You are currently viewing କରୁଣା ହେଉ ଆହେ ମହାବାହୁ
Odia Bhajan/Poem Karuna Heu Ahe Mahabahu (କରୁଣା ହେଉ ଆହେ ମହାବାହୁ) by Manas Das

କରୁଣା ହେଉ ଆହେ ମହାବାହୁ

ଆହେ କାକ ପକ୍ଷୀ ଅଦିନରେ ଆସି ଦେଲୁ ତୁ କି ଡାକି,
ଆଉ ମୋର ଅଛି କିଛି ସୁଝିବାକୁ ବାକି ।
ଆହେ ମହାବାହୁ ତୁମେ କରିଦିଅ କ୍ଷମା,
ଶେଷ ନିଶ୍ଵାସ ଥିବାଯାଏ ମୁଁ ଭୁଲି ପାରିବିନି ଜମା ।
କିଛି ସମୟ ମାଗୁଛି ପ୍ରଭୁ ଦେଇଦିଅ ତୁମେ,
କିଛି ପ୍ରତିଶ୍ରୁତି ଅଛି ପୂରା କରିଦେବି ଏହି ଜନ୍ମେ ।
ଭୁଲ୍ ଯାହାବି କରିଛି ମତେ କରିଦେବେ କ୍ଷମା,
ମୁଁ ହସ୍ତାନ୍ତର କରିଦେଇଛି ତୁମେ ଦେଇଥିବା ଜିମା ।
ଶେଷଇଚ୍ଛା ପ୍ରଭୁ ତୁମକୁ କରିବି ଦର୍ଶନ,
ତୁମେ ଆପଣେଇ ନିଅ ମୁଁ ହୋଇଯିବି ପ୍ରସନ୍ନ ।
ପ୍ରଭୁ ତୁମ ପାଖେ ମୁ ଯେ କରୁଛି ମିନତି,
ଆଉ ପରିବିନି ମତେ ଦିଅ ଯେ ବିରତି ।
ତୁମ ପାଖେ ଗୁହାରି କରଇ ମହାବାହୁ,
ଏତିକି କରୁଣା ହେଉ ଆହେ ମହାବାହୁ ॥

– ମାନସ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।