍ରଚଣ୍ଡ ନିଦାଘ ॥୧॥ ଦୁବଦାରୁଠୁ ମାନବ ସର୍ବେ ହନ୍ତସନ୍ତ, ବାଲୁକା ପ୍ରସ୍ତର ଆଦି ଜୀବଜନ୍ତୁ ସର୍ବ ॥୨॥ ଚଇତି ଶୁକ୍ଳ ନବମୀ ଆସି ପହଞ୍ଚିଲା, ସବୁ ଜନ ହୃଦେ ଭକ୍ତି ଭାବ ଯାତ ହେଲା ॥୩॥ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର, ତାଙ୍କ ଜନ୍ମଦିନ ଲୋକେ ପାଳିଲେ ସତ୍ତ୍ୱର ॥୪॥ ତ୍ରେତୟାରେ ଦଶରଥ କୌଶଲ୍ୟା କୋଳରେ, ଜନ୍ମିଥିଲେ ରାମଚନ୍ଦ୍ର ଅଯୋଧ୍ୟା ମାଟିରେ ॥୫॥ ଯାକ ଯକମରେ…

