suna-ahe-bhabagrahi

ଶୁଣ ଆହେ ଭାବଗ୍ରାହୀ

କାଳିଆରେ ତତେ ଲାଗୁନି କି ଏକା ଭକତ ଶୁନ୍ୟ ଶ୍ରୀମନ୍ଦିର କି ଭିଆଁଣ କଲୁ ଗ୍ରାସୁଛି ସଭିଙ୍କୁ ଆତଙ୍କ କରୋନାର ॥୧॥ ତୁ ସିନା ମହାପ୍ରଭୁ ଚଉଦ ଦିନ ରହିପାରୁ ଅଣସରେ କାହିଁଥିଲା ଏହି ଅଦିନିଆ ରୋଗ ପଡ଼ୁଛି ମଣିଷ ଉପରେ ॥୨॥ ସବୁ ତୁ ଦେଖୁଛୁ ମଉନେ ରହିଛୁ ଆହେ ପ୍ରଭୁ ଚକାଆଖି ଭକତର ଦୁଃଖ ହରି ନେ ନାଥ କାନ୍ଦି କାନ୍ଦି ଯାଏ ଥକି ॥୩॥ ପତିତ ଉଦ୍ଧାର ପାଇଁ ତୋ ଜନମ ଆହେ ପତିତପାବନ ଏ ସାରା…

ଅଧିକ ପଢ଼ନ୍ତୁ
Asatya Nagar

ଅସତ୍ୟ ନଗର

ଧନ୍ୟ ତୁମେ ନିୟନ୍ତା ଧନ୍ୟ ସୃଷ୍ଟି କର୍ତ୍ତା… ଧନ୍ୟ ତୁମ ନ୍ୟାୟ ଧନ୍ୟ ତୁମ ଲୀଳା । କି କହି ତୁମକୁ ବଖଣିବି ମୁହିଁ ! ବିଷର ବଳୟ ହୋଇଛି ଦୁନିଆ । ପବିତ୍ର ତୁମ ସୃଷ୍ଟିରେ… ଘୋଟି ଯାଇଛି ଅନ୍ଧକାର ! ମଣିଷ ବି ନିରୁଧିଷ୍ଟ ଆଜି, ଅନ୍ଧକାର ପୂର୍ଣ୍ଣ ଅସତ୍ୟ ନଗରେ ! ଅଣ୍ଡାଳି ଚାଲିଛି ମାନବ, ଟିକିଏ ଆତ୍ମା ସନ୍ତୋଷ ପାଇଁ । ଘୋର ଅନ୍ଧକାର ମଧ୍ୟରୁ, କାଳେ ଖୋଜି ପାଇବ ଟିକେ ଖୁସି । ସୁଖକୁ କାଇଁ କଲ ତୁମେ କ୍ଷଣସ୍ଥାୟୀ?…

ଅଧିକ ପଢ଼ନ୍ତୁ
ରହସ୍ୟମୟ ଦାରୁବ୍ରହ୍ମ

ରହସ୍ୟମୟ ଦାରୁବ୍ରହ୍ମ

ଦାରୁ ବ୍ରହ୍ମ ରୂପେ ରତ୍ନସିଂହାସନେ ବିରାଜିଛ ନୀଳମଣି ଚକ୍ର ସୁଦର୍ଶନ ଭଉଣୀ ସୁଭଦ୍ରା ସଙ୍ଗେ ଧରି ହଳପାଣି । (୧) କୋଟି କନ୍ଦର୍ପଙ୍କ ରୂପର ପ୍ରଭାରେ ହୋଇଅଛ ରୂପବନ୍ତ ଅଧାଗଢ଼ା ହୋଇ ମର୍ତ୍ତ୍ୟ ବୈକୁଣ୍ଠରେ କରୁଛ ଲୀଳା ଅନନ୍ତ । (୨) ଭକତ ବତ୍ସଳ ତୁମେ ଭାବଗ୍ରାହୀ ଉତ୍କଳର ଗଣ୍ଠିଧନ ତୁମରି ଭାବରେ ବିହ୍ବଳିତ ଆଜି ସବୁ ଓଡ଼ିଆଙ୍କ ମନ । (୩) ଜାତି, ଧର୍ମ, ଭେଦଭାବରୁ ଉର୍ଦ୍ଧ୍ବରେ ତୁମରି ଶରଧାବାଲି ଶ୍ରଦ୍ଧା, ଭକ୍ତି, ଅନୁରାଗର ଡୋରିରେ ସଭିଙ୍କୁ ବାନ୍ଧିଛ ବୋଲି ।…

ଅଧିକ ପଢ଼ନ୍ତୁ
ହେ ବନ୍ଧୁ

ହେ ବନ୍ଧୁ

ନୁହେଁ ମୁଁ ଅନନ୍ତ ନୁହେଁ ଯଶୋବନ୍ତ ନୁହେଁ ମୁଁ ଅଚ୍ୟୁତ ବଳରାମ ଦାସ ଜଗନ୍ନାଥ ଦାସ ପରି ସଖା ନୁହେଁ ତଥାପି ରହିଛି ମୋ ତୁମଠି ଭାବ । ସେ ଭାବକୁ ନେଇ କରୁଛି ଗୁହାରି ଭାବ ବିନୋଦିଆ ରଖ ମୋର ଅଳି ପଦ୍ମ ଚରଣରେ ତୁମ ସ୍ଥାନ ଦିଅ ପ୍ରଭୁ ବନ୍ଧୁ ତୁମ କରି ନିଅ । ବିଦୁରର ଶାଗ ଦାସିଆ ନଡ଼ିଆ ଭାବଥିଲା ବୋଲି ଲାଗିଲା ବଢ଼ିଆ ସୁଦାମାର ଖୁଦ ଆଉ ଶବରୀର କୋଳି ଭାବରେ ଭାବରେ…

ଅଧିକ ପଢ଼ନ୍ତୁ
srusti

ସୃଷ୍ଟି

ସ୍ରଷ୍ଟା ହେ ! କେମିତି ଗଢ଼ିଛ ତମେ ଏ ସୁନ୍ଦର ସୃଷ୍ଟି ଯହିଁ ଦିଶେ ବହୁ ସୁନ୍ଦର ଲାଗେ ମନୋହର ସୁନାର ଫସଲ ଭରା ଯା’ର ଗନ୍ତାଘର ସୁଷମାରେ ବିମଣ୍ଡିତ ଯିଏ ଶୋଭାର ଅଫୁରନ୍ତ ଭଣ୍ଡାର । ସୁନ୍ଦର ଲାଗଇ ତୁମ ସୃଷ୍ଟିର ସାଗୁଆ ବନ ଆମ୍ରତୋଟାରୁ ଝରିଆସେ କୋଇଲିର କୁହୁତାନ ଏଠି ଝରଣା ଝରିଯାଏ କୁଳୁ କୁଳୁ ଗୀତ ଗାଇ, ନଦୀ ପୁଣି ବହିଯାଏ କଳ କଳ ନାଦ କରି, ସାଗର ବୁକୁରେ ଦେଇଛ ତୁମେ ଲହରୀମାଳା ପୁଷ୍ପରେ…

ଅଧିକ ପଢ଼ନ୍ତୁ